ହେଲଦି ଏବଂ ଟେଷ୍ଟି ଡିନର ପାଇଁ ବନାନ୍ତୁ ପାଳଙ୍ଗ ଏଗ୍ କରୀ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ
ଡିନରରେ କିଛି ହେଲଦି ଆଉ ଟେଷ୍ଟି ଖାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବେ ଟ୍ରାଏ କରନ୍ତୁ ଏହି ରେସିପି। ପାଳଙ୍ଗ ଏବଂ ଅଣ୍ଡାର ଭରପୂର ଫାଇଦା ଦେଉଥିବା ଟେଷ୍ଟି ଖାଦ୍ୟ ଆପଣ ବନାଇପାରିବେ। ସୁପରଫୁଡର ଏହି କମ୍ବିନେସନ ଆପଣଙ୍କ ଶରୀର ପାଇଁ ବେଶ୍ ଲାଭଦାୟକ। ତେବେ ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ…
ଆବଶ୍ୟକ ସାମଗ୍ରୀ: ପାଳଙ୍ଗ, ଅଦା, ରସୁଣ, କଞ୍ଚାଲଙ୍କା, ଜିରା, ପିଆଜ, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, ଲୁଣ, ଅଣ୍ଡା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପାଳଙ୍ଗ, ଅଦା, ରସୁଣ ଏବଂ କଞ୍ଚାଲଙ୍କାକୁ ପେଷ୍ଟ କରିଦିଅନ୍ତୁ। ଏହା ପରେ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ, ତା’ପରେ ପିଆଜ ପକାଇ ଦିଅନ୍ତୁ। ତା’ ପରେ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, ଲୁଣ ପକାଇ ୨ରୁ ୪ ମିନିଟ୍ ଭାଜନ୍ତୁ। କିଛି ସମୟ ପରେ ପାଳଙ୍ଗ ପକାଇ ଦିଅନ୍ତୁ। ଏହାପରେ ଏଥିରେ ସିଝା ଅଣ୍ଡାକୁ ପକାଇ ୫ ମିନିଟ୍ ଗ୍ୟାସରେ ବସାନ୍ତୁ। ଏହା ପରେ ପ୍ରସ୍ତୁତ ହୋଇଯିବ ପାଳଙ୍ଗ ଏଗ୍ କରୀ। ଏହାକୁ ଆପଣ ରୁଟି ସହିତ ଡିନରରେ ଖାଇପାରିବେ।