ପେଜ ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ଆପଣମାନେ ଜାଣିଥିବେ ଭାତ ଆମର ପ୍ରଧାନ ଖାଦ୍ୟ । ସେଥିପାଇଁ ଘରେ ପ୍ରତିଦିନ ଭାତ ପ୍ରସ୍ତୁତ ହୋଇଥାଏ । ତେବେ ଭାତ ପ୍ରସ୍ତୁତ ସମୟରେ ସେଥିରୁ ବାହାରୁଥିବା ପେଜକୁ ଆମେ ଫିଙ୍ଗି ଦେଇଥାଉ । ତାହେଲେ ଆସନ୍ତୁ ଜାଣିବା ଯାହାକୁ ଆମେ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ ତାହା ଆମର କେଉଁ କାମରେ ଆସିଥାଏ । ଚାଉଳରୁ ଭାତ ହୋଇଗଲା ପରେ ସେଥିରୁ ପେଜ ବାହାରି ଥାଏ । ଏହି ପେଜକୁ ଆମେ ଗାଈକୁଣ୍ଡରେ ହେଉ ଅଥବା ନଳାରେ ଫିଙ୍ଗି ଦେଇଥାଉ । କିନ୍ତୁ ଏଥିରେ ପୌଷ୍ଟିକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ । ପେଜରେ ଲୁଣ ଓ ଭଜା ଜିରା ମିଶାଇ ଏନର୍ଜି ଡ୍ରିଙ୍କ୍ ପ୍ରସ୍ତୁତ କରି ପିଇପାରିବେ । ଯାହା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଶରୀରକୁ ଭିଟାମିନ୍ ମିଳିବା ସହିତ ପାଟିକୁ ସ୍ୱାଦିଷ୍ଟ ବି ଲାଗିଥାଏ । ପେଜ ଶରୀରକୁ ଥଣ୍ଡା ରଖିଥାଏ । ତେଣୁ ଏହାକୁ ଖରାଦିନେ ପିଇବା ଲାଭଦାୟକ ହୋଇଥାଏ । ଏହାକୁ ପିଇବା ଦ୍ୱାରା କୋଷ୍ଟକାଠିନ୍ୟରୁ ଆରାମ ମିଳିଥାଏ । ପେଟ ସଫା ରହିଲେ ଶରୀରର ଆପଣାଛାଏଁ ଥଣ୍ଡା ହୋଇଯାଇଥାଏ । ଏତଦ୍ ବ୍ୟତୀତ ପେଜରେ କାବ୍ରୋହାଇଡ୍ରେଟ ବି ଭରପୂର ମାତ୍ରାରେ ରହିଥାଏ । ଏସବୁ ବ୍ୟତୀତ ଆହୁରି ଅନେକ ପ୍ରକାରର ଲାଭ ମଧ୍ୟ ହୋଇଥାଏ, ଆସନ୍ତୁ ସେ ସବୁ ବିଷୟରେ ଜାଣିବା ।

ପେଜରେ ଅନେକ ପ୍ରକାର ଭିଟାମିନ୍ ଓ ମିନିରାଲ୍ସ ଭରି ରହିଥାଏ । କିନ୍ତୁ ପେଜ ପେଟ ପାଇଁ ବହୁତ ଲାଭଦାୟକ । ବିଶେଷକରି ଯେତେବେଳେ ଆପଣ ଓଜନ କମ କରିବାକୁ ଚାହାଁନ୍ତି । ତଥାପି, ଅନେକ ଲୋକ ଏହାର ଉପକାରିତା ବିଷୟରେ ଅଜ୍ଞ ନୁହନ୍ତି । ପେଜ ଦ୍ୱାରା ସ୍କିନରେ ଥିବା ଦାଗ ଦୂର ହୋଇଥାଏ । ଏଥିପାଇଁ ପେଜକୁ ଥଣ୍ଡା କରି ଏହାକୁ ଚେହେରାରେ ଲଗାନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ବ୍ରଣ ସମସ୍ୟାକୁ ବି ଦୂର କରିଥାଏ । କେବଳ ଏତିକି ନୁହେଁ ଏହାକୁ ସାମ୍ପୁ ଆକାରରେ ମଧ୍ୟ ବ୍ୟବହାର କରାଯାଇଥାଏ । ପେଜକୁ କେଶରେ ଲଗାଇ ଥଣ୍ଡା ପାଣିରେ ଧୋଇବା ଦ୍ୱାରା କେଶରେ ଚମକ ବୃଦ୍ଧି ହୋଇଥାଏ ।

