ଆପଣ ନିଶ୍ଚିତ ଭାବେ ସାଉଥ ଇଣ୍ଡିଆନ ଦୋସା ଖାଇଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁବିଭିନ୍ନ ପ୍ରକାର ଉପାୟରେ ପ୍ରସ୍ତୁତ କରାଯାଇଥାଏ ଭିନ୍ନ ସ୍ୱାଦ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି ଟମାଟୋ ଦୋସା ବିଞରେ ଜଣାଇବୁ, ଯାହା ଆପଣଙ୍କ ବ୍ରେକଫାଷ୍ଟ ଏବଂ ସନ୍ଧ୍ୟା ବେଳର ଟିଫିନକୁ ସ୍ପେଶାଲ କରିଥାଏ।
ଅଟା: ୧ କପ୍
ଚଣା ଅଟା : ୨ ଚାମଚ
ଟମାଟର: ୩ଟି
ତେଲ ୧/୨ କପ୍
କଞ୍ଚାଲଙ୍କା : ୩
ସୁଜି: ୧ କପ୍
ରସୁଣ : ୪ଟ କୋଲା
ସୋଡା: ୧ ଚୁଟ୍କୀ
ଧନିଆପତ୍ର :
ଲୁଣ : ସ୍ୱାଦୁନସୁାରେ
ହଳଦୀ : ୧ ଚାମଚ
ଜିରା ପାଉଡର : ୧/୨ ଚାମଚ
ଘିଅ : ୩ ଚାମଚ
ବଟର : ୩ ଚାମଚ
ପ୍ରଥମେ ରସୁଣ, ଟମାଟର ଏବଂ କଞ୍ଚାଲଙ୍କାକୁ ଭଲଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏକ ଜାଗାରେ ସୁଜି, ଚାଉଳ ଅଟା, ଚଣା ଅଟା, ଲୁଣ, ସୋଡା ଏବଂ ବାକି ମସଲା ପକାଇ ମିଶାଇ ଦିଅନ୍ତୁ। ଏହା ପରେ ଛୋଟ ଛୋଟ କଟା ହୋଇଥିବା ଧନିଆପତ୍ର ଏବଂ ପାଣି ଦେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ୫ ମିନିଟ ଘୋଳକୁ ରଖିଦିଅନ୍ତୁ। ୫ ମିନିଟ୍ ପରେ ଏହାକୁ ଗ୍ରାଇଣ୍ଡରରେ ପେଷ୍ଟ କରିଦିଅନ୍ତୁ। ଏବେ ତାଓ୍ଵାରେ ତେଲ ପକାଇ ପିଠା କଲାଭଳି ଆଣ ଢାଳି ଦୋସା ତିଆରି କରନ୍ତୁ। ଏହା ଉପରେ ତେଲ କିମ୍ବା ବଟର ପକାଇ ମଧ୍ୟମ ଆଞ୍ଚରେ ବସାଇ ଦିଅନ୍ତୁ। ଦୁଇ କଡ ଭଲଭାବେ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଟମାଟୋ ଦୋସା। ଏହାକୁ ଏବେ ମନ ପସନ୍ଦର ଚଟଣୀ ଲଗାଇ ଖାଆନ୍ତୁ।
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…