ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ରାଜମା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରାଜମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏମିତିକି ରାଜମା କଥା କହୁ କହୁ ହିଁ ଲୋଭ ଲାଗେ । ଏଥିରେ ଅଧିକ ମାତ୍ରାରେ ଭିଟାମିନ ଓ ଫାଇବର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ଖାଦ୍ୟ କିପରି ତିଆରି କରିବେ । ରାଜମା ହେଉଛି ପଞ୍ଜାବୀ ଖାଦ୍ୟ କିନ୍ତୁ କଶ୍ମିରୀ ମସଲା ସହିତ ଏହାକୁ ତିଆରି କଲେ ଏହା ଅତି ସୁଆଦିଆ ଲାଗେ । 

ଆବଶ୍ୟକୀୟ ସାମଗ୍ରୀ :

୨ କପ୍ ରାଜମା, ଗୋଟେ ଚାମଚ ସୋଡ଼ା, ୧ କପ୍ ଘିଅ, ଅଳ୍ପ ହେଙ୍ଗୁ, ୧ ଚାମଚ ଜିରା, ୧ ଚାମଚ ଧନିଆ ପାଉଡର, ୧ ଚାମଚ କଟା ହୋଇଥିବା ଲଙ୍କା, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଶୁଣ୍ଠୀ, ୧ କପ୍ ଦହି, ୧ ଚାମଚ କାଶ୍ମୀର ଗରମ ମସଲା, ୧ ଚାମଚ ଅଦା ପେଷ୍ଟ, କଟା ହୋଇଥିବା ଧନିଆ ପତ୍ର ଓ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରାଜମାକୁ ପାଣିରେ ବତୁରାଈ ରଖନ୍ତୁ । ଏହା ସହିତ କିଛି ସୋଡ଼ା ମଧ୍ୟ ମିଶାନ୍ତୁ । ପରେ ଏହାକୁ ପ୍ରେସର କୁକୁରରେ ପାଣି ଦେଇ ସିଝାଇ ଦିଅନ୍ତୁ । ଏହା ସିଝି ସାରିବା ପରେ ଏକ କଢାଇରେ ଟିକେ ତେଲ ଦେଇ ଗରମ କରନ୍ତୁ ଓ ତେଲ ଗରମ ହେବା ପରେ ଏଥିରେ କଟା ଯାଇଥିବା ପିଆଜ, ହେଙ୍ଗୁ ଗୁଣ୍ଡ , ଜିରା ପକାନ୍ତୁ ।

ଏହାପରେ ଏଥିରେ ଶୁଣ୍ଠୀ, ଦହି ଓ ଅଦା ପେଷ୍ଟ ଦେଇ ମସଲା ଭାଜନ୍ତୁ । ପୁଣି ଏଥିରେ ଆବଶ୍ୟକ ଅନୁଯାୟୀ ଲୁଣ, ଲଙ୍କା ଗୁଣ୍ଡ , କଞ୍ଚା ଲଙ୍କା ପକାଇ ଏକରୁ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ମସଲା ଭଲ ଭାବେ କଷି ହେବା ପରେ, ସିଝା ଯାଇଥିବା ରାଜମାକୁ ଏଥିରେ ପକାନ୍ତୁ, ପରେ ଏଥିରେ ଗରମ ମସଲା ଓ ଧନିଆ ପାଉଡର ପକାଇ ଏକ ରୁ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏବେ ତିଆରି ହୋଇଗଲା ଆପଣଙ୍କ କଶ୍ମୀର ଷ୍ଟାଇଲ ରାଜମା, ବର୍ତ୍ତମାନ ଏଥିରେ ଧନିଆ ପକାନ୍ତୁ ଓ ଗରମ ଗରମ ରୁଟି କିମ୍ୱା ଭାତ ସହ ଖାଆନ୍ତୁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.