ଏହି ପରି ପ୍ରସ୍ତୁତ କରନ୍ତୁ “ତାୱା ପନିର”, ରୁଟି ଓ ପରଟାର ଦଶ ଗୁଣା ବଢ଼ିଯିବ ସ୍ୱାଦ

ପ୍ରୋଟିନ, କ୍ୟାଲସିୟମରେ ଭରପୁର ପନିର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ପନିରରେ ଆମେ ଭିନ୍ନ ଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଖାଇପାରିବା । ଯେମିତିକି ଶାହୀ ପନିର, ପନିର ଟୀକ୍କା, ମଟର ପନିର ଓ ତାୱା ପନିର ଆଦି । ଲୋକେ ନିଜ ଅନ୍ଦାଜରେ ପନିରରେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ତାର ମଜା ନେଇଥାନ୍ତି । ତେବେ ଆସନ୍ତୁ ଆଜି “ତାୱା ପନିର” କିପରି ପ୍ରସ୍ତୁତ ହୁଏ ତାର ରେସିପି ବିଷୟରେ ଜାଣି ରଖିବା । ଯାହାର ସ୍ୱାଦ ଆପଣଙ୍କ ଥାଳିର ସ୍ୱାଦକୁ ଦ୍ବିଗୁଣିତ କରିଦେବ ।

ଜାଣିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ୫୦୦ଗ୍ରାମ ପନିର

– ଲମ୍ବା ଲମ୍ବା କଟାଯାଇଥିବା ପିଆଜ

– କଟା ଯାଇଥିବା ସିମଲା ମିର୍ଚ୍ଚ

– ୧୦ ପାଖୁଡା ରସୁଣ ପେଷ୍ଟ

– ଖଣ୍ଡେ ଅଦା

– ୪ ଟି କଞ୍ଚା ଲଙ୍କା

– ୬୦୦ ଗ୍ରାମ ଦହି

– ୨ ଚାମଚ ଧନିଆ ଗୁଣ୍ଡ

– ଅଧା ଚାମଚ ଲଙ୍କା ଗୁଣ୍ଡ

– ୨ ଚାମଚ ଚାଟ ମସଲା

tawa paneer
image credit: cookpaid.com

– କଟା ଯାଇଥିବା ପୋଦିନା ପତ୍ର

– କଟା ଯାଇଥିବା ଧନିଆ ପତ୍ର

– ସ୍ୱାଦଅନୁସାରେ ଲୁଣ

– ତେଲ

– ସଜେଇବା ପାଇଁ ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପନିରକୁ ପିସ ପିସ କରି କାଟି ଦିଅନ୍ତୁ । ଆଉ ଏକ ପାତ୍ରରେ ଦହି ବାହାର କରି ସେଥିରେ ଫେଣ୍ଟି ଦିଅନ୍ତୁ ।

ଏବେ ଦହିରେ ଅଦା- ରସୁଣ ପେଷ୍ଟ, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ ମସଲା, ପୁଦିନା ପତ୍ର, ଲୁଣ ଆଦିକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ଏବେ ଦହି ମିଶ୍ରଣରେ ପନିର ଖଣ୍ଡକୁ ପକାନ୍ତୁ । ଏହାକୁ ୨ ରୁ ୩ ଘଣ୍ଟା ପାଇଁ ରଖି ଦିଅନ୍ତୁ ।

ଏହା ପରେ ଗ୍ୟାସ ଉପରେ ତାୱା ରଖନ୍ତୁ । ଏଥିରେ ଗୋଟେ ଚାମଚ ତେଲ ଦେଇ ଗରମ କରନ୍ତୁ । ତେଲ ଗରମ ହୋଇଆସିଲେ ସେଥିରେ ପିଆଜ, ସିମ୍ଲା ମିର୍ଚ୍ଚ ଦେଇ ଫ୍ରାଏ କରନ୍ତୁ ।

ପରିବା ଗୁଡିକ ମଉଳି ଆସିଲେ ଏଥିରେ ପନିର ଓ ଦହିର ମିଶ୍ରଣକୁ ଦେଇ ଭଲ ଭାବରେ ମିକ୍ସ କରନ୍ତୁ । ମଧ୍ୟମ ଆଞ୍ଚରେ ୭ ରୁ ୮ ମିନିଟ ପାଇଁ ରଖି ପନିରକୁ ଦୁଇ ପାଖରୁ ସିଝାନ୍ତୁ ।

ପନିର ହୋଇଆସିଲେ ଗ୍ୟାସର ଆଞ୍ଚକୁ କମ କରି ଦୁଇ ପାଖ ସୁନେଲି ରଙ୍ଗ ହେବା ଯାଏଁ ଫ୍ରାଏ କରନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ମସାଲାଦାର ଚଟପଟା “ତାୱା ପନିର” । ଏହାକୁ ଏବେ ପରଟା କିମ୍ବା ରୁଟି ସହିତ ଖାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.