୫ ମିନିଟରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଦହି ଲସି, ଆଉ ଶରୀରକୁ କରନ୍ତୁ ଥଣ୍ଡା ଥଣ୍ଡା କୁଲ କୁଲ୍‌

ଗରମ ସିଜନ ଆରମ୍ଭ ହେବା ପରେ ହିଁ ଘରେ ଦହି ଲସିର ଡିମାଣ୍ଡ ବଢ଼ିଯାଏ। ସମର ସିଜନରେ ବଡିକୁ ଥଣ୍ଡା କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ କରନ୍ତି। ଡେଲି ଡାଏଟରେ ବହୁତ ସାରା ବହୁତ କିଛି ହେଲଦି ଫୁଡସକୁ ସାମିଲ କରାଯାଏ କିନ୍ତୁ ଏହି ଋତୁରେ ଦହିରେ ପ୍ରସ୍ତୁତ ଲସିର ମଜା ବହୁତ ଅଲଗା ହୋଇଥାଏ। ଜାଣନ୍ତୁ ଘରେ କେମିତି ବନାଇବେ ଟେଷ୍ଟୀ ଦହି ଲସି।

ଆବଶ୍ୟକ ସାମଗ୍ରୀ

ଦହି – ୧/୨ କିଲୋ
ଚିନି – ୧/୨ କପ୍‌
କ୍ଷୀର – ୧ କପ୍‌
କାଜୁ – ୫ଟି
ବାଦାମ୍‌ – ୫ଟି
ଟୁଟି ଫ୍ରୁଟି – ୧ ଚାମଚ୍‌
ମଲାଇ – ୨ ଚାମଚ୍‌
ଆଇସ୍‌ କ୍ୟୁବ୍‌ – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

ଦହି ଲସି ବନାଇବା ପାଇଁ ସର୍ବପ୍ରଥମେ ଦହିକୁ ଏକ ପାତ୍ରରେ ବାହାର କରିଦିଅନ୍ତୁ। ଯଦି ଦହିର ଥଣ୍ଡା ଲସି ପିଇବାକୁ ଆପଣ ଚାହୁଁଛନ୍ତି ତାହେଲେ ପ୍ରଥମେ ଦହିକୁ ଫ୍ରିଜରୁ ବାହାର କରି କିଛି ସମୟ ପାଇଁ ରଖିଦିଅନ୍ତୁ। ଏବେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଏଥିରେ ଚିନି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଦହିକୁ ସେତେ ପର୍ଯ୍ୟନ୍ତ ମନ୍ଥନ କରନ୍ତୁ ଯେ ପର୍ଯ୍ୟନ୍ତ ଚିନି ଭଲଭାବେ ଦହି ସହ ମିଳେଇ ନଯାଇଛି।

ଏବେ ଫେଣ୍ଟି ରଖିଥିବା ଦହିରେ ଥଣ୍ଡା କ୍ଷୀର ପକାଇ ଦିଅନ୍ତୁ ଏବଂ ଥରେ ଦହି ଏବଂ କ୍ଷୀରକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହି ପ୍ରକ୍ରୀୟା ସେତେ ପର୍ଯ୍ୟନ୍ତ କରିବାକୁ ହେବ ଯେପର୍ଯ୍ୟନ୍ତ ଏହା ଭଲଭାବେ ଫେଣ୍ଟି ନ ହୋଇଛି। ଏହାପରେ ଦହିର ଲସିକୁ ଗ୍ଲାସରେ ବାହାର କରିଦିଅନ୍ତୁ ଏବଂ ଏହା ଉପରେ ବରଫ ଖଣ୍ଡ ପକାଇ ଦିଅନ୍ତୁ। ଏହାପରେ ଲସିରେ ତାଜା ମଲାଇ ପକାନ୍ତୁ ଏବଂ ଏହା ଉପରେ କଟା ହୋଇଥିବା କାଜୁ ବାଦାମକୁ ପକାଇ ଦିଅନ୍ତୁ। ଶେଷରେ ଲସିରେ ଟୁଟି ଫ୍ରୁଟିରେ ସଜାଇ ସର୍ଭ କରନ୍ତୁ। ଲସିର ସ୍ୱାଦ ଘରର ପ୍ରତ୍ୟେକଙ୍କୁ ବହୁତ ପସନ୍ଦ ଆସିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.