ନୂଆବର୍ଷରେ ବନାନ୍ତୁ କିଛି ନୂଆ, ପ୍ରସ୍ତୁତ କରନ୍ତୁ ଡାଲି ଦୋସା

ଆବଶ୍ୟକ ସାମଗ୍ରୀ
- ୧/୪ କପ୍ ବିରି ଡାଲି
- ୧/୪ କପ୍ ଗ୍ରୀନ୍ ମୁଗ
- ୧/୪ କପ୍ ଚଣା ଡାଲି
- ୧/୪ କପ୍ ହରଡ ଡାଲି
- ୧/୨ ଇଞ୍ଚ୍ ଅଦା
- ୧/୨ ଚାମଚ୍ ଜିରା
- ଗୋଟିଏ କଞ୍ଚା ଲଙ୍କା
- ଲୁଣ ସ୍ୱାଦାନୁସାରେ
- ଆବଶ୍ୟକ ଅନୁସାରେ ତେଲ
ପ୍ରସ୍ତୁତି ପ୍ରଣାଳୀ
- ଡାଲି ଦୋସା ବନାଇବା ପାଇଁ ପ୍ରଥମେ ଏକ ପାତ୍ରରେ ସମସ୍ତ ଡାଲିକୁ ରାତି ସାରା ଭିଜାଇ ରଖନ୍ତଚ।
- ପରଦିନ ଗ୍ରାଇଣ୍ଡର ଜାରରେ ଡାଲି, ଜିରା, ଅଦା, କଞ୍ଚା ଲଙ୍କା ଏବଂ ଲୁଣ ପକାଇ ଦୋସା ପାଇଁ ଘୋଳ ପ୍ରସ୍ତୁତ କରନ୍ତୁ।
- ମିଡିୟମ୍ ଆଞ୍ଚରେ ତାଓ୍ଵା ବସାଇ ହାଲକା ତେଲ ଲଗାଇ ଚିକ୍କଣ କରିନିଅନ୍ତୁ।
- ତାଓ୍ଵାକୁ ଗରମ କରି ଏହା ଉପରେ ଘୋଳ ବା ଆଣ ପକାଇ ଗୋଲ କରି ବୁଲାଇ ଦିଅନ୍ତୁ।
- ଏହାପରେ ଏହାର ଚାରିପଟେ ତେଲ ପକାଇ ଦିଅନ୍ତୁ।
- ଯେତେବେଳେ ଗୋଟେ ପାଖ ଦୋସା ହୋଇଯିବ ସେତେବେଳେ ଏଥିରେ ତେଲ ପକାଇ ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
- ଏହିପରି ଭାବେ ଦୋସାକୁ ସେକି ଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମିକ୍ସ ଡାଲି ଦୋସା।
- ଏହାକୁ ଆପଣ ନଡିଆ ଚଟଣୀ ସହିତ ସର୍ଭ କରିପାରିବେ।