କେମିତି ଚିହ୍ନିବେ ନକଲି ରସୁଣ, ଆପଣାନ୍ତୁ ଏହି ୮ଟି ଉପାୟ

ପ୍ରଥମେ କ୍ଷୀରରେ ପାଣି ମିଶାଇ ବିକ୍ରି କରାଯାଉଥିଲା । ପରେ ଘିଅରେ ବି ଅପମିଶ୍ରଣ ହେଉଥିବା ଆପଣ ଜାଣିଥିବେ । ନିକଟରେ ମସଲାରେ ବି ଅପମିଶ୍ରଣ ହେଉଥିବା ନଜିର ରହିଛି । ଏହାରି ଭିତରେ ନକଲି ରସୁଣ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଛି । ଏହି ନକଲି ରସୁଣକୁ ଖାଇଲେ ମଣିଷର ଅବସ୍ଥା ଯେ କଣ ହେବ ନ କହିବା ଭଲ । କିଛି ଦିନ ହେବ ରସୁଣ ଦାମ ଆକାଶ ଛୁଆଁ ହୋଇଛି । ଏହାର ଫାଇଦା ଉଠାଇ ବ୍ୟବସାୟୀମାନେ ସିମେଣ୍ଟ ରସୁଣ ବିକ୍ରି କରିବା ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁଯାୟୀ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ନକଲି ରସୁଣ ବିକ୍ରି ହେଉଥିବା ଜଣା ପଡ଼ିଛି । ରସୁଣକୁ ଭାଙ୍ଗିବା ପରେ ସେଥିରେ ସିମେଣ୍ଟ ଭର୍ତ୍ତି ଥିବା ଜଣା ପଡ଼ିଥିଲା । ତେବେ ଆପଣ କେମିତି ଜାଣିବେ କେଉଁଟା ଅସଲି ରସୁଣ ଓ କେଉଁଟା ନକଲି । ଏଥିପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଟିପ୍ସ ।

୧. ପ୍ରଥମେ ରସୁଣର ରଙ୍ଗକୁ ଭଲ କରି ଦେଖନ୍ତୁ । ଯଦି ରସୁଣର ରଙ୍ଗ ହାଲୁକା ଧଳା ଦେଖାଯାଉଛି ଏବଂ କୌଣସି ଚିହ୍ନ ଦେଖାଯାଉଛି, ତେବେ ଏହା ନକଲି ହୋଇପାରେ ।
୨. ଅସଲି ରସୁଣର ଆକାର ଅସାମାନ୍ୟ ରହିଥାଏ, କିନ୍ତୁ ନକଲି ରସୁଣର ଆକାର ଅଣ୍ଡାକାର ବା ଗୋଲାକାର ହୋଇଥାଏ ।
୩. ନକଲି ରସୁଣର ଚୋପା ମୋଟା ହେବା ସହ ଚୋପା ଛଢ଼ାଇବା କଷ୍ଟ ହେବ । ଅସଲି ରସୁଣର ଚୋପା ହାଲୁକା ହେବା ସହ ଏହାକୁ ଛଡ଼ାଇବା ସହଜ ହୋଇଥାଏ ।
୪. ଅସଲି ରସୁଣ ପାଣିରେ ବୁଡ଼ିଯାଏ କିନ୍ତୁ ନକଲି ରସୁଣ ପାଣିରେ ଭାସିଥାଏ ।
୫. ଅସଲି ରସୁଣର ବାସ୍ନା ଅଧିକ ଥାଏ କିନ୍ତୁ ନକଲି ରସୁଣର ବାସ୍ନା କମ୍‌ ଥାଏ ।
୬. ସିମେଣ୍ଟ ରସୁଣକୁ ଆପଣ ଖାଇପାରିବେ ନାହିଁ । ଅନ୍ୟ ରାସାୟନିକ ପଦାର୍ଥରେ ତିଆରି ହୋଇଥିବା ରସୁଣକୁ ଖାଇପାରିବେ କିନ୍ତୁ ଏହାର ସ୍ୱାଦ ଖରାପ ଥାଏ ।
୭. ଯଦି ରସୁଣ ଚିକ୍କଣ ଦେଖାଯାଉଛି ଏହାକୁ କିଣିବା ଠାରୁ ଦୂରେଇ ରୁହନ୍ତୁ ।
୮. ରସୁଣର ଦାମ କମ ଥିଲେ ଏହାକୁ ମଧ୍ୟ କିଣନ୍ତୁ ନାହିଁ ।

ସିମେଣ୍ଟ ରସୁଣକୁ ଆପଣ ଖାଇପାରିବେ ନାହିଁ । ଯଦି ଆପଣ ଏହି କେମିକାଲ ପ୍ରସ୍ତୁତ ରସୁଣ ଖାଇବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବ । ଏହି ରସୁଣ ଖାଇଲେ କ୍ୟାନ୍ସର ହେବାର ସମ୍ଭାବନା ରହିବ । ତେଣୁ ଏହି ଅପମିଶ୍ରଣ ଜିନିଷ କିଣିବା ପୂର୍ବରୁ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like