ଖାଇବାର ସ୍ୱାଦକୁ ଦୁଇଗୁଣ କରିବ ପିଆଜ ରାଇତା, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଖରାଦିନେ ଭୋଜନରେ କାକୁଡ଼ି ରାଇତା ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ରାଇତା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ଏଣୁ ସମସ୍ତେ ଏହାକୁ ଖାଇଥାନ୍ତି। ତେବେ କେବଳ କାକୁଡ଼ିରେ ନୁହେଁ, ଆପଣ ଚାହିଁଲେ ପିଆଜ ରାଇତା ବି ତିଆରି କରିପାରିବେ। ଖରାଦିନେ ଏହା ଖାଇବା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବା ବିଧି…

ଆବଶ୍ୟକୀୟ ଉପକରଣ:

୨ କପ୍‌ ଦହି, ୨ଟି କଟା ପିଆଜ, ୨ଟି କଟା ଲଙ୍କା, ୧ ଛୋଟ ଚାମଚ କଟା ଅଦା, ଲଙ୍କା ଗୁଣ୍ଡ ସ୍ୱାଦାନୁସାରେ, ୧ ଚାମଚ ରାଇତା ମସଲା, ୧ ଚାମଚ ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ଦହି ନେଇ ତାହାକୁ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଦହିରେ ପିଆଜ, ଲଙ୍କା, ରାଇତା ମସଲା, ଅଦା, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ରାଇତା। ଏହାକୁ କିଛି ସମୟ ଥଣ୍ଡା ହେବାକୁ ଫ୍ରିଜ୍‌ରେ ରଖନ୍ତୁ। ପରେ ପ୍ଲେଟ୍‌ରେ କାଢ଼ି ରୁଟି କିମ୍ବା ଭାତ ସହ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.