ବିନା ପିଆଜ ରସୁଣରେ ଏପରି ପ୍ରସ୍ତୁତ କରନ୍ତୁ ଚଟପଟା ଛୋଲେ, ସ୍ୱାଦ ପୁରା ଲାଜବାବ୍‌

ନବରାତ୍ରୀର ଆଜି ଅଷ୍ଟମୀ ଦିନ। ଏମିତିରେ ୯ ଦିନ ପର୍ଯ୍ୟନ୍ତ ଲୋକମାନେ ଏହା ଭାବି ବ୍ୟସ୍ତ ହୋଇଯାନ୍ତି ଯେ ଏହି ୯ ଦିନ ଖାଇବେ କଣ। କାହିଁକିନା ବ୍ରତରେ ଅନେକ ନିୟମକୁ ପାଳନ କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ନବରାତ୍ରୀ ସ୍ପେଶାଲ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ ବହୁତ କମ୍‌ ସମୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଳୁ ଟମାଟୋର ଚଟପଟି ଡିସ୍‌।

ଆବଶ୍ୟକ ସାମଗ୍ରୀ

କାବୁଲି ଚଣା, ଟମାଟୋ, ଧଳା ରାଶି, କାଜୁ, ମଗଜ, ଦହି, ଲୁଣ, ଗରମ ମସଲା, ଲାଲ ଲଙ୍କା, ଧନିଆ ପାଉଡର, ଜିରା, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ହଳଦି ।

ପ୍ରସ୍ତୁତି ପ୍ରଣାଳୀ

ଛୋଲେ ବନାଇବା ପାଇଁ ସର୍ବପ୍ରଥମେ ରାତିରେ ଭିଜାଇ ରଖିଥିବା ଛୋଲେକୁ ସିଝାଇ ଦିଅନ୍ତୁ। ସିଝାଇବା ସମୟରେ ତରକାରୀରେ ରଙ୍ଗ ଆଣିବା ପାଇଁ ଦୁଇଟି ଟି ବ୍ୟାଗ୍‌ ପକାଇ ପାରିବେ। ଏହାସହିତ ଏଥିରେ ଅଧା ଚାମଚ ଖାଇବା ସୋଡା ମଧ୍ୟ ପକାଇ ପାରିବେ। ଏହା ଭଲଭାବେ ସିଝି ଗଲା ପରେ ଏହାକୁ ଗ୍ୟାସରେ ବାହାର କରିଦିଅନ୍ତୁ।

ଏବେ ଆଞ୍ଚରେ ପ୍ୟାନ୍‌ ବସାଇ ଘିଅ ପକାନ୍ତୁ। ଏଥିରେ ଜିରା ପକାଇ ଫୁଟିବାକୁ ଛାଡନ୍ତୁ। ଏଥିରେ କଞ୍ଚା ଲଙ୍କାର ପେଷ୍ଟ ପ୍ରସ୍ତୁତ ପକାଇଦିଅନ୍ତୁ। ଏବେ ଦୁଇ ଚାମଚ ମଗଜ, ଅଧା ଗିନା ଦହି, ୭-୮ କାଜୁ ଏବଂ ଧଳା ରାଶି ପକାଇ ଗ୍ରାଇଣ୍ଡରରେ ପକାଇ ଦିଅନ୍ତୁ। ଏବେ ଏହାକୁ ବି ପ୍ୟାନରେ ପକାଇ ଭଲଭାବେ ଫ୍ରାଏ କରନ୍ତୁ। ଯେତେବେଳେ ମସଲାରୁ ତେଲ ଉପରକୁ ଦେଖାଯିବ ସେତେବେଳେ ଏଥିରେ କଟା ଟମାଟୋ ନେହେଲେ ଟମାଟୋ ପ୍ୟୁରୀ ପକାଇ ଭଲଭାବେ ଫ୍ରାଏ ହେବାକୁ ଛାଡନ୍ତୁ।

ଏବେ ମସଲାରେ ଆପଣ ଦୁଇ ଚାମଚ ଗରମ ମସଲା, ଅଧା ଚାମଚ ହଳଦି, ଅଧା ଚାମଚ ଲାଲ ଲଙ୍କା, ଅଧା ଚାମଚ ଧନିଆ ପାଉଡର ପକାଇ ମସଲାକୁ ଭଲଭାବେ ଫ୍ରାଏ କରନ୍ତୁ। ଏବେ ଏଥିରେ ସିଝା ଛୋଲେ ପକାଇ ତିନି କପ୍‌ ପାଣି ପକାଇ ଭଲଭାବେ ଫ୍ରାଏ ହେବାକୁ ଦିଅନ୍ତୁ। ନିଜ ହିସାବରେ ଗ୍ରେଭୀ ରଖି ଆଞ୍ଚରୁ ବାହାର କରିଦିଅନ୍ତୁ ଏବଂ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ। ଏହାଉପରେ ଅଦାକୁ ବି ଘସି ପକାଇ ପାରିବେ। ଆପଣ ଛୋଲେର ମାତ୍ରା ହିସାବରେ ମସଲା ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ନବରାତ୍ରି ସ୍ପେଶାଲ ଚଟପଟା ଛୋଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.