କଡେଇରେ ନୁହେଁ, ଏବେ ମାଇକ୍ରୋୱେଭରେ ବନାନ୍ତୁ ତନ୍ଦୁରୀ ଆଳୁ
ତନ୍ଦୁରୀର ସମସ୍ତ ଆଇଟମ୍ ଟେଷ୍ଟି ଓ ହେଲ୍ଦି ହୋଇଥାଏ। ତନ୍ଦୁରୀ ଚିକେନ୍ ଖାଇବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ତେବେ କେବଳ ଆମିଷ ଆଇଟମ୍ ନୁହେଁ ନିରାମିଷ ତନ୍ଦୁରୀ ଖାଦ୍ୟ ମଧ୍ୟ ବହୁତ ଟେଷ୍ଟି ଲାଗେ। ତନ୍ଦୁରୀ ଆଳୁର ଟେଷ୍ଟ ସବୁଠାରୁ ନିଆରା। ଏହାକୁ କଡ଼େଇରେ ନୁହେଁ ବରଂ ମାଇକ୍ରୋେଓ୍ଵଭ୍ରେ ମଧ୍ୟ ପ୍ରସ୍ତୁତି କରାଯାଇପାରିବ। ଏଥିରେ ବ୍ୟବହୃତ ହେଉଥିବା ଖାସ୍ ମସାଲା ଏହାର ସ୍ୱାଦକୁ ଦୁଇଗୁଣିତ କରିଥାଏ। ଆସନ୍ତୁ ଜାଣିବା ତନ୍ଦୁରୀ ଆଳୁ ପ୍ରସ୍ତୁତି ବିଧି:
ଏହାସହ ପଢ଼ନ୍ତୁ: ମାତ୍ର ୧୦ ମିନିଟ୍ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ଓ ପୌଷ୍ଟିକ ଟମାଟୋ ପଲଉ
ଆବଶ୍ୟକୀୟ ସାମଗ୍ରୀ:
ଆଳୁ – ୪ଟି
ଛୋଟ କଟା ପନିର – ୧ କପ୍
ଧନିଆପତ୍ର- ୧ ଚାମଚ
ବେସନ- ୨ ଚାମଚ
ଦହି- ଅଧ କପ୍
ଅଦା- ଛୋଟ ଖଣ୍ଡ
ଲଙ୍କା- ୨ଟି
କଟା କାଜୁ- ୨ ଚାମଚ
କିସମିସ୍- ୧ ଚାମଚ
ଲଙ୍କା ଗୁଣ୍ଡ- ୧ ଚାମଚ
ହଳଦୀ ଗୁଣ୍ଡ- ଅଧ ଚାମଚ
ଚାଟ ମସାଲା- ୧ ଚାମଚ
କଞ୍ଚା ଲଙ୍କା ପେଷ୍ଟ- ୧ ଚାମଚ
ଲେମ୍ବୁ- ୨ଟି
ମ୍ୟାଗି ମସାଲା-୨ ପ୍ୟାକେଟ୍
ଲୁଣ- ସ୍ୱାଦ ଅନୁସାରେ
ଆବଶ୍ୟକ ମୁତାବକ ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼ାଇଦିଅନ୍ତୁ। ଆଳୁର ମଝିରୁ କାଟି ସ୍କୁପରରେ କଣା କରିଦିଅନ୍ତୁ। ଏବେ ଆଳୁକୁ ପାଣିରେ ଭିଜାଇଦିଅନ୍ତୁ। କିଛି ସମୟ ପରେ ଆଳୁକୁ ପାଣିରୁ ଛାଣି କପଡ଼ା ଉପରେ ରଖିଦିଅନ୍ତୁ। ଫଳରେ ସବୁ ପାଣି ଶୁଖିଯିବ।
- ଏବେ ଗ୍ୟାସ୍ରେ ଏକ ପ୍ୟାନ୍ ବସାଇ ତେଲ ପକାନ୍ତୁ। ସେଥିରେ ଆଳୁକୁ ପକାଇ ହାଲ୍କା ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
- ଆଳୁକୁ ଭାଜି କାଢ଼ିବା ପରେ ସେହି ପାତ୍ରରେ ସ୍କୁପରରେ ବାହାର କରାଯାଇଥିବା ଆଳୁକୁ ମଧ୍ୟ ଭାଜି ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
- ଏବେ ଗ୍ୟାସ୍ରେ ପ୍ୟାନ୍ ବସାଇ ତେଲ ଗରମ କରି ସେଥିରେ ଅଦା, ଲଙ୍କାପେଷ୍ଟ, କାଜୁ, କିସ୍ମିସ୍ ପକାଇ ଭଲ ଭାବେ କଷିଦିଅନ୍ତୁ। କଷି ହୋଇଯିବା ପରେ ଅନ୍ୟ ଏକ ପାତ୍ରକୁ ତାହାକୁ କାଢ଼ି ଦିଅନ୍ତୁ।
- ଏବେ ଏକ ବଡ଼ ପାତ୍ର ନେଇ ସେଥିରେ ଭଜା କାଜୁ, କିସ୍ମିସ୍, ପନିର, ସ୍କୁପରରେ ବାହାର କରାଯାଇଥିବା ଆଳୁ, ଲୁଣ, ଚାଟ୍ ମସାଲା, ମ୍ୟାଗି ମସାଲା, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଆଳୁ ପାଇଁ ଷ୍ଟଫିଙ୍ଗ୍ ପ୍ରସ୍ତୁତ ହୋଇଗଲା।
- ଏହି ଷ୍ଟଫିଙ୍ଗ୍କୁ କଣା କରାଯାଇଥିବା ଆଳୁ ମଝିରେ ଚାମଚରେ ଭରି ଦିଅନ୍ତୁ। ଏବେ ଏହାକୁ ମ୍ୟାରିନେଟ୍ କରିବା।
- ମ୍ୟାରିନେଟ୍ କରିବା ପାଇଁ ଏକ ପାତ୍ରରେ ଦହି, ବେସନ, ଅଦା ପେଷ୍ଟ, କଞ୍ଚା ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ୍ ମସାଲା, ଲୁଣ, ମ୍ୟାଗି ମସାଲା ଏବଂ ଚାମଚେ ତେଲ ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ।
- ଏଥିରେ ଆଳୁକୁ ଭଲଭାବେ ଗୋଳାଇ ୧୦ ମିନିଟ୍ ରଖି ଦିଅନ୍ତୁ।
- ଏବେ ଓଭନ୍ ଅନ୍ କରି କିଛି ସମୟ ଗରମ ହେବାକୁ ଛାଡ଼ି ଦିଅନ୍ତୁ।
- ଗରମ ହେବା ପରେ ଓଭନ୍ ଟ୍ରେରେ ସମସ୍ତ ଆଳୁକୁ ରଖିଦିଅନ୍ତୁ।
- ୨୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ୧୫ ମିନିଟ୍ ପର୍ଯ୍ୟନ୍ତ ଆଳୁକୁ ବେକ୍ କରନ୍ତୁ।
- ବେକ୍ ହେବା ପରେ ଆଳୁକୁ ବାହାର କରି ପରଷନ୍ତୁ ତନ୍ଦୁରୀ ଆଳୁ। ଏହାକୁ ଚଟଣୀ କିମ୍ବା ସସ୍ ସହ ସର୍ଭ କରନ୍ତୁ।