ନୂଆ ଷ୍ଟାଇଲ ଏବଂ ନୂଆ ସ୍ୱାଦ, ପ୍ରସ୍ତୁତ କରନ୍ତୁ ଦହି ଏବଂ ବ୍ରେଡରେ ଟେଷ୍ଟୀ ଉପମା

ବ୍ରେକଫାଷ୍ଟରେ କିମ୍ବା ସ୍ନାକ୍ସରେ ପାଇଁ ଉପମାକୁ ମଧ୍ୟ ଏକ ହେଲଦି ଅପ୍ସନ ଧରାଯାଏ। କିନ୍ତୁ ଆମେ ଆପଣଙ୍କୁ ସୁଜି ଉପମା କଥା କହୁନୁ ବରଂ ବ୍ରେଡ ଏବଂ ଦହିରେ ସ୍ୱାଦିଷ୍ଟ ଉପମା କଥା କହୁଛୁ। ଆପଣଙ୍କୁ ଯଦି ଉପମା ପସନ୍ଦ, ତାହେଲେ ବିଶ୍ୱାସ କରନ୍ତୁ ଆପଣଙ୍କୁ ଏହି ରେସିପି ବହୁତ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଦହି ବ୍ରେଡ ଉପମା।

ଆବଶ୍ୟକ ସାମଗ୍ରୀ

  • ଦହି
  • ବ୍ରେଡ
  • ବାଦାମ୍‌
  • ହଳଦୀ
  • ଗରମ ମସଲା
  • ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ

  • ଏହି ରେସିପି ବନାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଦହିକୁ ଭଲଭାବେ ଫେଣ୍ଟି ଦେବା ଉଚିତ। ଆପଣ ଚାହିଁଲେ ଏହାକୁ ଥରେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଆପଣଙ୍କୁ ବ୍ରେଡ ମଧ୍ୟ ଗ୍ରାଇଣ୍ଡ୍‌ କରିବାକୁ ହେବ। ଏମିତି ଏଥିପାଇଁ କରାଯାଏ କାରଣ ଯଦି ଆପଣ ତାକୁ ଠିକ ଭାବେ ଗ୍ରାଇଣ୍ଡ କରିବେନାହିଁ, ତାହେଲେ ସେଥିରେ ଉପମାର ଟେକ୍ସଚର ଭଲ ଆସିବନି।
  • ବ୍ରେଡକୁ ଗ୍ରାଇଣ୍ଡ କରିବା ଏବଂ ଦହିକୁ ଫେଣ୍ଟିବା ପରେ ଆପଣ କଡାରେ ତେଲ ଗରମ କରନ୍ତୁ। ଏହାପରେ ଏଥିରେ ସୋରିଷ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା, ଅଦା ଏବଂ ପିଆଜ ପକାଇ ଫ୍ରାଏ କରନ୍ତୁ।
  • ଯଦି ଆପଣ ଏଥିରେ ବାଦାମ ପକାଇବାକୁ ଚାହୁଁଛନ୍ତି, ତାହେଲେ ପୂର୍ବରୁ ହିଁ ବାଦାମକୁ ଭାଜି ଦିଅନ୍ତୁ ଏବଂ ତାକୁ ପକାଇ ଦିଅନ୍ତୁ।
  • ଏବେ ଏହି ସମୟରେ ହଳଦି ପାଉଡର ପକାଇ ପୁଣି ଥରେ ଭାଜିଦେବେ। ଏଥିରେ ଲୁଣ ଏବଂ ଗରମ ମସଲା ପୂର୍ବରୁ ହିଁ ପକାଇବେନାହିଁ, କାହିଁକିନା ଏମିତି କରିବାରେ ଦହି ଫାଟିଯିବାର ସମ୍ଭାବନା ରହିଥାଏ।
  • ଏହି ସମୟରେ ଆପଣଙ୍କୁ ବ୍ରେଡ ପକାଇ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଭାଜିବାକୁ ହେବ। ଏହାପରେ ଯାଇ ଏଥିରେ ଦହି ପକାଇ ଦିଅନ୍ତୁ।
  • ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏହାପରେ ଅଳ୍ପ ଚିନି ମିଶାଇ ଦିଅନ୍ତୁ ଏବଂ ଏହାପରେ ଏଥିରେ ଦହି ମିଶାଇ ଦିଅନ୍ତୁ।
  • ଏହାପରେ ଆପଣ ଏଥିରେ ଡାଳିମ୍ବ ଦାନା ଏବଂ ଧନିଆ ପତ୍ର ମିଶାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଲୁଣ ସବୁବେଳେ ପଛରେ ପକାଇବେ।
  • ଏବେ ଆପଣ ଚାହିଁବେତ ଏଥିରେ ଲେମ୍ବୁ ରସ ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଯାଇଛି ସ୍ୱାଦିଷ୍ଟ ଉପମା।
Leave A Reply

Your email address will not be published.