ଭାରି ସୁଆଦିଆ କଞ୍ଚା କଦଳୀ ଚୋପାରେ ପ୍ରସ୍ତୁତ ଚଟଣୀ, ଥରେ ନିଶ୍ଚୟ ଚାଖନ୍ତୁ ସ୍ୱାଦ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କଞ୍ଚା କଦଳୀ ଚୋପା – ୬ଟି
ନଡିଆ କୋରା – ୧/୨ କପ୍‌
ଖସଖସ୍‌ ପେଷ୍ଟ – ୩ ଚାମଚ
କଞ୍ଚା ଲଙ୍କା – ୬ଟି
କଲୋଞ୍ଜୀ – ୧ ଚାମଚ
ସୋରିଷ ତେଲ – ୨ ଚାମଚ୍‌
ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

କଞ୍ଚା କଦଳୀ ଚଟଣୀ ବନାଇବା ପାଇଁ ସର୍ବପ୍ରଥମେ କଞ୍ଚା କଦଳୀ ଚୋପାକୁ ନେଇ ସେଥିରେ ଗୋଟେ ଚାମଚ ଲୁଣ ପକାଇ ଫୁଟାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ନରମ ନ ହୋଇଛି। କିନ୍ତୁ ଏହି ସମୟରେ ଧ୍ୟାନ ରଖନ୍ତୁ ଯେ ଯେପରି ଏହାକୁ ଅଧିକ ଫୁଟାଇବେନି ନଚେତ ଏହାର ସ୍ୱାଦ ଭଲ ଲାଗିବନାହିଁ। ଫୁଟାଇବା ସମୟରେ ପାଣିରେ କିଛି ବୁନ୍ଦା ସୋରିଷ ପକାନ୍ତୁ। ଏମିତି କରିବା ଦ୍ୱାରା ବାସନରେ ଦାଗ ଲାଗେ ନାହିଁ।

ଏବେ ଏହି ସିଝାଇ ରଖିଥିବା ଚୋପାକୁ ଥଣ୍ଡା କରି କଟା ହୋଇଥିବା କଞ୍ଚା ଲଙ୍କା, ନଡିଆ କୋରା, ଖସଖସ ପେଷ୍ଟ ଏବଂ ଏକ ଚିମୁଟା ଲୁଣ ପକାଇ ସାମାନ୍ୟ ପାଣି ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏହି ପେଷ୍ଟକୁ ବାହାର କରି ପାପୁଲିରେ ଦଳି ଦିଅନ୍ତୁ। ଏକ ପ୍ୟାନରେ ଚଟଣୀ ପାଇଁ ତଡକା ପ୍ରସ୍ତୁତ କରିବା ପାଇଁ କଲୋଞ୍ଜୀ ପକାନ୍ତୁ। ଏଥିରେ ଚଟଣୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଯଦି ଆପଣଙ୍କୁ ଚଟଣୀରେ ତଡକା ଲଗାଇବାର ନାହିଁ, ତାହେଲେ ଆପଣ ଏହି ଚଟଣୀ ଉପରେ ଏକ ଚାମଚ ସୋରିଷ ତେଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ କଦଳୀ ଚୋପାରେ ପ୍ରସ୍ତୁତ ଚଟଣୀ ଏକଦମ୍‌ ରେଡି ହୋଇଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.