ବହୁତ ସ୍ୱାଦିଷ୍ଟ ଆଚାରୀ ଆଳୁର ସ୍ୱାଦ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

ସିଝା ଆଳୁ
ଘିଅ
ମେଥି ଦାନା
କଳା ଲୁଣ
ଲୁଣ
ପାନମଧୁରୀ
ଅଦା ରସୁଣ ପେଷ୍ଟ
ଗରମ ମସଲା
ଚିନି
ଧନିଆ ପତ୍ର
ହଳଦି
ସୁଖିଲା ଲଙ୍କା
ସୋରିଷ
ହେଙ୍ଗୁ
ଜିରା

ପ୍ରସ୍ତୁତି ପ୍ରଣାଳୀ

ଏଥିପାଇଁ ଆପଣଙ୍କୁ ସିଝା ଆଳୁ ପ୍ରଥମେ ଦରକାର। ସିଝା ଆଳୁକୁ ନେଇ ଚୋପା ଛଡାଇ ଦିଅନ୍ତୁ। ଏବେ ଏକ ପ୍ୟାନ ନେଇ ସେଥିରେ ହେଙ୍ଗୁ, ଜିରା ପକାଇ ତଡକା ଲଗାନ୍ତୁ। ଏବେ ଅଦା-ରସୁଣ ପେଷ୍ଟ ପକାଇ ଏହାକୁ ଭଲଭାବେ ଭାଜି ଦିଅନ୍ତୁ। ଏବେ ଏଥରେ ଗରମ ମସଲା, ଲୁଣ, କଳା ଲୁଣ, ହଳଦି ପକାନ୍ତୁ।

ଏବେ ଆପଣଙ୍କୁ ଏକ ଖାସ ମସଲା ଦରକାର। ଗୋଟିଏ ମିକ୍ସଚର ଜାରରେ ସୋରିଷ, ମେଥି ଦାନା ଏବଂ ଲାଲ ଲଙ୍କାକୁ ପେଶି ଦିଅନ୍ତୁ। ଏହାକୁ ବି ଆଳୁ ପ୍ୟାନରେ ପକାନ୍ତୁ। ଅଳ୍ପ ପାଣି ପକାଇ ଭାଜି ଦିଅନ୍ତୁ। ଶେଷରେ ଅଧା ଚାମଚ ଚିନି ପକାନ୍ତୁ। ଗ୍ୟାସରୁ ବାହାର କରି ଧନିଆ ପତ୍ର ପକାଇ ସର୍ଭ କରନ୍ତୁ। ଆପଣଙ୍କ ଆଚାରୀ ଆଳୁ ପ୍ରସ୍ତୁତ ହୋଇଯାଇଛି।

ଏହାକୁ ରୁଟି, ନାନ୍‌ କିମ୍ବା ଭାତ ସହିତ ଖାଆନ୍ତୁ। ଆପଣଙ୍କୁ ଯଦି ମସଲା ଅଧିକ ଲାଗିବ, ତାହେଲେ ଆପଣ ରାଇତା ସହିତ ବି ଖାଇପାରିବେ। ଓ୍ଵିକେଣ୍ଡ ଲଞ୍ଚ ପାଇଁ ଯଦି ଆପଣ କୌଣସି ଡିଫରେଣ୍ଟ ରେସିପି ସନ୍ଧାନରେ ଅଛନ୍ତି ତାହେଲେ ଏହା ଏକ ଅପ୍ସନ। ଆପଣ ଏହାର ମସଲାକୁ ବାଲାନ୍ସ କରିବା ପାଇଁ ଏଥିରେ ଏକ ଚାମଚ ଦହି ବି ପକାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.