ଘରେ ବନାନ୍ତୁ ଏକଦମ୍‌ ସ୍ୱାଦିଷ୍ଟ ମ୍ୟାଗି ମସଲା, ଆଉ ବଜାର ଜିନିଷର ପଡିବନି ଆବଶ୍ୟକତା

ଆବଶ୍ୟକ ସାମଗ୍ରୀ

୩ ଚାମଚ୍‌ ପିଆଜ ପାଉଡର
୩ ବଡ ଚାମଚ ରସୁଣ ପାଉଡର
ଅଢ଼େଇ ଚାମଚ୍‌ କର୍ଣ୍ଣଫ୍ଲୋର
୧ ବଡ ଚାମଚ୍‌ ଚିନି ପାଉଡର
୨ ବଡ ଚାମଚ ଆମଚୁର ପାଉଡର
ଦେଢ଼ ଚାମଚ ସୁଣ୍ଠି ପାଉଡର
୩ ବଡ ଚାମଚ ଚିଲ୍ଲୀ ଫ୍ଲେକ୍ସ
୧ ବଡ ଚାମଚ ହଳଦୀ
୨ ବଡ ଚାମଚ ଜିରା
୩ ବଡ ଚାମଚ ଗୋଲମରୀଚ
୨ ବଡ ଚାମଚ ଧନିଆ ପତ୍ର
୨ଟି ତେଜପତ୍ର
ସ୍ୱାଦାନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଜିରା, ମେଥି ଦାନା, ତେଜପତ୍ର, ଧନିଆ ପତ୍ର, ଗୋଟା ଲଙ୍କା, ଗୋଲ ମରୀଚକୁ ୨ ଘଣ୍ଟା ପର୍ଯ୍ୟନ୍ତ ଖରାରେ ରଖିଦିଅନ୍ତୁ।
  • ଏହାପରେ ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନ୍‌ ଗରମ ହେବା ପାଇଁ ରଖନ୍ତୁ।
  • ଯେତେବେଳେ ପ୍ୟାନ ଗରମ ହୋଇଗଲେ ଏଥିରେ ସବୁ ଗୋଟା ମସଲାକୁ ପକାଇ ୪-୫ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଭାଜନ୍ତୁ।
  • ଏହାପରେ ଏହି ମସଲାକୁ ଗୋଟେ ପ୍ଲେଟକୁ ବାହାର କରି ଥଣ୍ଡା କରିଦିଅନ୍ତୁ।
  • ଯେତେବେଳେ ଏହି ଗୋଟା ମସଲା ଥଣ୍ଡା ହୋଇଯିବ ସେତେବେଳେ ଏହାକୁ ଗ୍ରାଇଣ୍ଡିଂ କରି ପେଷି ଦିଅନ୍ତୁ।
  • ଏହି ମସଳାରେ ପିଆଜ ପାଉଡର, ରସୁଣ ପାଉଡର, କର୍ନ ଫ୍ଲୋର, ଆମଚୁର, ଚିନି, ସୁଣ୍ଠି, ହଳଦି, ଚିଲି ଫ୍ଲେକ୍ସ ଏବଂ ଲୁଣ ପକାଇ ଆଉ ଥରେ ପେଶି ଦିଅନ୍ତୁ।
  • ଏହି ମସଲାକୁ ଛଣାରେ ଛାଣି ଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ମ୍ୟାଗି ମସଲା।
  • ଯେତେବେଳେ ବି ଘରେ ମ୍ୟାଗି ପ୍ରସ୍ତୁତ କରିବେ ସେତେବଳେ ଏହି ହୋମମେଡ ମ୍ୟାଗି ମସଲା ବ୍ୟବହାର କରନ୍ତୁ।
  • ଦେଖିବେ ଟେଷ୍ଟ ହୋଇଯିବ ପୂରା ଜବରଦସ୍ତ।
Leave A Reply

Your email address will not be published.