ବାଦାମରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ଶରୀରକୁ ମଜଭୁତ ତଥା ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍ ଲାଭକାରୀ ହୋଇଥାଏ। ମାତ୍ର ପିଲାମାନେ ବାଦାମ ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଆପଣଙ୍କ ପିଲା ବି ଯଦି ବାଦାମ ଖାଇବାକୁ ଇଚ୍ଛା କରୁନାହିଁ ତେବେ ଆପଣ ଚାହିଁଲେ ବାଦାମକୁ ପାଉଡର ଭାବେ କରି ମଧ୍ୟ ଛୁଆଙ୍କୁ ଖୁଆଇପାରିବେ। ଏହା ସହଜରେ ହଜମ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା ବାଦାମ ପାଉଡ଼ର ଉପକାରିତା ଓ ପ୍ରସ୍ତୁତି ପ୍ରଣାଳୀ…
ବାଦାମ-୧ କପ୍
ଚିନି-ଅଧ କପ୍
ଅଳେଇଚ ପାଉଡର-ଏକ ଚାମଚ
କେସର
ପାଣି-୩ରୁ ୪ କପ୍
ପାଣିକୁ ଫୁଟାଇ ସେଥିରେ ବାଦାମ ସିଝାନ୍ତୁ। ବାଦାମ ସିଝିଯିବା ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ପରେ ବାଦାମର ଚୋପା ଛଡ଼ାଇ ଶୁଖାଇଦିଅନ୍ତୁ। ବାଦାମ ଶୁଖିଯିବା ପରେ ହାଲ୍କା ଆଞ୍ଚରେ ଭାଜି ଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ ଚିନି, ଅଳେଇଚ ପାଉଡର ଓ କେସର ମିଶାଇ ଏକ ଏୟାର ଟାଇଟ୍ ଡବାରେ ରଖନ୍ତୁ।
-ବାଦାମ ପାଉଡ଼ର ପିଲାଙ୍କୁ ଖୁଆଇବା ଦ୍ୱାରା ଭିଟାମିନ୍-ଇର ଅଭାବ ଦୂର ହୋଇଥାଏ।
-ତ୍ୱଚାକୁ ମୁଲାୟମ ତଥା ନରମ ରଖିବାରେ ମଧ୍ୟ ବାଦାମ ସାହାଯ୍ୟ କରେ।
-ପିଲାଙ୍କ ଶରୀରର ଇମ୍ୟୁନିଟି ସିଷ୍ଟମ୍କୁ ମଜଭୁତ କରିବା ପାଇଁ ପ୍ରତିଦିନ ବାଦାମ ପାଉଡର ଖାଆନ୍ତୁ।
-ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ବାଦାମ ସୁସ୍ଥ ରଖେ।
-ପିଲାଙ୍କ ହାଡ଼କୁ ମଜଭୁତ କରିବାରେ ମଧ୍ୟ ବାଦାମ ସାହାଯ୍ୟ କରେ।
-୯ ମାସ ହେବା ପରଠାରୁ ପିଲାଙ୍କୁ ଆପଣ ବାଦାମ ପାଉଡର ଦେଇପାରିବେ। ଏହାକୁ କ୍ଷୀରରେ ନଚେତ୍ ପାଣିରେ ଗୋଳାଇ ପିଆଇ ପାରିବେ।
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…
କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ…