ଗରମରେ ଆରାମ ଦେବ ପୋଦିନା ସରବତ୍, ତେବେ ଜାଣନ୍ତୁ ଏହାକୁ କେମିତି ଘରେ ସହଜରେ କରିବେ ପ୍ରସ୍ତୁତ

ଗରମ ଦିନ ଆସିଗଲାଣି ଏମିତିରେ ଘରୁ ବାହାରିବା ବହୁତ ମୁସକିଲ ହୋଇପଡେ। ସାଧାରଣତଃ ଖରାଦିନେ ଶରୀରରେ ଜଳୀୟ ଅଂଶ କମିଯାଏ। ସେଥିପାଇଁ ଏହି ସମୟରେ ବଜାରରେ ଲେମ୍ବୁ ସରବତ୍, ପୋଦିନା ସରବତ୍, ପଇଡ ବିକ୍ରି ହୋଇଥାଏ। ଗରମରେ ଏହାକୁ ପିଇଦେଲେ ମନ ଶାନ୍ତି ହେଲା ଭଳି ଲାଗିଥାଏ। ଆଉ ଏହାକୁ ଯଦି ଆମେ ଘରେ ପ୍ରସ୍ତୁତ କରି ପିଇବା ତେବେ ଆମେ ଆମ ଆବଶ୍ୟକ ଅନୁଯାୟୀ ପିଇପାରିବା। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପୋଦିନା ସରବତର ପ୍ରସ୍ତତି। ତେବେ ଆସନ୍ତୁ ଜାଣିବା ଏହାକୁ ଘରେ କେମିତି ସହଜରେ ଏହାକୁ ବନାଇପାରିବେ।
ଆବଶ୍ୟକ ସାମଗ୍ରୀ
ପୋଦିନା ପତ୍ର- ୧ କପ୍
ଲେମ୍ବୁ – ୧ଟି
ଚିନି – ଆବଶ୍ୟକ ଅନୁଯାୟୀ
ଆଇସ୍ କ୍ୟୁବ – ୪ଟି
ଜିରା ପାଉଡର – ଏକ ବଡ ଚାମଚ
କଳା ଲୁଣ – ସ୍ବାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପୋଦିନା ପତ୍ରକୁ ଭଲ ଭାବେ ଧୋଇ ପରିଷ୍କାର କରି ସେଥିରୁ ସବୁ ପାଣି ବାହାର କରିଦିଅନ୍ତୁ। ଏହାପରେ ଏହି ପତ୍ରକୁ ଗ୍ରାଇଡିଂ କରି ଦିଅନ୍ତୁ। ଏହା ସହିତ ଚିନି, କଳା ଲୁଣ , ଜିରା ପାଉଡର, ଲେମ୍ବୁ ରସ ଏବଂ ଅଧା କପ୍ ପାଣି ମିଶାଇ ପୁଣିଥରେ ପେଷି ଦିଅନ୍ତୁ। ଏହି ପେଷ୍ଟକୁ ବର୍ତ୍ତମାନ ଛଙ୍କାରେ ଛାଣି ଦିଅନ୍ତୁ। ଏହାକୁ ଏକ ପାତ୍ରରେ ରଖିଦିଅନ୍ତୁ।
ଏହାପରେ ଦୁଇଟି ଗ୍ଲାସ ନେଇ ସେଥିରେ ଆଇସକ୍ୟୁବ୍ ପକାଇ ପୋଦିନା ଜୁସକୁ ମିଶାନ୍ତୁ ଏବଂ ଅଳ୍ପ ଅଳ୍ପ ଜିରା ମିଶାଇ ପିଅନ୍ତୁ । ଆପଣ ଏହାକୁ ସଜାଇବା ପାଇଁ ଗ୍ଲାସ ଉପରେ ପୋଦିନା ପତ୍ର ଏବଂ ଲେମ୍ବୁକୁ ସଜାଇ ପାରିବେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚିନି ଆପଣଶ ଆପଣଙ୍କ ସ୍ବାଦ ଅନୁଯାୟୀ ପକାଇ ପାରିବେ।