ଗ୍ଲୋଇଙ୍ଗ ସ୍କିନ ପାଇଁ ଲଗାନ୍ତୁ ଅମୃତଭଣ୍ଡା ଏବଂ ହଳଦୀର ଫେସ୍ ମାସ୍କ, ମିଳିବ ଅନେକ ଫାଇଦା

ପ୍ରତ୍ୟେକ ବ୍ୟକ୍ତି ହେଲଦି ଏବଂ ଗ୍ଲୋଇଙ୍ଗ ସ୍କିନ ଚାହିଁଥାନ୍ତି । ଏଥିପାଇଁ ବହୁତ ଲୋକ ଅନେକ ପ୍ରକାରର ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ତେବେ ଏହାର ଅଧିକ ବ୍ୟବହାର ସ୍କିନରେ ଅନେକ ସମସ୍ୟା ମଧ୍ୟ ଆଣିପାରେ । କିନ୍ତୁ ଆପଣ ଜାଣିଛନ୍ତି କି, ଆପଣ ଯାହା ଖାଉଛନ୍ତି ସେହି ଜିନିଷକୁ ବ୍ୟବହାର କରି ସ୍କିନକୁ ଅଧିକ ସୁନ୍ଦର କରିପାରିବେ । ସେଥିପାଇଁ ସ୍କିନକୁ ଚମକଦାର ରଖିବା ପାଇଁ, ପାର୍ଲର ଯାଇ ଟଙ୍କା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ । ଘରେ ବସି ମଧ୍ୟ ଆପଣ ଆପଣଙ୍କ ସ୍କିନକୁ ଚମକଦାର କରିପାରିବେ । ଆପଣ କେବେ ଅମୃତଭଣ୍ଡାରୁ କେମିକାଲ ଫ୍ରି ଫେସ୍ ପ୍ୟାକ୍ ଏବଂ ମାସ୍କ ତିଆରି କରିଛନ୍ତି କି? ଯଦି ନୁହେଁ, ତେବେ ଆପଣ ଏହି ଫଳରୁ ତିଆରି ଫେସ୍ ମାସ୍କକୁ ଆପଣଙ୍କର ସ୍କିନ କେୟାର ରୁଟିନର ଏକ ଅଂଶ କରିବା ଉଚିତ । ଏଥିପାଇଁ ଆମେ ଏପରି ଏକ ଫେସ୍ ପ୍ୟାକ ଏବଂ ମାସ୍କ ବିଷୟରେ କହିବାକୁ ଯାଉଛୁ, ଯାହକୁ ଆପଣ ନିଜର ଖାଦ୍ୟ ଦ୍ୱାରା ପ୍ରସ୍ତୁତ କରିପାରିବେ । ତାହେଲେ ଆସନ୍ତୁ ଜାଣିବା ଏହି ଫେସ୍ ପ୍ୟାକ ଏବଂ ମାସ୍କ ତିଆରି କରିବାର ଅତି ସହଜ ଉପାୟ ବିଷୟରେ ।
ଫେସ୍ ମାସ୍କ କିପରି ତିଆରି କରିବେ ?
ଏକ ପ୍ରାକୃତିକ ଫେସ୍ ମାସ୍କ ତିଆରି କରିବାକୁ, ଆପଣଙ୍କୁ ଅମୃତଭଣ୍ଡା ଏବଂ ହଳଦୀ ଆବଶ୍ୟକ ହେବ । ପ୍ରଥମେ, ଏକ ପାତ୍ରରେ ଅମୃତଭଣ୍ଡାକୁ ଛୋଟ ଛୋଟ ଖଣ୍ଡ କରି କାଟି ଭଲ ଭାବରେ ପେଷି ଦିଅନ୍ତୁ । ଏବେ ପେଷି ହୋଇଥିବା ଅମୃତଭଣ୍ଡାରେ ଚିମୁଟାଏ ହଳଦୀ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏପରି ଭାବେ ଆପଣ ଆପଣଙ୍କର ସ୍କିନ କେୟାର ରୁଟିନରେ ଏହି କେମିକାଲ ଫ୍ରି ଫେସ୍ ମାସ୍କ ଅନ୍ତର୍ଭୁକ୍ତ କରିପାରିବେ ।
ବ୍ୟବହାର କରିବାର ସଠିକ୍ ଉପାୟ :
ଏହି ଫେସ୍ ମାସ୍କକୁ ଆପଣଙ୍କ ସମ୍ପୂର୍ଣ୍ଣ ମୁହଁ ଏବଂ ବେକରେ ଭଲ ଭାବରେ ଲଗାନ୍ତୁ । ଏହି ଫେସ୍ ମାସ୍କକୁ ଆପଣଙ୍କ ମୁହଁରେ ପ୍ରାୟ ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏହି ଫେସ୍ ପ୍ୟାକ୍ ଶୁଖିଗଲେ, ଆପଣ ଆପଣଙ୍କ ମୁହଁ ଧୋଇ ପାରିବେ । ମୁହଁ ଧୋଇବା ପରେ, ଦେଖିବେ ଆପଣ ସକାରାତ୍ମକ ପ୍ରଭାବ ଅନୁଭବ କରିବା ଆରମ୍ଭ କରିବେ । ତଥାପି, ଏହି ଫେସ୍ ମାସ୍କକୁ ସମ୍ପୂର୍ଣ୍ଣ ମୁହଁରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରିବାକୁ ଭୁଲନ୍ତୁ ନାହିଁ ।
ହଜିଯାଇଥିବା ଚମକ ଫେରି ଆସିବ :
ତେବେ ଅମୃତଭଣ୍ଡାରେ ଥିବା ସମସ୍ତ ଉପାଦାନ ଆପଣଙ୍କ ସ୍କିନରେ ଥିବା ସମସ୍ୟାଗୁଡ଼ିକୁ ବାହାର କରି ଆପଣଙ୍କ ସ୍କିନର ଚମକ ବୃଦ୍ଧି କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ, ପୂର୍ବ କାଳରୁରୁ ହଳଦୀକୁ ସ୍କିନ ପାଇଁ ଏକ ବରଦାନ ଭାବରେ ବିବେଚନା କରାଯାଛି । ଅମୃତଭଣ୍ଡା ଏବଂ ହଳଦୀର ମିଶ୍ରଣ ଆପଣଙ୍କ ସ୍କିନର ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଉନ୍ନତ କରିପାରିବ । ସେଥିପାଇଁ ଯେଉଁମାନେ ସ୍କିନ ସମସ୍ୟା ଯୋଗୁ ଚିନ୍ତିତ, ସେମାନେ ଏହି ପ୍ରାକୃତିକ ଫେସ୍ ମାସ୍କ ବ୍ୟବହାର କରିପାରିବେ ।