ପିରିୟଡ୍ସର ପ୍ରଥମ ପାଞ୍ଚ ଦିନରେ ମହିଳା କେମିତି ରଖିବେ ନିଜର ଯତ୍ନ, ଏଇଠି ଜାଣନ୍ତୁ ପୂରା ପ୍ରକ୍ରିୟା

ସବୁ ମହିଳାଙ୍କ ଜୀବନରେ ମାସିକ ଧର୍ମ ହେଉଛି ତାଙ୍କ ପ୍ରକୃତି ସହିତ ଜଡିତ ପ୍ରକ୍ରିୟା ଅଟେ। ମାସିକ ଋତୁସ୍ରାବ ମହିଳାଙ୍କ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ପ୍ରତି ବର୍ଷ ମେ ୨୮ ତାରିଖକୁ ପୂରା ଦୁନିଆରେ ‘ମାସିକ ଧର୍ମ ସ୍ୱଚ୍ଛତା ଦିବସ’ ରୂପେ ପାଳନ କରେ। ଏହାର ଆରମ୍ଭ ୨୦୧୪ ମସିହାରେ ହୋଇଥିଲା। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଝିଅ ମାନଙ୍କୁ ଏବଂ ମହିଳା ମାନଙ୍କୁ ପିରିୟଡ୍ସ ଅର୍ଥାତ ମାସିକ ଧର୍ମର ସେହି ପାଞ୍ଚ ଦିନରେ ସ୍ୱଚ୍ଛତା ଏବଂ ସୁରକ୍ଷା ବିଷୟରେ ସଚେତନ କରାଇବା। ମହିଳାଙ୍କ ମାସିକ ଧର୍ମ ସାଧାରଣତଃ ୨୮ ଦିନ ଭିତରେ ଆସେ ଏବଂ ଏହାର ପିରିୟଡ଼ ପାଞ୍ଚ ଦିନର ହୋଇଥାଏ। ଏହି କାରଣରୁ ଏହି ଖାସ ଦିବସକୁ ପାଳନ କରିବା ପାଇଁ ପଞ୍ଚମ ମାସ ମେ ୨୮ତାରିଖକୁ ଚୟନ କରାଯାଇଛି।

padଆଜିବି ଗାଁ ନୁହେଁ ବରଂ ସହରର ମହିଳାମାନେ ପିରିୟଡ୍ସ ବିଷୟରେ କହିବାକୁ ଲାଜ କରନ୍ତି। ଆଉ ଏହି କାରଣରୁ ପିରିୟଡ୍ସ ବିଷୟରେ ସଠିକ ସୂଚନା ଜାଣିପାରିନଥାନ୍ତି। ଏଥିପାଇଁ ଅନେକ ମହିଳା ନିଜ ସ୍ୱାସ୍ଥ୍ୟକୁ ବିପଦରେ ପକାଇ ଦେଉଛନ୍ତି। ପିରିୟଡ୍ସ ସମୟରେ ସ୍ୱଚ୍ଛତା ରଖିବା ପାଇଁ ଏହି ସମୟରେ ହେଉଥିବା ସଂକ୍ରମଣ ଠାରୁ ନିଜକୁ ରକ୍ଷା କରାଯାଇପାରିବ। ଆଜି ୱାର୍ଲଡ଼ ମେନସ୍ତ୍ରୁଆଲ ହାଇଜିନ ଡେ ଅବସରରେ ଆମକୁ ସାବଧାନତା ରକ୍ଷା କରିବାକୁ କୁହାଯାଇଛି।

ଗାଁ ଏବଂ ଛୋଟ ସହରର ମହିଳାମାନେ ଅନେକ ମହିଳା ପିରିୟଡ୍ସରେ କପଡା ବ୍ୟବହାର କରିଥାନ୍ତି। ଏହି କପଡାକୁ ପୁନର୍ବାର ବ୍ୟବହାର କରିବା ପାଇଁ ସେମାନଙ୍କୁ ଏହାକୁ ଧୋଇବାକୁ ପଡିଥାଏ। ତାହା ପୁଣି ଲୁଚାଇ ସୁଖାଇବାକୁ ପଡିଥାଏ। ଯାହାଫଳରେ ଖରା ପବନ କପଡାରେ ବାଜି ନଥାଏ। ଯେଉଁ କାରଣରୁ ଏହାକୁ ବ୍ୟବହାର କରିବା ଦ୍ୱାରା ଗମ୍ଭୀର ସଂକ୍ରମଣ ହୋଇପାରେ।

