ଡିନରକୁ କରନ୍ତୁ ସ୍ପେଶାଲ, ବିନା ପିଆଜ ରସୁଣରେ ଏପରି ବନାନ୍ତୁ ରାଜମା

ରାଜମା ଭାତ କଥା ଆସିଲେ ଲୋକେ ନିଜ ପରସା ଯାଇଥିବା ଖାଦ୍ୟକୁ ବି ଛାଡି ଦିଅନ୍ତି। ରାଜମା ଭାତ ଖାଇବା ପ୍ରିୟ ଥିବା ଲୋକ ଦୁନିଆରେ ବହୁତ ଜଣ ଅଛନ୍ତି। କିଛି ଲୋକ ତ ରାଜମା ଚାଓଲକୁ ଏତେ ମାତ୍ରାରେ ପସନ୍ଦ କରନ୍ତି ଯେ ସପ୍ତାହରେ ଅନେକ ଥର ଏହାକୁ ବନାଇ ଖାଆନ୍ତି। ସେହିପରି ଯଦି କଥା ଘରେ ବନାଇବା ଆସେ ତାହେଲେ ତାର ସ୍ୱାଦ ହୋଇଯାଏ ପୂରା ଅଲଗା ପ୍ରକାର। ଆଜି ଆମେ ଆପଣଙ୍କୁ ଜଣାଇବୁ ବିନା ପିଆଜ ରସୁଣରେ କେମିତି ବନାଇବେ ରାଜମା। ଯଦି ଆପଣ ଏହି ରେସିପିକୁ ଫଲୋ କରିବେ ତ ତାହେଲେ ବହୁତ କମ୍‌ ସମୟରେ ଏହାକୁ ପ୍ରସ୍ତୁତ କରିପାରିବେ। ଆସନ୍ତୁ ଜାଣିବା ଏହାକୁ ବନାଇବାର ସହଜ ତରିକା।

ସର୍ବ ପ୍ରଥମେ ରାଜମାକୁ ରାତିସାରା ଭିଜାଇ ରଖନ୍ତୁ। ସକାଳୁ ସାମାନ୍ୟ ଲୁଣ ପକାଇ ସିଝିବା ପାଇଁ ରଖିଦିଅନ୍ତୁ। ତାରି ଭିିତରେ କିଛି ଟମାଟୋ, ଗୋଟେ ଇଞ୍ଚ୍‌ ଅଦା ଏବଂ କଞ୍ଚା ଲଙ୍କା ପକାଇ ପେସି ଦିଅନ୍ତୁ। ଏହାକୁ ହାଲକା ଦରଦରା ପେଶି ଦିଅନ୍ତୁ। ଏହାପରେ ଅଳ୍ପ ଧନିଆ ପତ୍ରକୁ ଭଲଭାବେ ଧୋଇଦିଅନ୍ତୁ।

ଏପରି କରନ୍ତ ପ୍ରସ୍ତୁତ

ରାଜମା ବନାଇବା ପାଇଁ ଆପଣ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ଏହାପରେ ଏଥିରେ ସୁଖିଲା ଲଙ୍କା ଏବଂ ଜିରା ପକାଇ ଫୁଟାନ୍ତୁ। ଏହାପରେ ଏଥିରେ ପେଶି ରଖିଥିବା ଟମାଟୋ ପ୍ୟୁରୀକୁ ପକାନ୍ତୁ। ଏହାକୁ ଭଲଭାବେ ରାନ୍ଧନ୍ତୁ।ଏବେ ଏଥିରେ ୩ ରୁ ୪ଟି ଗୋଲ ମରୀଚ ଏବଂ ଲବଙ୍ଗ ପକାନ୍ତୁ। ଏବେ ଏଥିରେ ଧନିଆ ପାଉଡର, ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ଅଳ୍ପ ରାଜମା ମସଲା ପକାଇ ଭଲଭାବେ ରାନ୍ଧନ୍ତୁ। ଏହାକୁ ଘୋଡାଇ ରଖିଦିଅନ୍ତୁ। ଏବଂ ଯେତେବେଳେ ତେଲ ଛାଡିଯିବ ସେତେବେଳେ ରାଜମା ମିଶାନ୍ତୁ। ଏହାସହିତ ଆବଶ୍ୟକ ହିସାବରେ ପାଣି ମିଶାନ୍ତୁ। ଯେତେବେଳେ ଏହା ଭଲଭାବେ ରାନ୍ଧି ହୋଇଯିବ ସେତେବଳେ ଏହାକୁ ଟେଷ୍ଟ କରି ଲୁଣ ମିଶାଇ ଦିଅନ୍ତୁ। ଏବେ ଏଥିରେ ଗରମ ମସଲା ପକାନ୍ତୁ ଏବଂ ଧନିଆପତ୍ରରେ ଗାର୍ନିସ କରି ସର୍ଭ କରନ୍ତୁ।