ବର୍ଷା ପାଗରେ ଏକଦମ୍‌ ମଜା ଆଣିଦେବ ଗରମାଗରମ କେଏଫସି ଚିକେନ୍‌ ପକୋଡା, ଏପରି କରନ୍ତୁ ପ୍ରସ୍ତୁତ୍‌

ଯଦି ଆପଣ ନନଭେଜ୍‌ ଲଭର ତାହେଲେ ବର୍ଷା ପାଗରେ ଗରମା ଗରମ ପକୋଡାର ମଜା ନେବା ପାଇଁ ସାଧାରଣ ଭାବରେ ଆଳୁ ବନ୍ଧାକୋବି ପକୋଡା ନବନାଇ କେଏଫସି ଷ୍ଟାଇଲରେ ବନାନ୍ତୁ ଚିକେନ୍‌ ପକୋଡା। ତାହେଲେ ଆସନ୍ତୁ ଜାଣିବା କେମିତି ସହଜ ଉପାୟରେ ପ୍ରସ୍ତୁତ କରିବେ କେଏଫସି ଷ୍ଟାଇଲ୍‌ ଚିକେନ୍‌ ପକୋଡା।

ଚିକେନ୍‌ ପକୋଡା ପାଇଁ ଆବଶ୍ୟକ ସାମଗ୍ରୀ

ଚିକେନ – ୨୫୦ ଗ୍ରାମ୍‌
ତେଲ – ଛାଣିବା ପାଇଁ
ବ୍ୟାଟର ପାଇଁ ଦରକାର
ବେସନ – ୧ କପ୍‌
ଚାଉଳ ଗୁଣ୍ଡ – ୨ ବଡ ଚାମଚ
ପାଣି – ୫୦ ମିଲି (ଆବଶ୍ୟକ ଅନୁସାରେ)
ଅଦା-ରସୁଣ ପେଷ୍ଟ – ୧ ବଡ ଚାମଚ୍‌
ହଳଦି ପାଉଡର – ଅଧା ବଡ ଚାମଚ୍‌
କାଶ୍ମୀର ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ୍‌
ଗୋଲ ମରୀଚ ପାଉଡର – ଅଧା ଛୋଟ ଚାମଚ୍‌
ସୁଖିଲା ପୋଦିନା ପତ୍ର – ୧/୪ ଛୋଟ ଚାମଚ
ଲୁଣ ସ୍ୱାଦାନୁସାରେ

ଚିକେନ୍‌ ପକୋଡା ପାଇଁ ପ୍ରସ୍ତୁତି ପ୍ରଣାଳୀ

ଚିକେନ୍‌ ପକୋଡା ବନାଇବା ପାଇଁ ସର୍ବପ୍ରଥମେ ଚିକେନକୁ ଛୋଟ ଛୋଟ ପିସ୍‌ କରିଦିଅନ୍ତୁ। ଏବେ ପକୋଡା ପାଇର୍ ବ୍ୟାଟର ବା ଘୋଳ ପ୍ରସ୍ତୁତ କରନ୍ତୁ। ବ୍ୟାଟର ପ୍ରସ୍ତୁତ କରିବା ପାଇଁ ବେସନ, ଚାଉଳ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ହଳଦୀ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପାଉଡର, ସୁଖିଲା ପୋଦିନା ପତ୍ର ଏବଂ ଲୁଣ ସ୍ୱାଦାନୁସାରେ ମିକ୍ସ କରନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏଥିରେ ଚିକେନ ପିସକୁ ପକାଇ ଦିଅନ୍ତୁ ଏବଂ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ପ୍ରାୟ ୩୦ ମିନିଟ୍‌ ପାଇଁ ମ୍ୟାରିନେଟ୍‌ କରି ରଖନ୍ତୁ। ଏବେ ଏକ ଗଭୀର ପ୍ୟାନ୍‌ ନେଇ ତେଲ ଗରମ କରନ୍ତୁ। ଯେତେବେଳେ ତେଲ ଗରମ ହୋଇଯିବ ଏଥିେରେ ଚିକେନ ଖଣ୍ଡକୁ ପକାଇ ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ଛାଣନ୍ତୁ। ଯେତେବେଳେ ଚିକେନ ଭଲଭାବେ ଫ୍ରାଏ ହୋଇଯିବ ତେଲରୁ ଛାଣି ପ୍ଳେଟକୁ ବାହାର କରିଦିଅନ୍ତୁ। ଏହିପରି ଭାବେ ସମସ୍ତ ଚିକେନ୍‌ ପକୋଡାକୁ ପ୍ରସ୍ତୁତ କରିଦିଅନ୍ତୁ। ମନେ ରଖନ୍ତୁ ପକୋଡାକୁ ଘୋଡାଇ ରଖିବେନି। କାରଣ ଘୋଡାଇ ରଖିଲେ ଏହା ଖାଇବାକୁ କ୍ରିସପି ଲାଗିବନି। ଏହାକୁ ଆପଣ ନିଜ ପସନ୍ଦର ଚଟଣୀ ସହିତ ସର୍ଭ କରନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.