ନବରାତ୍ରୀ ସ୍ପେଶାଲ: ବନାନ୍ତୁ ଘିଅରେ ପ୍ରସ୍ତୁତ ଆଳୁ ଟମାଟୋ ଚଟପଟି ତରକାରୀ, ସ୍ୱାଦ ଲାଗିଯିବ ପାଟିରେ

ନବରାତ୍ରୀର ଆଜି ସପ୍ତମୀ ଦିନ। ଏମିତିରେ ୯ ଦିନ ପର୍ଯ୍ୟନ୍ତ ଲୋକମାନେ ଏହା ଭାବି ବ୍ୟସ୍ତ ହୋଇଯାନ୍ତି ଯେ ଏହି ୯ ଦିନ ଖାଇବେ କଣ। କାହିଁକିନା ବ୍ରତରେ ଅନେକ ନିୟମକୁ ପାଳନ କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନବରାତ୍ରୀ ସ୍ପେଶାଲ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ ବହୁତ କମ୍‌ ସମୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଳୁ ଟମାଟୋର ଚଟପଟି ଡିସ୍‌।

ଆବଶ୍ୟକ ସାମଗ୍ରୀ

ଆଳୁ, ଟମାଟୋ, କଞ୍ଚା ଲଙ୍କା, ଅଦା, ଜିରା, ଲୁଣ, ଗୋଲମରୀଚ ପାଉଡର, ଲାଲ ଲଙ୍କା ପାଉଡର, ଦହି, ଧନିଆ ପତ୍ର, ଘିଅ

ପ୍ରସ୍ତୁତି ପ୍ରଣାଳୀ

  • ଏହାକୁ ବନାଇବା ପାଇଁ ସର୍ବପ୍ରଥମେ ଆଳୁକୁ ଭଲଭାବେ ଧୋଇ ସିଝାଇ ଦିଅନ୍ତୁ।
  • ଏହାରି ଭିତରେ ଟମାଟୋ, କଞ୍ଚା ଲଙ୍କା ଏବଂ ଧନିଆ ପତ୍ରକୁ ମଧ୍ୟ ଧୋଇ କାଟି ଦିଅନ୍ତୁ।
  • ଏବେ ଅଦାକୁ ନେଇ ଧୋଇ ଦିଅନ୍ତୁ, ତାପରେ କଦ୍ଦୁକସ୍‌ କରିଦିଅନ୍ତୁ।
  • ଆଳୁ ସିଝିଗଲା ପରେ ଥଣ୍ଡା ହେବାକୁ ଛାଡନ୍ତୁ ତାପରେ ଚୋପା ବାହାର କରିଦିଅନ୍ତୁ।
  • ଆଳୁକୁ ଛୁରିରେ କାଟି ହାତରେ ହାଲକା ଦବାଇ ଦିଅନ୍ତୁ।
  • ଏବେ ଏକ କଡାରେ ଘିଅ ଗରମ କରନ୍ତୁ।
  • ଗରମ ହେବା ପରେ ଏଥିରେ ଜିରା ପକାନ୍ତୁ ଏବଂ ତାପରେ କଞ୍ଚା ଲଙ୍କା ଏବଂ ଅଦାକୁ ପକାଇ ଦିଅନ୍ତୁ।
  • ଏହାକୁ ଅତି କମରେ ୩୦ ସେକେଣ୍ଡ ପାଇଁ ଭାଜି ଦିଅନ୍ତୁ।
  • ଏହାପରେ ଏଥିରେ ଟମାଟୋ ପକାନ୍ତୁ ଏବଂ ଅଳ୍ପ ପାଣି ପକାଇ ଘୋଡାଇ ଦିଅନ୍ତୁ।
  • ୨ ରୁ ୩ ମିନିଟ ପରେ ଚେକ କରନ୍ତୁ। ଟମାଟୋ ନରମ ହୋଇଗଲେ ଏଥିରେ ଲୁଣ, ଗୋଲ ମରୀଚ ପାଉଡର ଏବଂ ଲାଲ ଲଙ୍କା ପାଉଡର ପକାନ୍ତୁ।
  • ଏହି ମସଲାକୁ ଭଲଭାବେ ଫ୍ରାଏ ହେବାକୁ ଛାଡନ୍ତୁ ଏବଂ ଆଳୁ ପକାଇ ଦିଅନ୍ତୁ।
  • ଏବେ ଆବଶ୍ୟକ ଅନୁସାରେ ପାଣି ଦେଇ ଫୁଟାନ୍ତୁ। ଏହା ଥରେ ଫୁଟି ଆସିଲେ ଏଥିରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।
  • ଏବେ ଆପଣଙ୍କର ନବରାତ୍ରୀ ସ୍ପେଶାଲ ବିନା ପିଆଜ ରସୁଣ ଆଳୁ ଟମାଟୋ ଡିସ୍‌ ପ୍ରସ୍ତୁତ ହୋଇଯାଇଛି।
Leave A Reply

Your email address will not be published.