ଭୃସଙ୍ଗ ପତ୍ର ରସର ଉପକାରିତା, ପ୍ରତିଦିନ ପିଇବା ଦ୍ୱାରା କମ୍‌ ହେବ ଓଜନ

ଧନିଆ ପତ୍ର ଯେପରି ଖାଦ୍ୟରେ ଉଭୟ ସ୍ୱାଦ ଏବଂ ରଙ୍ଗକୁ ବଢାଇଥାଏ । ସେହିଭଳି, ଭୃସଙ୍ଗ ପତ୍ର ମଧ୍ୟ ଖାଦ୍ୟର ସ୍ୱାଦକୁ ବଢାଇଥାଏ । ସାଉଥ୍‌ ଇଣ୍ଡିଆରେ ଖାଦ୍ୟରେ ସାଧାରଣତଃ ଭୃସଙ୍ଗ ପତ୍ର ବ୍ୟବହାର କରାଯାଇଥାଏ । ଭୃସଙ୍ଗ ପତ୍ର ବିଭିନ୍ନ ପ୍ରକାରର ଉପମାର ସୁଗନ୍ଧ ଏବଂ ସ୍ୱାଦ ଆଣିଥାଏ । ଶତାବ୍ଦୀ ଧରି ଭାରତୀୟ ଘରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଉଛି । ଅନେକ ଔଷଧୀୟ ଗୁଣ ଭୃସଙ୍ଗ ପତ୍ରରେ ମଧ୍ୟ ମିଳିଥାଏ ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ । ତେବେ ପ୍ରତିଦିନ ଭୃସଙ୍ଗ ପତ୍ର ରସ ପିଇବା ଦ୍ୱାରା ଓଜନ କମିଥାଏ । ତାହେଲେ ଅସନ୍ତୁ ଜାଣିବା ଯେ ଓଜନ କମ୍‌ କରିବା ପାଇଁ ଭୃସଙ୍ଗ ପତ୍ର ରସ କିପରି ତିଆରି କରିବା ଏବଂ ପିଇବାର ସଠିକ୍‌ ସମୟ ।

ଭିଟାମିନ୍ B2, ଭିଟାମିନ୍ B1 ଏବଂ ଭିଟାମିନ୍ A ପରି ଅନେକ ଭିଟାମିନ୍ ଏବଂ ଆଇରନ୍‌, କ୍ୟାଲସିୟମ୍, ପ୍ରୋଟିନ୍ ପରି ପୋଷକ ତତ୍ତ୍ୱ ଭୃସଙ୍ଗ ପତ୍ରରେ ମିଳିଥାଏ । ଭୃସଙ୍ଗ ପତ୍ରଗୁଡିକ ଆଣ୍ଟି-ଡାଇବେଟିସ୍, ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ମାଇକ୍ରୋବାୟଲ୍ ଗୁଣରେ ଭରପୂର ହୋଇଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଭୃସଙ୍ଗ ପତ୍ର ରସ ଓଜନ କମ୍‌ କରିବାରେ ସାହାଯ୍ୟ କରେ :
ଖାଲି ପେଟରେ ପ୍ରତିଦିନ ଭୃସଙ୍ଗ ପତ୍ର ରସ ପିଇବା ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଭୃସଙ୍ଗ ପତ୍ରରେ ମିଳୁଥିବା ଭିଟାମିନ୍ ଏବଂ ମିନେରାଲ୍ସ ଓଜନ କମ୍‌ କରିବାରେ ସାହାଯ୍ୟ କରେ । ଭୃସଙ୍ଗ ପତ୍ର ରସ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଇନ୍‌ଫେକ୍ସନ୍‌କୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଆଇରନ୍‌ ଏବଂ ଫୋଲିକ୍ ଏସିଡ୍ ରେ ଭରପୂର ଭୃସଙ୍ଗ ପତ୍ର ରସ ଶରୀରରେ ରକ୍ତହୀନତାକୁ ଦୂର କରିଥାଏ । ରକ୍ତହୀନତା ରୋଗୀ ଭୃସଙ୍ଗ ପତ୍ର ରସ ପିଇବା ଉଚିତ । ଭୃସଙ୍ଗ ପତ୍ର ରସ ପିଇବା ଶରୀରକୁ ଡିଟକ୍ସାଇଫ କରିଥାଏ ଏବଂ ଖରାପ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ତେବେ ଭୃସଙ୍ଗ ପତ୍ର ରସ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରେ । ଏହା ସହିତ ଗ୍ୟାସ୍, ଏସିଡିଟି ଏବଂ କୋଷ୍ଠକାଠିନ୍ୟର ସମସ୍ୟାର ସମାଧାନ କରିବାରେ ଅନେକ ସାହାଯ୍ୟ କରିଥାଏ । ଭୃସଙ୍ଗ ପତ୍ର ରସ କେଶ ଏବଂ ସ୍କିନ୍‌କୁ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ ।

ଭୃସଙ୍ଗ ପତ୍ର ରସ କିପରି ପ୍ରସ୍ତୁତ କରିବେ ?
ଏଥିପାଇଁ ଆପଣଙ୍କୁ ପ୍ରାୟ ୧ ପାତ୍ର ଭୃସଙ୍ଗ ପତ୍ର ନେବାକୁ ପଡିବ । ଏହା ପରେ ପତ୍ରକୁ ଭଲ ଭାବରେ ଧୋଇ ଫୁଟାଇବା ପାଇଁ ଗ୍ୟାସରେ ୨ ଗ୍ଲାସ ପାଣି ରଖନ୍ତୁ । ଯେତେବେଳେ ପାଣି ଫୁଟିବା ଆରମ୍ଭ କରିବା ସେଥିରେ ଭୃସଙ୍ଗ ପତ୍ର ମିଶାନ୍ତୁ । ବର୍ତ୍ତମାନ ଏହାକୁ ଫୁଟାନ୍ତୁ ଏବଂ ଯେତେବେଳେ ପାଣି ଅଧା ହୋଇଯିବ, ଏହାକୁ ଛାଣି ଦିଅନ୍ତୁ । ଏଥିରେ ୧ ଚାମଚ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ । ଯଦି ଆପଣ ଚାହିଁବେ, ଭୃସଙ୍ଗ ପତ୍ରକୁ ଗ୍ରାଇଣ୍ଡ୍ କରି ରସ ବାହାର କରନ୍ତୁ, ଏଥିରେ କଳା ଲୁଣ ଏବଂ ଲେମ୍ବୁ ମିଶାଇ ପିଅନ୍ତୁ । ଏହା ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲଭଦାୟକ ହେବ ।