ଲାଇଫ୍ ଷ୍ଟାଇଲ୍

ଏହି ଦୁଇଟି ଜିନିଷ ବ୍ୟବହାର କରି ସହଜରେ ଘରେ ତିଆରି କରନ୍ତୁ ସ୍କିନ୍‌ ଟୋନର, ଚମକିବ ତ୍ୱଚା

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ, ଧୂଳି, ଧୂଆଁ, ପ୍ରଦୂଷଣ ଆଦି ଯୋଗୁ ତ୍ୱଚା ଖରାପ ହେବାରେ ଲାଗିଛି। ଏଣୁ ମହିଳାମାନେ ତ୍ୱଚାର ଚମକ ବଢ଼ାଇବା ପାଇଁ ବିଭିନ୍ନ ବଜାର ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ଖାସ୍‌ କରି ତ୍ୱଚା ପାଇଁ ମହିଳାମାନେ ବଜାରର ସ୍କିନ୍‌ ଟୋନର ବ୍ୟବହାର କରୁଛନ୍ତି। ଏହା ମୁହଁର ଉଜ୍ଜ୍ୱଳତା ତ ବଢ଼ାଏ କିନ୍ତୁ ଯାହାର ତ୍ୱଚାକୁ ସୁଟ୍‌ ନ କଲା ତା’ମୁହଁରେ ଫଳିଯାଏ। ଏଥିସହ ଏସବୁ ପ୍ରଡକ୍ଟ ମହଙ୍ଗା ମଧ୍ୟ ହୋଇଥାଏ। ତେବେ ଆମେ ଆପଣଙ୍କୁ କେବଳ ଦୁଇଟି ଘରୋଇ ଜିନିଷରେ ଆଜି ସ୍କିନ୍‌ ଟୋନର ତିଆରି କରିବା ଶିଖାଇବୁ, ଯାହାକୁ ଆପଣ କମ୍‌ ଖର୍ଚ୍ଚରେ କରିପାରିବେ।

ଘରେ ସ୍କିନ୍‌ ଟୋନର ତିଆରି କରିବା ପାଇଁ ଆପଣଙ୍କୁ ମାତ୍ର ୨ଟି ଜିନିଷ ଦରକାର। ଗୋଟିଏ ଟମାଟୋ ଓ ଅନ୍ୟଟି ଗୋଲାପ ଜଳ। ପ୍ରଥମେ ଟମାଟୋରୁ ରସ କାଢ଼ି ଗୋଟେ ପାତ୍ରରେ ରଖନ୍ତୁ। ଏବେ ଏଥିରେ ଅଳ୍ପ ଗୋଲାପ ଜଳ ମିଶାନ୍ତୁ। ଏହାକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏକ ଚା’ ଛଣାରେ ଏହାକୁ ଛାଣି ଖଦଡ଼ା ଅଂଶ ବାହାର କରି ଫିଙ୍ଗିଦିଅନ୍ତୁ। ବଳକା ଲିକ୍ୱିଡକୁ ଏକ ଏୟାର ଟାଇଟ୍‌ ଡବାରେ ଭରି ରଖନ୍ତୁ।

ପ୍ରତିଦିନ ବାହାରୁ ଫେରିବା ପରେ ମୁହଁକୁ ଭଲଭାବେ ଧୋଇ ତୁଳାରେ ଅଳ୍ପ ଅଳ୍ପ ଏହି ଲିକ୍ୱିଡ୍‌ ନେଇ ତ୍ୱଚାରେ ଲଗାନ୍ତୁ। ଏହି ସ୍କିନ୍‌ ଟୋନର ଆପଣଙ୍କ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବା ସହ ଦାଗ ଦୂର କରିବ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

31 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

46 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago