ବୁଧବାର ପୁଣି ତାସହ ଆମିଷ ବାର, ନିଶ୍ଚୟ ଟ୍ରାଏ କରନ୍ତୁ ମଉରାଳି ମାଛ ପକୋଡା

ମଉରାଳି ମାଛ ପକୋଡା ଏହା ଏକ ଡ୍ରାଡିସନାଲ ବଙ୍ଗାଳୀ ଡିସ। ଯାହା ଭାରତ ଏବଂ ବାଙ୍ଗଲାଦେଶରେ ମିଳୁଥିବା ଛୋଟ ମାଛ। ଏହାକୁ ଷ୍ଟାଟର କିମ୍ବା ସ୍ନାକ୍ସ ରୂପରେ ସର୍ଭ କରାଯାଇଥାଏ। ଏହାକୁ ଲୋକମାନେ ଭାତ ଏବଂ ଡାଲି ସହିତ ଖାଇଥାନ୍ତି। ଏହି ରେସିପିରେ ପକୋଡା ଅଳପ ସୋରିଷ ତେଲରେ ଛଣା ଯାଇଥାଏ। କିନ୍ତୁ ଆପଣ ଏହାକୁ ଡିପ୍‌ ଫ୍ରାଏ ବି କରିପାରିବେ। ଏହି ରେସିପିକୁ ବନାଇବାକୁ ବହୁତ ସହଜ। ଯଦି ଆପଣଙ୍କ ପାଖରେ ଟାଇମ ନାହିଁ ତାହେଲେ ଏହି ରେସିପିକୁ ନିଶ୍ଚୟ ଟ୍ରାଏ କରନ୍ତୁ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୫୦୦ ଗ୍ରାମ୍‌ ମାଛ
୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର
ଆବଶ୍ୟକ ଅନୁସାରେ ବେସନ
୨ ବଡ ଚାମଚ ଗୁଣ୍ଡ
୧ ବଡ ଚାମଚ ରସୁଣ ପେଷ୍ଟ
୧ ଛୋଟ ଚାମଚ ହଳଦୀ
୧/୪ କପ୍‌ ସୋରିଷ ତେଲ
ଆବଶ୍ୟକ ଅନୁସାରେ ଲୁଣ
୨ ବଡ ଚାମଚ ଧନିଆ ପତ୍ର
୧ ବଡ ଚାମଚ ଅଦା ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ମାଛର ଚୋପା ବାହାର କରି ଧୋଇ ଦିଅନ୍ତୁ। ମାଛକୁ ଏକ ପାତ୍ରରେ ବାହାର କରନ୍ତୁ ଏବଂ ଏଥିରେ ହଳଦୀ, ଲାଲ ଲଙ୍କା ପାଉଡର, ରସୁଣ ପେଷ୍ଟ, ଅଦା ପେଷ୍ଟ, ଚାଉଳ ଗୁଣ୍ଡ, ବେସନ, ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଧ୍ୟାନ ରଖନ୍ତୁ ମାଛକୁ ଭଲଭାବେ ମ୍ୟାରିନେସନ ମସଲା ସହିତ ଯେପରି କୋଟ କରିବେ ଏବଂ ଏହାକୁ ୨୦ ମିନିଟ ପାଇଁ ଅଲଗା ରଖିଦିଅନ୍ତୁ। ଏବେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ମ୍ୟାରିନେଟ କରାଯାଇଥବା ମାଛକୁ ଫ୍ରାଏ କରନ୍ତୁ। ଦୁଇ ଆଡୁ ଗୋଲଡେନ୍‌ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଭଲଭାବେ କୁରକୁରା ଭାଜି ହେବା ପରେ ଧନିଆ ପତ୍ରରେ ଗାର୍ନିସ କରନ୍ତୁ। ଏହାକୁ ଚଟଣୀ ସହିତ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.