ଟିଫିନରେ କଣ ବନେଇବେ ଭାବୁଛନ୍ତି କି, ତେବେ ବନାନ୍ତୁ “ଏଗ ରୋଲ”

ବାହାରେ ଏଗ ରୋଲ ତ ଖାଇଥିବେ । କିନ୍ତୁ କେବେ ଘରେ ବନେଇ ଖାଇଛନ୍ତିକି । ଯଦି କରିଛନ୍ତି ଆଉ ଥରେ ବନାନ୍ତୁ ଆଉ ଯଦି କେବେ କରିନାହାନ୍ତି ତେବେ କରିକି ଥରେ ଟ୍ରାଏ କରନ୍ତୁ । ଦେଖିବେ ଟେଷ୍ଟ ଜବରଦସ୍ତ ଲାଗିବା ସହ ଆପଣଙ୍କ ମନ ଶାନ୍ତି ହୋଇଯିବ ।

ଆସନ୍ତୁ ଜାଣି ରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଆବଶ୍ୟକ ମୁତାବକ ଅଣ୍ଡା

3 ଟି ସିମେଇ ନୁଡୁଲାସ

8 ଟି ମସ୍ରୁମ

ଗୋଟେ ମାଧ୍ୟମ ଆକାରର ପିଆଜ

2 ଟି ଗାଜର କୋରାଯାଇଥିବା

4 କପ ବନ୍ଧାକୋବି

2 ଚାମଚ ଲୁଣ

ଅଧା ଚାମଚ ଗୋଲମରିଚ ଗୁଣ୍ଡ

ଦେଢ଼ ଚାମଚ ସୋୟା ସସ

ଗୋଟେ ଚାମଚ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ନୁଡୁଲସକୁ ସିଝାଇ ଦିଅନ୍ତୁ । ସିଝି ଗଲା ପରେ ଏଗୁଡ଼ିକୁ ବାହାର କରି 5 ରୁ 7 ମିନିଟ ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏବେ ଆଉ ଏକ ପାତ୍ର ବସାଇ ସେଥିରେ ଦୁଇ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ଛତୁ, ପିଆଜ, ଗାଜର ଦେଇଦିଅନ୍ତୁ । କିଛି ବନି ଆସିଲେ ବନ୍ଧା କୋବି କଟା ଦେଇ ଛାଡି ଦିଅନ୍ତୁ । ଚାହିଁଲେ ଘୋଡେଇ ଦେଇ ପାରିବେ । କିଛି ସମୟ ପରେ କିଛି ଲୁଣ ଚିଚନ୍ତୁ । ଏବେ ଏକ ଗିନାରେ ଅଣ୍ଡା ଭାଙ୍ଗି, ସେଥିରେ ଲୁଣ, ଗୋଲମରିଚ ଗୁଣ୍ଡ, ସୋୟା ସସ, କିଛି ତେଲ ଦେଇ ଗୋଳାଇ ଦିଅନ୍ତୁ । ଏବେ ମଇଦା ଚକଟାରେ ଛୋଟ ଛୋଟ ଗୁଳା କରି ରୋଟୀ ପରି ବନେଇ ଦିଅନ୍ତୁ | ଏବେ ତାହାକୁ ତାୱାରେ ଭଲ ଭାବରେ ସେକି ଦିଅନ୍ତୁ । ଚାହିଁଲେ ମଝିରେ ମଝିରେ ତେଲ ଦେଇପାରିବେ । ଏବେ ଏହି ରୋଟୀ ମଝିରେ ଅଣ୍ଡା ଫେଣ୍ଟା ଦେଇ ଟିକେ ସେକିବା ପରେ ମସଲା ଦେଇ ଦିଅନ୍ତୁ । ଏବେ ତାୱାକୁ ଆଉ ଟିକେ ଗରମ କରି ରୋଲ ଗୁଡ଼ିକୁ ସେକି ଦିଅନ୍ତୁ । ଦେଖିବେ ପିଲା ମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.