padପିରିୟଡ୍ସ ସମୟରେ କପଡା ନୁହେଁ ବରଂ ପ୍ୟାଡ଼ ପିନ୍ଧିବା ସୁରକ୍ଷିତ ହୋଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ପ୍ୟାଡ଼କୁ ପିନ୍ଧିବା ଦ୍ୱାରା ଝାଳରେ ତାହା ନମନୀୟ ହୋଇଯାଇଥାଏ। ଅଧିକ ସମୟ ଧରି ଏମିତି ହେବା କାରଣରୁ ଭାଜିନାରେ ସଂକ୍ରମଣ ହେବା ଭୟ ରହିଥାଏ। ଏଥିପାଇଁ ୬-୮ ଘଣ୍ଟାରେ ମହିଳାଙ୍କୁ ପ୍ୟାଡ଼ ବଦଳାଇବା ଉଚିତ। ଯାହାଦ୍ୱାରା ସଂକ୍ରମଣ ଭୟ କମ ରହିଥାଏ।

ପିରିୟଡ୍ସ ସମୟରେ ମହିଳାଙ୍କୁ ନିଜର ସମ୍ବେଦନଶୀଳ ଅଙ୍ଗକୁ ଭଲ ଭାବେ ସଫା କରିବା ଉଚିତ। ରକ୍ତସ୍ରାବ ଯୋଗୁଁ ଅଙ୍ଗରେ ଲାଗିଥିବା ରକ୍ତକୁ ସଫା କରିବା ଉଚିତ। ଏହାଦ୍ୱାରା ବି ଦୁର୍ଗନ୍ଧ ହୋଇନଥାଏ।

ପିରିୟଡ୍ସରେ ଅଧିକ ସ୍ରାବ କାରଣରୁ ବାରମ୍ବାର ପ୍ୟାଡ଼ ବଦଳାଇବାକୁ ପଡିଥାଏ। ଆଉ ଏହି ସମସ୍ୟା ଠାରୁ ରକ୍ଷା ପାଇବା ପାଇଁ କିଛି ମହିଳା ଦୁଇଟି ପ୍ୟାଡ଼ ବ୍ୟବହାର କରନ୍ତି, ଯାହା ଭୁଲ ଅଟେ। କାରଣ ଏକା ସାଥିରେ ଦୁଇଟି ପ୍ୟାଡ଼ ପିନ୍ଧିଲେ ସମ୍ବେଦନଶୀଳ ଅଙ୍ଗରେ ଗରମ ବଢିଥାଏ। ବ୍ୟାକ୍ଟେରିଆ ଅଧିକ ହୋଇଥାଏ ଏବଂ ଦୁର୍ଗନ୍ଧ ମଧ୍ୟ ହୋଇଥାଏ।

padଓଦା ପ୍ୟାଡ଼କୁ ଅଧିକ ସମୟ ଧରି ପିନ୍ଧିବା ଦ୍ୱାରା ଜଙ୍ଘ ଏବଂ ଗୁପ୍ତାଙ୍ଗରେ ଲାଲ ଚକଡ଼ା ଦାଗ ପଡିପାରେ। ଏମିଟରେ ଜଳାପୋଡା ବି ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସମୟ ସମୟରେ ପ୍ୟାଡ଼ ବଦଳାଇବା ଉଚିତ।

ସେହିପରି ପିରିୟଡ୍ସ ସମୟରେ ମହିଳାଙ୍କୁ ନିଜ ବ୍ୟାଗରେ ସବୁବେଳେ ଏକ୍ସଟ୍ରା ସାନିଟାରୀ ନାପକିନ, ଟିସୁ ପେପର, ହ୍ୟାଣ୍ଡ ସାନିଟାଇଜର ଏବଂ ଆଣ୍ଟି ସେପ୍ଟିକ ଔଷଧ ରଖିବାକୁ ପରାମର୍ଶ ଦିଆଯାଏ। କାହିଁକିନା ସ୍କୁଲ, କଲେଜ, ଅଫିସ ଏବଂ ଅନ୍ୟ କେଉଁ ସ୍ଥାନ ହେଉ ବାହାରକୁ ବାହାରିବାରେ କୌଣସି ବି ସମୟରେ ଏହାର ଆବଶ୍ୟକ ପଡିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.