ଘରେ ଏପରି ବନାନ୍ତୁ ବେକେରୀ ଷ୍ଟାଇଲ୍‌ କୋକୋନଟ୍‌ ବିସ୍କୁଟ, ଟେଷ୍ଟ ଏକଦମ ଜବରଦସ୍ତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧/୨ କପ୍‌ ଖୁଆ
୧/୨ କପ୍‌ ସୁଖିଲା ନଡିଆ କୋରା
୧/୨ ଛୋଟ ଚାମଚ ବେକିଙ୍ଗ ପାଉଡର
୧/୨ ଛୋଟ ଚାମଚ ଭାନିଲା ଏସେନ୍ସ
୧/୨ କପ୍‌ ଚିନି ପାଉଡର
ଆବଶ୍ୟକ ଅନୁସାରେ କ୍ଷୀର

ପ୍ରସ୍ତୁତି ପ୍ରଣାଳୀ

ଖୁଆକୁ ମେଲ୍ଟ କରି ଏକ ପାତ୍ରରେ ପକାନ୍ତୁ। ଏବେ ଏଥିରେ ଚିନି ପାଉଡର ପକାନ୍ତୁ ଏବଂ ଭଲଭାବେ ମିଶାଇବା ପାଇଁ ହ୍ଵିପ୍ଡର ପ୍ରୟୋଗ କରନ୍ତୁ। ଏକ ଚିକ୍କଣ ଏବଂ କ୍ରିମୀ ମିଶ୍ରଣ ବନାଇବା ପାଇଁ ୩-୪ ମିନିଟ୍‌ ପର୍ଯ୍ୟନ୍ତ ଫେଣ୍ଟନ୍ତୁ। ଏବେ ମଇଦାରେ ନଡିଆ କୋରା, ବେକିଙ୍ଗ ପାଉଡର, ଭାନିଲା ଏସେନ୍ସ ପକାନ୍ତୁ। ଏବଂ ନିଜ ହାତରେ ଭଲଭାବେ ମିଶାନ୍ତୁ ଏବଂ ୨-୪ ଚାମଚ୍‌ କ୍ଷୀର କିମ୍ବା ନିଜ ଆବଶ୍ୟକତା ଅନୁସାରେ ପକାନ୍ତୁ। ଏକ ନରମ ଅଟା ବନାଇବା ପାଇଁ ଭଲଭାବେ ଚକଟି ଦିଅନ୍ତୁ।
ଏବେ ଅଟାର ଛୋଟ ଛୋଟ ଗୋଲା ନେଇ ହାଲକା ଚେପଟା କରି ନଡିଆ କୋରା ଭର୍ତ୍ତି କରି ହାଲୁକା ହାତରେ ଦାବି ଦିଅନ୍ତୁ। ନଡିଆ ବିସ୍କୁଟକୁ ବଟର ପେପର କାଗଜରେ ଘୋଡାଇ ବେକିଙ୍ଗ ଟ୍ରେରେ ରଖନ୍ତୁ। ଏହାକୁ ପୂର୍ବରୁ ଗରମ କରିଥିବା ଓଭନରେ ୧୭୦ ଡିଗ୍ରୀ ସେଲସିୟସରେ ୧୫ ମିନିଟ୍‌ ପାଇଁ ବେକ୍‌ କରିଦିଅନ୍ତୁ। ନଡିଆ କୁକିଜ ବା ବିସ୍କୁଟ ଏବେ ଆପଣଙ୍କର ରେଡି ହୋଇଯାଇଛି। ଏହାକୁ ଅଧିକ ଦିନ ଷ୍ଟୋର କରି ରଖିବା ପାଇଁ ଏହାକୁ ଏକ ଏୟାର ଟାଇଟ୍‌ କଣ୍ଟେନରରେ ଷ୍ଟୋର କରି ରଖନ୍ତୁ।

Leave A Reply

Your email address will not be published.