ଘରେ ବନାନ୍ତୁ ଆଫ୍‌ଗାନୀ ଚିକେନ୍‌ ଓ ନିଅନ୍ତୁ ରେଷ୍ଟୁରାଣ୍ଟର ମଜା, ଜାଣନ୍ତୁ ରେସିପି

ସାଧାରଣତଃ ଆମେ ବିଭିନ୍ନ ସୁଆଦିଆ ଖାଦ୍ୟ ପାଇଁ ବହୁ ସମୟରେ ରେଷ୍ଟୁରାଣ୍ଟ ଯାଇଥାଉ । ଏଥିପାଇଁ ଆମ୍ଭକୁ ମୋଟା ଅଙ୍କର ମଧ୍ୟ ଦେବାକୁ ପଡ଼ିଥାଏ । ହେଲେ ଆପଣ ଘରେ ବସି ମଧ୍ୟ ଏପରି ବନାଇ ପାରିବେ ଆଫଗାନୀ ଚିକେନ୍‌ ଆଉ ନେଇପାରିବେ ରେଷ୍ଟୁରାଣ୍ଟର ମଜା । ଆଫଗାନୀ ଚିକେନ ନାଁ ଶୁଣି ଆପଣଙ୍କ ପାଟିରୁ ଲାଲ ଆସିଯିବନି । ଆସନ୍ତୁ ଜାଣିବା ଏହାକୁ ବନାଇବାର ତରିକା ।

afgani
photo credit: indiaMART.com

ଆଫ୍‌ଗାନୀ ଚିକେନ ରେସିପି ପାଇଁ ଆବଶ୍ୟକୀୟ ସାମଗ୍ରୀ :

. ଚିକେନ – ୫୦୦ ଗ୍ରାମ୍‌
. ରସୁଣ ପେଷ୍ଟ : ୧ ଚାମଚ ରସୁଣ ପେଷ୍ଟ
. ଅଦା ପେଷ୍ଟ : ୧ ଚାମଚ
. ଲେମ୍ଭୁ ରସ – ୨ ଚାମଚ
. ଫ୍ରେସ୍‌ କ୍ରିମ୍‌ – ୨ ଚାମଚ
. ଲଙ୍କା ପାଉଡର – ୧/୨ ଚାମଚ
. କାଜୁ ପେଷ୍ଟ – ୨ ଚାମଚ
. ଛେନା – ୧ ଚାମଚ
. କଳା ମରିଚ- ୧/୨ ଚାମଚ
. ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତ ବିଧି :

୧. ପ୍ରଥମେ ଆପଣ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ ।
୨. ଏବେ ଅଦା ପେଷ୍ଟ, ରସୁଣ  ପେଷ୍ଟ, ଲେମ୍ବୁ ରସ ଓ ଲୁଣକୁ ଭଲ ଭାବରେ ଗୋଳାଇ ନିଅନ୍ତୁ ।
୩. ଏହାପରେ କୌଣସି ପାତ୍ରରେ ଚିକେନ ରଖି ଏହି ପେଷ୍ଟକୁ ଚିକେନରେ ମିଶାଇ ମାରିନେଟ୍‌ କରିଦିଅନ୍ତୁ । ଅତି କମରେ ୨୦ ମିନିଟ ଛାଡ଼ି ଦିଅନ୍ତୁ ।
୪. ୨୦ ମିନିଟ ପରେ ଏହାର ୪ ପାଖରେ କାଜୁ ପେଷ୍ଟ ଓ କ୍ରିମ୍‌କୁ ଭଲ ଭାବରେ ଲଗାଇ ଦିଅନ୍ତୁ ।
୫. ଏବେ ଏହାକୁ ତନ୍ଦୁର ଚୁଲିରେ ୫ରୁ ୭ ମିନିଟ ପାଇଁ ପକାନ୍ତୁ ।
୬. ଚିକେନ ଭଲ ଭାବରେ ସିଝି ଯିବା ପରେ ଏହାକୁ ଆପଣ ନିଜର ପସନ୍ଦର ଚଟଣୀ ସହ ଖାଆନ୍ତୁ ।
୭. ଏହା ଉପରେ ଆପଣ ଧନିଆ ପତ୍ର ପକାଇ ସର୍ଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.