ରେସ୍ତୋରାଁ ଭଳି ବନାଇପାରୁନାହାଁନ୍ତି କି କ୍ରିସପି କର୍ଣ୍ଣ, ତାହେଲେ ଏହି ରେସିପିକୁ କରନ୍ତୁ ଫଲୋ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
  • ୨ କପ୍‌ ଫ୍ରୋଜନ ସ୍ୱିଟ୍‌ କର୍ନ
  • ୨ ବଡ ଚାମଚ୍‌ ଚାଉଳ ଗୁଣ୍ଡ
  • ଆବଶ୍ୟକତା ଅନୁସାରେ ଲୁଣ
  • ୧/୨ ଛୋଟ ଚାମଚ ସୁଖିଲା ଆମ୍ବ ପାଉଡର
  • ୧ କପ୍‌ ବନସ୍ପତି ତେଲ
  • ୧/୪ କପ୍‌ ମକ୍କା ଅଟା ବା କର୍ଣ୍ଣଫ୍ଲୋର
  • ୧/୨ ଚାମଚ ଗୋଲମରୀଚ ଗୁଣ୍ଡ
  • ୧/୨ ଚାମଚ ଲାଲ ଲଙ୍କା ପାଉଡର
  • ୧ ବଡ ଚାମଚ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ସ୍ୱିଟ୍‌ କର୍ଣ୍ଣକୁ ରୁମ ଟେମ୍ପରେଚରରେ ରଖି ଦିଅନ୍ତୁ। ଏକ ପାତ୍ରରେ ଅଳ୍ପ ପାଣି ଫୁଟାଇ ଦିଅନ୍ତୁ। ଥରେ ଫୁଟି ଆସିବା ପରେ ପ୍ୟାନରେ କର୍ଣ୍ଣକୁ ପକାନ୍ତୁ। ୨ ମିନିଟ୍‌ ପାଇଁ ହଲାଇ ସିଝାନ୍ତୁ। ଏବେ ଏଥିରୁ ଏକ୍ସଟ୍ରା ପାଣି ବାହାର କରିଦିଅନ୍ତୁ ଏବଂ କର୍ଣ୍ଣକୁ ଛାଣି ଦିଅନ୍ତୁ। ଏକ ପାତ୍ରରେ ସ୍ୱିଟ୍‌ କର୍ଣ୍ଣ ପକାନ୍ତୁ। ଚାଉଳର ଗୁଣ୍ଡ ଏବଂ କର୍ଣ୍ଣଫ୍ଳୋରକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଏବଂ ଗୋଲମରୀଚ ପାଉଡର ପକାନ୍ତୁ। ମକାକୁ ଭଲଭାେ କୋଟ୍‌ କରିବା ପାଇଁ ପୁଣି ଥରେ ମିକ୍ସ କରନ୍ତୁ।

ଏବେ ଏକ ଛଙ୍କାରେ କର୍ଣ୍ଣ ପକାନ୍ତୁ ଏବଂ ଅଳ୍ପ ହଲାଇ ଦିଅନ୍ତୁ। ଏକ କଡାରେ ତେଲ ଗରମ କରନ୍ତୁ। କୋଟେଡ କର୍ଣ୍ଣକୁ କ୍ରିସପି ଏବଂ ଗୋଲଡେନ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଡିପ୍‌ ଫ୍ରାଏ କରନ୍ତୁ। ଭଜା ହୋଇଥିବା କର୍ଣ୍ଣକୁ ଏକ ପାତ୍ରରେ ପକାନ୍ତୁ। ଲାଲ ଲଙ୍କା ପାଉଡର, ଆମଚୁର ପାଉଡର, ଲୁଣ ଏବଂ ଲେମ୍ବୁ ରସ ପକାନ୍ତୁ। କର୍ଣ୍ଣକୁ ମସଲାରେ ଭଲଭାବେ କୋଟେଡ୍‌ କରିଦିଅନ୍ତୁ। ଲୁଣ ସ୍ୱାଦାନୁସାରେ ପକାନ୍ତୁ। ଆପଣଙ୍କ ସ୍ୱାଦିଷ୍ଟ କ୍ରିସପି କର୍ଣ୍ଣ ପରଷିବା ପାଇଁ ଏକଦମ୍‌ ରେଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.