ଶରୀରରେ ଗଣ୍ଠି ବସିଲେ କଣ ସୂଚାଏ, ଜାଣି ରଖନ୍ତୁ କେମିତି କରିବେ ଚିକିତ୍ସା

କଣ ଆପଣଙ୍କ ତ୍ୱଚାରେ ବି ଗଣ୍ଠି ପଡ଼ିଥିବା କେବେ ଲକ୍ଷ କରିଛନ୍ତି କି । ଯଦି ଏହି ଗଣ୍ଠିରେ ଦରଜ, କୁଣ୍ଡେଇ ହେବା, ସିଝି ଯାଇଥିବା ଅନୁଭବ କରନ୍ତି ତେବେ ଏସବୁକୁ ଅଣଦେଖା କରିବା ଜମା ବି ଉଚିତ ନୁହେଁ । କାରଣ ଏହା ହେଉଛି ଲିପୋମା ରୋଗର ସଂକେତ । ଆପଣଙ୍କୁ ଜଣାଇ ରଖୁଛୁକି ଲିପୋମା ଏମିତି ଏକ ରୋଗ ଯେଉଁଥିରେ ତ୍ୱଚା ତଥା ମାଂସପେଶୀ ଭିତରେ ବୟସାଧିକ ଜନିତ ଗଣ୍ଠି ପଡ଼ିଯାଏ । ପ୍ରାୟ ଅଧିକାଂଶ ଲୋକ ଏହାକୁ କ୍ୟାନ୍ସର ରୋଗର ଲକ୍ଷଣ ବୋଲି ଭାବିଥାନ୍ତି ଆଉ ଭୟ ବି କରିଯାନ୍ତି । ଏମିତି ଲକ୍ଷଣ ଦେଖି ଜମା ବି ଡ଼ରନ୍ତୁନି, ମନକୁ ଭୟ ଅଣାନ୍ତୁନି । କାରଣ ସବୁ ଗଣ୍ଠି ପଡିବା କ୍ୟାନ୍ସର ରୋଗର ଲକ୍ଷଣ ନୁହେଁ । ଯଦିବା ଏହା କ୍ୟାନ୍ସର ନୁହେଁ କିନ୍ତୁ ଏପ୍ରତି ସତର୍କ ହେବା ନିହାତି ଜରୁରୀ । ବେଳ ଥାଉ ଥାଉ ଚିକିତ୍ସା କରାଇନେବା ଉଚିତ । ତେବେ ଆସନ୍ତୁ ଲିପୋମା କଣ, ଏହାର ଲକ୍ଷଣ କଣ, କେଉଁ ଚିକିତ୍ସାରେ ଏହା ଉପଶମ ହୋଇପାରିବ ଆସନ୍ତୁ ଜାଣିରଖିବା ।

ଲିପୋମା କଣ?

ଲିପୋମା ହେଉଛି ଗୋଲ ବା ଅଣ୍ଡାକୃତି ଆକାରର ଏକ ପ୍ରକାର ଗଣ୍ଠି । ଯାହାକି ମଣିଷ ତ୍ୱଚାର ଠିକ ତଳେ ହିଁ ବୃଦ୍ଧି ପାଇଥାଏ । ଏହି ଟ୍ୟୁମର ଧୀରେ ଧୀରେ ବୃଦ୍ଧି ପାଇଥାଏ ।

 

ganthi body

କେଉଁ ମାନଙ୍କୁ ହେବାର ଅଧିକ ଆଶଙ୍କା ଥାଏ ?

ଏହି ସମସ୍ୟା ସାଧାରଣତଃ ୪୫ ରୁ ୫୫ ବର୍ଷ ବୟସ୍କ ଲୋକଙ୍କୁ ଅଧିକ ହୋଇଥାଏ । କିଛି ଲୋକଙ୍କ ଶରୀରରେ ଏକ ଗଣ୍ଠି ଜମା ହୋଇ ଲିପୋମାକୁ ରୂପାନ୍ତରିତ ହୋଇଥାଏ । ଯଦି ଏଗୁଡିକ ଦରଜ ଲାଗୁଥାଏ ତେବେ ତୁରନ୍ତ ଚିକିତ୍ସା କରାଇ ନିଅନ୍ତୁ ।

କେଉଁ କେଉଁ ଭାଗରେ ହୋଇଥାଏ ଲିପୋମା?

ଏମିତିରେ ତ ଶରୀରର ଯେକୌଣସି ଅଂଶରେ ଲିପୋମା ହୋଇପାରେ । କିନ୍ତୁ ଦେହର ବେକ, କାନ୍ଧ, ପିଠି, ପେଟ, ହାତ ପରି ଜାଗା ଗୁଡିକରେ ଅଧିକ ହୋଇଥାଏ । ସାଧାରଣତଃ ଏହାର ଆକାର 2 ଇଞ୍ଚରୁ କମ ହୋଇଥିବା ବେଳେ କିଛି କିଛି ଜାଗାରେ ୬ ଇଂଚରୁ ବି ଅଧିକ ହୋଇଥାଏ । ଏମିତି ସ୍ଥିତିରେ ଏଗୁଡ଼ିକୁ ଛୁଇଁଲେ ବଥା ଲାଗିଥାଏ ।

ହେବାର କାରଣ କଣ :

ସାଧାରଣତଃ ଏହି ସମସ୍ୟା ବଂଶାନୁକ୍ରମିକ । ଏହାବାଦ ଡ଼ର୍କମ ରୋଗ, ଗାର୍ଡେନର ସିଣ୍ଡ୍ରୋମ, ଲିପୋମେଟିସମ ଆଦି ସ୍ଥିତିରେ ବି ଏହା ହୋଇପାରେ । ଗଣ୍ଠିରେ ଦରଜ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ସର୍ଜରୀ ଦ୍ୱାରା ସେଗୁଡିକୁ ବାହାର କରିଦିଆଯାଏ । ଏହା ବ୍ୟତୀତ ଲିପୋସକ୍ସନ ଟେକନିକ ବ୍ୟବହାର କରାଯାଏ । ବସି ରହିଥିବା ଗଣ୍ଠି ହଟେଇବା ପାଇଁ ଛୁଞ୍ଚି ବ୍ୟବହାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.