ବିନା ପିଆଜରେ ବନାନ୍ତୁ ଟେଷ୍ଟି ରାଜମା, ଘରେ ନିଶ୍ଚୟ ଥରେ ତିଆରି କରନ୍ତୁ

ରାଜମା ରାଇସକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି । କିଛି କିଛି ଲୋକଙ୍କୁ ରାଜମା କରି ଏତେ ପସନ୍ଦ ଆସେ ଯେ ସପ୍ତାହରେ ବହୁବାର ମଧ୍ୟ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଘରେ ଏହାକୁ ନ ବନାଇ ପାରିଲେ ହୋଟେଲରୁ ମଧ୍ୟ ଏହାକୁ ମଗାଇ ଥାନ୍ତି ଲୋକେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବିନା ପିଆଜ ଓ ରସୁଣରେ ତିଆରି ରାଜମା । ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇ ପାରିବେ ।

ଏବେ କାର୍ତ୍ତିକ ମାସ ପାଇଁ ଅଧିକାଂଶ ଘରେ ଆମୀଷ ପଶେନି। କେହି କେହି କାର୍ତ୍ତିକ ମାସରେ ପିଆଜ ରସୁଣ ମଧ୍ୟ ଖାଇ ନଥାନ୍ତି । ତେବେ ଏହି ସମୟରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବିନା ପିଆଜ ରସୁଣରେ ତିଆରି ରାଜମା କରି ।

ଆବଶ୍ୟକୀୟ ସାମଗ୍ରୀ :

ରାଜମା, ଟମାଟର, ଅଦା, କଞ୍ଚା ଲଙ୍କା,ଜିରା, ଲବଙ୍ଗ, କଳା ମରିଚ,ଲାଲ ଲଙ୍କା ପାଉଡର, ରାଜମା ପାଉଡର,ହଳଦୀ ପାଉଡର,ତେଲ,ଲୁଣ ଓ ଧନିଆ ପତ୍ର

ପ୍ରସ୍ତୁତି ବିଧି:

୧. ସର୍ବ ପ୍ରଥମେ ରାତି ସାର ଭିଜାଇ ରଖିଥିବା ରାଜମାକୁ ଲୁଣ ପକାଇ ସିଝାଇ ଦିଅନ୍ତୁ । ସେହି ସମୟରେ କିଛି ଟମାଟର, ୧ ଇଞ୍ଚ ଅଦା ଓ କଞ୍ଚା ଲଙ୍କାକୁ ମିଶାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଏହାକୁ ହାଲକା ପେଶନ୍ତୁ ଯେପରି ଖଣ୍ଡ ଖଣ୍ଡ ରହିବ । ପରେ କିଛି ଧଣିଆ ପତ୍ର ଧୋଇ କାଟି ରଖନ୍ତୁ ।

୨. ରାଜମା ତିଆରି କରିବା ପାଇଁ ଆପଣ ଏକ କଢ଼ାଇରେ ତେଲ ଗରମ କରନ୍ତୁ । ଏଥିରେ ଶୁଖିଲା ଲଙ୍କା ଓ ଜିରା ପକାଇ ଫୁଟାନ୍ତୁ । ଏବେ ଏଥିରେ ଟମାଟର ପ୍ୟୁରୀ ପକାନ୍ତୁ । ଏହାକୁ ଭଲ ଭାବେ ଗୋଳାନ୍ତୁ । ଏଥିରେ ୩ ରୁ ୪ ଟି ଲବଙ୍ଗ ଓ କଳା ମରିଚ ପକାନ୍ତୁ । ଏବେ ଏଥିରେ ଧନିଆ ପାଉଡ଼ର, ଲାଲ ଲଙ୍କା ପାଉଡର, ହଳଦୀ ପାଉଡ଼ର ଓ ଅଳ୍ପ ରାଜମା ମସଲା ପକାଇ ଭାଜନ୍ତୁ ।

ଏହାକୁ ଢ଼ାଙ୍କି କରି ରଖନ୍ତୁ । ମସଲାରୁ ତେଲ ଛାଡ଼ିଗଲେ ସିଝା ହୋଇଥିବା ରାଜମା ପକାନ୍ତୁ । ଆବଶ୍ୟକ ଅନୁଯାୟୀ ପାଣି ମିଶାନ୍ତୁ । ଯେତେବେଳେ ଏହା ଭଲ ଭାବେ ସିଝି ଯିବ ଏଥିରେ ଆବଶ୍ୟକ ଅନୁଯାୟୀ ଲୁଣ ମିଶାନ୍ତୁ । ଏବେ ଏଥିରେ ଗରମ ମସଲା ପକାଇ ସବୁଜ ଧନିଆ ପତ୍ରରେ ଗାର୍ନିସ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.