ଡିନର ପୂର୍ବରୁ ପିଅନ୍ତୁ ଘରେ ତିଆରି ହଟ ସୁପ୍‌, ଶରୀର ରହିବ ଗରମ, ଜାଣନ୍ତୁ ପ୍ରସ୍ତୁତି ତରିକା

ଶୀତ ଦିନେ ସମସ୍ତେ କିଛି ଅଲଗା ଅଲଗା ଖାଇବାକୁ ମନ କରିଥାନ୍ତି । ଏହି ଋତୁରେ ସମସ୍ତେ ଗରମ ଖାଇବାକୁ ମନ କରିଥାନ୍ତି । ଫଳରେ ଅଧିକାଂଶ ସମୟ ଚା’ ଖାଇବାକୁ ମନ କହିଥାଏ । ଏହି ଶୀତରେ ଆମେ ଆପଣଙ୍କୁ ଆଜି କହିବୁ ହଟ ସୁପର ପ୍ରସ୍ତୁତି ସମ୍ପର୍କରେ । ଏହାକୁ ଆପଣ ଡିନର ପୂର୍ବରୁ ଖାଇଲେ ଶରୀର ରହିବ ଗରମ ।

ଏହି ଋତୁରେ ଗରମ ସୁପ ପିଇବାକୁ ଭଲ ଲାଗିଥାଏ । ସୁପ ମଧ୍ୟ ସହଜରେ ପ୍ରସ୍ତୁତି ହୋଇଯାଇଥାଏ । ଅଧିକାଂଶ ଲୋକ ଘରେ ଟମାଟର ସୁପ ହିଁ ବନାନ୍ତି । ଆଜି ଆମେ ଆପଣଙ୍କୁ ସୁପ ବନାଇବା ସହଜ ତରିକା କହିବୁ । କେମିତି ଘରେ ବନାଇବେ ହଟ୍‌ ସୁପ ।

ଆବଶ୍ୟକୀୟ ସାମଗ୍ରୀ :

ପିଆଜ, ଅଦା, ରସୁଣ, ବନ୍ଧା କୋବି, ସବୁଜ ବିନ୍ସ, ଗାଜର, ସିମଲା ମିର୍ଚ, କର୍ଣ୍ଣ ଫ୍ଲୋର, ସୋୟା ସସ,ଚିଲି ସସ୍‌, କଳା ମରିଚ ପାଉଡର, ସିରକା ନମକ, ତେଲ ଓ ପାଣି

କେମିତି ବନାଇବେ :

ସବୁ ପରିବାକୁ ଛୋଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ପୁଣି କର୍ଣ୍ଣଫ୍ଲୋର ଓ ପାଣି ମିଶାଇ ଘୋଳ ତିଆରି କରନ୍ତୁ । ଏବେ ଏକ ପ୍ୟାନରେ ଅଳ୍ପ ତେଲ ଓ ପିଆଜ ପକାଇ ହାଲକା ଫ୍ରାଏ କରନ୍ତୁ । ତା’ପରେ କାଟି ରଖିଥିବା ଅଦା ଓ ରସୁଣ ପକାନ୍ତୁ । ଏହା ଉପରେ କଟା ପରିବା ଓ ପାଣି ଢ଼ାଳନ୍ତୁ । ଏବେ ଏଥିରେ ସୋୟା ସସ୍‌ ଓ ଚିଲି ସସ ପକାନ୍ତୁ । ଟିକେ ଫୁଟି ଆସିଲେ ଏଥିରେ କର୍ଣ୍ଣଫ୍ଲୋର ମିଶା ପାଣି ମିଶାନ୍ତୁ । ଏହାପରେ ସ୍ୱାଦ ଅନୁସାରେ କଳା ମରିଚ ଓ ଲୁଣ ମିଶାନ୍ତୁ ଓ ଭଲ ଭାବେ ଗୋଳାନ୍ତୁ । ଏହାକୁ ସବୁଜ ପିଆଜରେ ଗାର୍ନିସ କରନ୍ତୁ ଓ ଗରମ ଗରମ ପରସନ୍ତୁ ।

Leave A Reply

Your email address will not be published.