ଥରେ ନିଶ୍ଚୟ ବନାଇବାକୁ ଟ୍ରାଏ କରନ୍ତୁ ଏଗ୍‌ ସିଙ୍ଗଡା, ସ୍ୱାଦ ଏକଦମ୍‌ ଲାଜବାବ୍‌

ଆପଣ ଅନେକ ପ୍ରକାରର ସମୋସା ବି ସିଙ୍ଗଡା ଖାଇଥିବେ। କିନ୍ତୁ କଣ ଆପଣ କେବେ ଏଗ୍‌ ସିଙ୍ଗଡା ଖାଇଛନ୍ତି। ଯଦି ନା, ତାହେଲେ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏଗ୍‌ ସମୋସା ରେସିପି। ଯାହା ସ୍ୱାଦରେ ଏକଦମ୍‌ ଜବରଦସ୍ତ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଣ୍ଡା, କଦ୍ଦୁକସ୍‌ ହୋଇଥିବା ଆଳୁ, ଛୋଟ କଟା ପିଆଜ, କଟା କଞ୍ଚା ଲଙ୍କା, ଧନିଆ ପତ୍ର, ମଇଦା, ବେକିଙ୍ଗ ପାଉଡର, ଲୁଣ ଏବଂ ରିଫାଇଣ୍ଡ ତେଲ।

ପ୍ରସ୍ତୁତି ପ୍ରଣାଳୀ

  • ଏକ ଗିନାରେ ୩୦୦ ଗ୍ରାମ ମଇଦା, ଅଧା ଛୋଟ ଚାମଚ ବେକିଙ୍ଗ ପାଉଡର ଏବଂ ଲୁଣ ମିଶାଇ ଦିଅନ୍ତୁ। ଏହାପରେ ତେଲ ପକାଇ ଭଲଭାବେ ଚିକ୍କଣ କରି ଚକଟି ଦିଅନ୍ତୁ। ଏହାକୁ ଏକ ରୁ ଦୁଇ ଘଣ୍ଟା ସେଟ୍‌ ହେବା ପାଇଁ ରଖିଦିଅନ୍ତୁ।
  • ଏବେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ କଟା ହୋଇଥିବା ପିଆଜ, କଞ୍ଚା ଲଙ୍କାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାାଜନ୍ତୁ। ଏଥିରେ କଦ୍ଦୁକସ୍‌ କରିଥିବା ଆଳୁ ଏବଂ ଗାଜର ମିଶାଇ ଭାଜିଦିଅନ୍ତୁ।
  • ଏହାପରେ ଲୁଣ ଏବଂ ଧନିଆ ପତ୍ର ମିଶାଇ ଆଳୁ ଏବଂ ଗାଜର ନରମ ହେବା ପର୍ଯ୍ୟନ୍ତ ଘୋଡାଇ ଦିଅନ୍ତୁ।
  • ପ୍ରାୟ ୫-୭ ମିନିଟରେ ପରିବା ସିଝିଯିବ, ଏହା ସିଝିଗଲେ ଅଣ୍ଡାକୁ ଭାଙ୍ଗି ପକାନ୍ତୁ। ଏବଂ ପରେ ଆଞ୍ଚ ବନ୍ଦ କରି ଥଣ୍ଡା ହେବା ପାଇଁ ଅଲଗା କରି ରଖିଦିଅନ୍ତୁ।
  • ଏବେ ଅଟା ଚକଟାକୁ ନେଇ ଛୋଟ ଛୋଟ ଗୋଲା ବନାଇ ପତଳା କରି ବେଲି ଦିଅନ୍ତୁ।
  • ଏକଦମ୍‌ ସିଙ୍ଗଡା ପାଇଁ ଯେମିତି ବେଲନ୍ତି ଠିକ ସେପରି ବେଲିଦିଅନ୍ତୁ। ଏବେ ଏହା ଉପରେ ଅଣ୍ଡାର ମିଶ୍ରଣକୁ ରଖନ୍ତୁ।
  • ଅଣ୍ଡାର ଷ୍ଟଫିଙ୍ଗ ଭରିବା ପରେ ଏହାକୁ ତିନିକୋଣିଆ ଆକାରରେ ସିଙ୍ଗଡା ବନାଇ ଦିଅନ୍ତୁ।
  • ଏହି ସମୟରେ ସିଙ୍ଗଡା ଚାରିପାଖରେ ହାଲକା ପାଣି ଲଗାଇ ଦିଅନ୍ତୁ। ଏମିତି କରି ସିଙ୍ଗଡାକୁ ସିଲ୍‌ କରିଦିଅନ୍ତୁ।
  • ଏହିପରି ଭାବେ ସମସ୍ତ ସିଙ୍ଗଡାକୁ ବନାଇ ଦିଅନ୍ତୁ। ଏବେ କଡାରେ ତେଲ ଗରମ କରି ସିଙ୍ଗଡାକୁ ପକାଇ ଗୋଲଡେନ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଡିପ୍‌ ଫ୍ରାଏ କରନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଏଗ୍‌ ସମୋସା।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.