ଆଜିକାଲି ପିଲାମାନଙ୍କର ଖୁବ୍ ପସନ୍ଦ ପାସ୍ତା। ଏଥିପାଇଁ ଆପଣଙ୍କ ଉପରେ ନିର୍ଭର କରେ ଆପଣ ଏହାକୁ କିପରି ପିଲାମାନଙ୍କ ପାଇଁ ପ୍ରସ୍ତୁତ କରିପାରୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିଭଳି ପିଲାମାନଙ୍କ ପାଇଁ ବ୍ରେକଫାଷ୍ଟରେ କିଭଳି ଟେଷ୍ଟି ପାସ୍ତା ପ୍ରସ୍ତୁତ କରିପାରିବେ।
ପାସ୍ତା- ୨କପ୍
ଲୁଣ- ସ୍ବାଦ ଅନୁଯାୟୀ
ତେଲ-୧ ଚାମଚ
କଟା ରସୁଣ- ୨ଚାମଚ
କଟା ଯାଇଥିବା ଅଦା-୧ ଚାମଚ
କଟା ପିଆଜ- ୧/୨ କପ୍
ଟମାଟ- ୧ କପ୍
ଗରମ ମସଲା- ୧/୨ ଚାମଚ
ସିମଲା ଲଙ୍କା- ୧/୨ କପ
ଟମାଟ ସସ୍- ୨ ଚାମଚ
ପ୍ଯାନରେ ଆବଶ୍ଯକ ଅନୁସାରେ ପାଣି ନିଅନ୍ତୁ। ସେଥିରେ ପାସ୍ତା ଏବଂ ଅଳ୍ପ ଲୁଣ ପକାନ୍ତୁ। ଏହାପରେ ପାସ୍ତା ଭଲଭାବେ ସିଜିବା ପରେ ଗରମ ପାଣିରୁ କାଢି ରଖିଦିଅନ୍ତୁ। ଏବେ ପ୍ଯାନରେ ତେଳ ଗରମ ହେବା ପରେ ସେଥିରେ କଟା ଯାଇଥିବା ଅଦା, ରସୁଣ ଏବଂ ପିଆଜ ପକାନ୍ତୁ। ଏହାକୁ କିଛି ସମୟ ଭାଜିବା ପରେ ସେଥିରେ ଟମାଟ, ଲଙ୍କାଗୁଣ୍ଡ ଏବଂ ଗରମ ମସଲା ଗୁଣ୍ଡ ପକାନ୍ତୁ। ଏହାପରେ ଗ୍ଯାସରେ ଅଳ୍ପ ଆଞ୍ଚ ରଖି ୫ ମିନିଟ୍ ପର୍ଯ୍ଯନ୍ତ ମସଲାକୁ କଷିବା ପରେ ସେଥିରେ ସିମଲା ଲଙ୍କା, ଟମାଟ ସସ୍, ଲୁଣ ଏବଂ ଦୁଇ ଚାମଚ ପାଣି ପକାଇ ମିଶ୍ରଣ କରନ୍ତୁ। ଏହାପରେ ଶେଷରେ ସେଥିରେ ପାସ୍ତା ପକାଇ ଭଲଭାବେ ମିଶାଇବା ସହ ୨ ରୁ ୩ ମିନିଟ୍ ପର୍ଯ୍ଯନ୍ତ ଅଳ୍ପ ଆଞ୍ଚରେ ଛାଡି ଦିଅନ୍ତୁ। ଏହାପରେ ଆପଣ ଏହି ଗରମାଗରମ ଟେଷ୍ଟି ପାସ୍ତାକୁ ଖାଇବାକୁ ବାଢି ଦିଅନ୍ତୁ।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…