ରାତିରେ ବନାଇ ଖାଆନ୍ତୁ ପୁରୀ ସହିତ ଆଳୁ ଟମାଟୋ ଚଟପଟା ଝୋଳ

ଓଷା ବ୍ରତ କିମ୍ବା ନିରାମିଶ ବାର ହେଉ ଯଦି ଆପଣ ବିନା ପିଆଜ ରସୁଣରେ ତରକାରୀ ରୋଷେଇ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଆଣିଛୁ ଏକ ବଢ଼ିଆ ଚଟପଟା ରେସିପି। ଯାହାକୁ ଆପଣ ରାତିରେ ପୁରୀ ସହିତ କିମ୍ବା ପରଟା ସହିତ ମଜାରେ ଖାଇପାରିବେ। ତାହେଲେ ଆସନ୍ତୁ ଏହି ରେସିପିକୁ କେମିତି ବନାଇବେ ଜାଣିବା।

କେମିତି କରିବେ ପ୍ରସ୍ତୁତି

ଚଟପଟା ଆଳୁ-ଟମାଟୋ ତରକାରୀ ବନାଇବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଆଳୁକୁ ସିଝାଇବାକୁ ହେବ। ଯେପର୍ଯ୍ୟନ୍ତ ଆଳୁ ସିଝିବ ସେହି ଟାଇମ୍‌ ଭିତରେ କିଛି ଟମାଟୋ, ଅଦା ଏବଂ କଞ୍ଚା ଲଙ୍କାକୁ କାଟି ଦିଅନ୍ତୁ। ଏହାପରେ ଅଳ୍ପ ଦହିକୁ ଫେଣ୍ଟି ଅଲଗା ରଖିଦିଅନ୍ତୁ।

ଏପରି ବନାନ୍ତୁ

ସର୍ବପ୍ରଥମେ ଏକ କଡାରେ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ଜିରା, ତେଜପତ୍ର ଏବଂ ଗୋଟା ସୁଖିଲା ଲଙ୍କାକୁ ପକାନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା ଏବଂ ଅଦା ପକାନ୍ତୁ। ଏହାପରେ ଏଥିରେ ଟମାଟୋ ପକାନ୍ତୁ ଏବଂ ଭଲଭାବେ ଭାଜି ଦିଅନ୍ତୁ। ଯେତେବେଳେ ଏହା ଭଲଭାବେ ଭାଜି ହୋଇଯିବ ଏଥିରେ ଦହି ମିଶାଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ ଚଲାନ୍ତୁ।

ଦହି ପକାଇବାର ୭ ରୁ ୧୦ ମିନିଟ ପରେ ଏଥିରେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର ମିଶାନ୍ତୁ। ଏହାକୁ ଭଲଭାବେ ଚଲାନ୍ତୁ ଯେପର୍ଯ୍ୟନ୍ତ ମସଲାରେ ତେଲ ନ ଛାଡିଛି। ଏହାପରେ ଏଥିରେର ଆଳୁକୁ ହାତରେ ଭାଙ୍ଗି ପକାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ଆବଶ୍ୟକ ଅନୁସାରେ ପାଣି ମିଶାନ୍ତୁ। ଯେତେବେଳେ ଏହିସବୁ ସିଝିଯିବ ସେତେବେଳେ ଏଥିରେ ଲୁଣ ମିଶାଇ ଗରମ ମସଲା ପକାନ୍ତୁ। ଏହାପରେ ଧନିଆ ପତ୍ର ଗାର୍ନିସ କରି ସର୍ବ କରନ୍ତୁ। ଏହାକୁ ଆପଣ ଗରମା ଗରମ ପୁରୀ ସହିତ ଖାଇ ଭରପୂର ଆନନ୍ଦ ନେଇପାରିବେ।

Leave A Reply

Your email address will not be published.