କୋବି ତରକାରି ନୁହେଁ, ଏହି ସପ୍ତାହରେ ତିଆରି କରି ପିଲାଙ୍କୁ ଖୁଆନ୍ତୁ ‘କୋବି ମଞ୍ଚୁରିୟନ୍’

ଯଦି ଆପଣ କୋବି ତରକାରି ତିଆରି କରି କରି ବୋର୍ ହୋଇଗଲେଣି, ତା’ହେଲେ ଏବେ ଏକ ନୂଆ ରେସିପି ଟ୍ରାଏ କରନ୍ତୁ। ବର୍ଷା ଦିନେ ସାଧାରଣତଃ ଆମକୁ କିଛି କୁରାକୁରା କିମ୍ବା ଫ୍ରାଏଡ୍ ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ଆପଣ ଚାହିଁଲେ କୋବିରେ ମଧ୍ୟ ଏଭଳି ସ୍ନାକ୍ସ ଖୁବ୍ କମ୍ ସମୟ ମଧ୍ୟରେ ବନେଇ ପାରିବେ। ଆଜି ଆମେ ଆପଣଙ୍କୁ ‘କୋବି ମଞ୍ଚୁରିୟନ’ ତିଆରି କରିବା ଶିଖାଇବୁ। ଯଦି ଘରେ ପାର୍ଟି ଅଛି, ତା’ହେଲେ ଏହାକୁ ଷ୍ଟାର୍ଟର୍ସରେ ସର୍ଭ କରିପାରିବେ।

ଆବଶ୍ୟକ ସାମଗ୍ରୀ
-ତେଲ
-କଟା ହୋଇଥିବା କୋବି ୧ କଂସା
-କଟା ପିଆଜ ୧ କଂସା
-କଟା ଶିମଲା ଲଙ୍କା ୧/୨ କଂସା
-୧ କପ୍ ମଇଦା
-କର୍ଣ୍ଣଫ୍ଲୋର୍ ୧ ଚତୁର୍ଥାଂଶ କପ୍
-ସିରକା
-ଛୋଟ କଟା ହୋଇଥିବା କଞ୍ଚା ଲଙ୍କା
-ଟମୋଟୋ କେଚ୍ଅପ୍
-ଚିଲ୍ଲୀ ସସ୍
-ସୋୟା ସସ୍
-ଗୋଲମରିଚ ଏକ ଚାମଚ
-ଲୁଣ ସ୍ବାଦ ଅନୁସାରେ

ଏହାସହ ପଢ଼ନ୍ତୁ: ଘରେ ହିଁ ଫଟାଫଟ ବନାନ୍ତୁ ଏଗଲେସ୍ ମାୟୋନିଜ୍, ଖାଇଲେ ପାଟିରୁ ଛାଡ଼ିବନି

ପ୍ରସ୍ତୁତି ପ୍ରଣାଳୀ
ଗୋଟିଏ ବଡ଼ ଜାଗାରେ କର୍ଣ୍ଣଫ୍ଲୋର୍, ମଇଦା, ଲୁଣ ଏବଂ ଗୋଲମରିଚ ପକାଇ ଘୋଳ ତିଆରି କରନ୍ତୁ। କଟା କୋବିକୁ ସେଥିରେ ପକାଇ ହାତରେ ମିଶାଇ ଦିଅନ୍ତୁ। ଘୋଳରେ ପୂରାପୂରି ମିଶିଯାଇଥିବା କୋବିକୁ ଧିମା ଆଞ୍ଚରେ ସୁନେଲି ରଙ୍ଗ ହେବା ପର‌୍ୟ୍ୟନ୍ତ ଭାଜନ୍ତୁ। ଏବେ ଏକ ପ୍ୟାନରେ ଅଳ୍ପ ତେଲ ନେଇ ପିଆଜ, କଞ୍ଚା ଲଙ୍କା ଏବଂ ଶିମଲା ଲଙ୍କା ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ଟମାଟୋ କେଚ୍ଅପ୍, ଚିଲ୍ଲୀ ସସ୍, ସୋୟା ସସ୍, ସିରକା, ଲୁଣ, ଗୋଲମରିଚ ପକାଇ ଅଳ୍ପ ଆଞ୍ଚରେ ୧ ମିନିଟ୍ ଯାଏ ଏପଟ ସେପଟ କରନ୍ତୁ। ଭଲ ଭାବେ ପ୍ରସ୍ତୁତ ହୋଇଗଲା ପରେ ଭଜା କୋବିକୁ ଉକ୍ତ ମିଶ୍ରଣରେ ମିଶାଇ ଟିକିଏ କଷିଦିଅନ୍ତୁ। କଟା ଧନିଆ ପତ୍ର ଉପରେ ପକାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ‘କୋବି ମଞ୍ଚୁରିୟନ’।

Roshni

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

4 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

20 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

26 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

39 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago