New Year Weekରେ ଘରେ ଖୁବ ସହଜରେ ବନାନ୍ତୁ ଭାନିଲା କେକ୍

ଚକୋଲେଟ ଭଳି ଭାନିଲା ଫ୍ଲେବର ବି ଅନେକଙ୍କର ପ୍ରିୟ । ସାଧାରଣତଃ ଆମେ ବଜାରରୁ ହିଁ ଏହି କେକ କିଣି ଖାଇଥାଉ । କିନ୍ତୁ ଜାଣନ୍ତିକି ଖୁବ ସହଜରେ ଆପଣ ଏହାକୁ ନିଜ ଘରେ ପ୍ରସ୍ତୁତ କରି ପାରିବେ । ତେବେ ଆଉ ଡେରି ନ କରି ନିୟୁ ଇୟର ସପ୍ତାହରେ ଘରେ ପ୍ରସ୍ତୁତ କରନ୍ତୁ ଭାନିଲା କେକ ।

ଆବଶ୍ୟକୀୟ ସାମଗ୍ରୀ:

ଗୋଟେ କପ କ୍ଷୀର

ଅଧା କପ ପାଉଡର ଚିନି

ଅଧ କପରୁ କମ ତେଲ

2 ରୁ 3 ବୁନ୍ଦା ଭାନିଲା ଏସେନ୍ସ

ଗୋଟେ କପ ମଇଦା

ଅଧା ଚାମଚ ଇନୋ

ଅଧା କପ ପାଣି

ଅଧା କପ ଚିନି

vanilla

କିଛି କୋକୋ ପାଉଡର

ସୁଗାର ଶୀରପ

କିଛି କଟା ଯାଇଥିବା ଅଖରୋଟ

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ପ୍ରେସର କୁକରର ସିଟି ବାହାର କରି ଦିଅନ୍ତୁ ।

– ଯଦି ଚାହିଁବେ କୁକର ତଳେ ଲୁଣର ଏକ ପତଳା ସ୍ତର ଦେଇପାରିବେ ।

– ଏବେ ଢାଙ୍କୁଣୀ ବନ୍ଦ କରି 7 ରୁ 8 ମିନିଟ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଗରମ କରି ନିଅନ୍ତୁ |।

– ଏବେ ଏକ ଟ୍ରେର ବେସରେ ଏକ ବଟର ପେପର ଲଗାଇ ଦିଅନ୍ତୁ

– ଯଦି ଚାହିଁବେ ଟିନକୁ ତେଲ ଅବା ତେଲ ଦେଇ ଭଲ ଭାବରେ ଚିକ୍କଣ କରି ପାରିବେ । ପେପର ନ ଦେଇ ମଇଦା ଛିଞ୍ଚି ପାରିବେ ।

– ଏବେ ଆଉ ଏକ ପାତ୍ରରେ କ୍ଷୀର ଆଉ ଚିନି ମିଶାଇ ଦିଅନ୍ତୁ । ସେଥିରେ ଭାନିଲା ଏସେନ୍ସ ଓ କିଛି ତେଲ ଦିଅନ୍ତୁ ।

– ଏବେ ମଇଦାକୁ ଏହି ମିଶ୍ରଣରେ ପକାଇ ଭଲ ଭାବରେ ଗୋଳାଇ ନିଅନ୍ତୁ ।

– ଇନୋ ପକାଇ ଭଲ ଭାବରେ ମିଶାନ୍ତୁ ।

– ଯଦି ଚାହିଁବେ ଏଥିରେ ଚକୋ ଚିପ୍ସ, ଟୁଟି ଫ୍ରୁଟି ଅବା ଡ୍ରାଏ ନଟ୍ସ ପକାଇ ପାରିବେ ।

– ଏବେ କେକ ଟିନରେ ପ୍ରସ୍ତୁତ ହୋଇଥିବା ଘୋଳକୁ ଢ଼ାଳି ଦିଅନ୍ତୁ ।

– ଏବେ ଗରମ ହୋଇଥିବା କୁକରର ଷ୍ଟାଣ୍ଡ ଉପରେ ଟିନ ଟିକୁ ରଖନ୍ତୁ ।

– ଢାଙ୍କୁଣୀ ଦେଇ ଦିଅନ୍ତୁ ।

– ଏବେ ମଧ୍ୟମ ଆଁଚରେ 25ରୁ 30 ମିନିଟ ପର୍ଯ୍ୟନ୍ତ ବସାନ୍ତୁ ।

– 30 ମିନିଟ ଯାଏଁ ମଧ୍ୟମ ଆଞ୍ଚରେ ବସିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଆପଣଙ୍କ କେକ ଏବେ ପୁରା ପ୍ରସ୍ତୁତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.