ପେଜର ଉପକାରିତା :

ପେଜରେ ପ୍ରଚୁର ପରିମାଣରେ ଫାଇବର ଥାଏ । ଏହା ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରେ ଏବଂ ପେଟରେ ଥିବା ଭଲ ବ୍ୟାକ୍ଟେରିଆକୁ ସକ୍ରିୟ କରେ । ଏଥିରେ ଆମିନୋ ଏସିଡ୍, ଭିଟାମିନ୍ ବି, ଭିଟାମିନ୍ ଇ, ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍, ଫାଇବର, ଜିଙ୍କ୍ ଏବଂ ମାଙ୍ଗାନିଜ୍ ମଧ୍ୟ ମିଳିଥାଏ, ଯାହା ସ୍ୱାସ୍ଥ୍ୟ, ଚର୍ମ ଏବଂ କେଶ ପାଇଁ ଲାଭଦାୟକ । ଏଥିରେ ଥିବା ଭିଟାମିନ୍ ଏବଂ ଖଣିଜ ପଦାର୍ଥ ପେଟ ସ୍ୱାସ୍ଥ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ ।

ଓଜନ କମ କରିବାରେ ସାହାଯ୍ୟ କରେ :

ପେଜ ଶରୀରରେ ପାଣିର ଅଭାବ ହେବାକୁ ଦିଏ ନାହିଁ । ଏହା ବହୁତ ହାଲୁକା ଏବଂ ପିଇବାକୁ ସହଜ ହୋଇଥାଏ । ଏହି କାରଣରୁ ଏହା ଓଜନ କମ କରିବାରେ ବହୁତ ଲାଭଦାୟକ । ଏହାକୁ ପିଇବା ଦ୍ୱାରା ମେଦବହୁଳତା ଶୀଘ୍ର ହ୍ରାସ ପାଏ । ଏହା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ପାଇଁ ଏକ ଔଷଧ । ଏହା ବଦହଜମୀ, ଝାଡ଼ା ଏବଂ ବାନ୍ତି ଭଳି ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇପାରେ ।

ପେଜ କିପରି ବ୍ୟବହାର କରିବେ :

ଯଦି ଆପଣ ଓଜନ କମ କରିବାକୁ ଏବଂ ମେଦବହୁଳତା କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ପେଜ ପିଅନ୍ତୁ । ପେଜରେ କ୍ୟାଲୋରିର ପରିମାଣ ବହୁତ କମ୍ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି ସହଜରେ ତରଳିଯାଏ । ଏହାକୁ ତିଆରି କରିବା ପାଇଁ, ଚାଉଳରେ ଅଧିକ ପାଣି ମିଶାନ୍ତୁ । ଭାତ ସିଝିଗଲେ, ଏହାକୁ ଛାଣି ଥଣ୍ଡା କରି ପିଅନ୍ତୁ । ଏହା ଓଜନ କମ ପାଇଁ ଏକ ଔଷଧ ପରି ହୋଇଥାଏ । ସେଥିପାଇଁ ଯେଉଁମାନେ ସୁସ୍ଥ ରହିବା ପାଇଁ ଚାହୁଁଛନ୍ତି, ସେମାନେ ପ୍ରତିଦିନ ନିଜ ଡାଏଟରେ ପେଜ ସାମିଲ କରିପାରିବେ ।

You might also like