ଲାଇଫ୍ ଷ୍ଟାଇଲ୍

ଆଉ ଭାଙ୍ଗିବନି ନଖ, ମଜଭୁତ କରିବାକୁ ଆପଣାନ୍ତୁ ଏସବୁ ଘରୋଇ ଉପାୟ

ସମସ୍ତେ ଚାହାନ୍ତି ନିଜ ନଖ ସୁନ୍ଦର ଓ ମଜଭୁତ ଦିଶୁ। ଏଥିପାଇଁ ଖାସ୍‌ କରି ଝିଅ ମାନେ ବିଭିନ୍ନ ପ୍ରକାରର ଟ୍ରିଟ୍‌ମେଣ୍ଟ କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ବି ନଖକୁ ମଜଭୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଆପଣ ନିଜ ନଖକୁ ଘରେ ହି ଷ୍ଟ୍ରଙ୍ଗ୍‌ ବନାଇବେ…

ନଖକୁ ମଜଭୁତ କରିବାର ଘରୋଇ ଉପାୟ:

  • କିଛି ଲୋକ ନଖକୁ ଦାନ୍ତରେ କାମୁଡ଼ିଥାନ୍ତି। ଆପଣ ବି ଯଦି ଏଭଳି କରୁଛନ୍ତି, ତେବେ ଆଉ କରନ୍ତୁନି। କାରଣ ଏମିତି କଲେ ଦେହ ଖରାପ ହେବା ଆଶଙ୍କା ରହିଛି। ଏହା ଦ୍ୱାରା ନଖର ମଇଳା ପେଟକୁ ଚାଲିଯାଏ। ଏଥିସହ ନଖ ବି ଅସୁନ୍ଦର ଦିଶେ।
  • ନଖକୁ ମଜଭୁତ କରିବା ପାଇଁ ନଡ଼ିଆ ତେଲ ମାଲିସ କରନ୍ତୁ। ଏହା ଦ୍ୱାରା ନଖ ଷ୍ଟ୍ରଙ୍ଗ୍‌ ହେବା ସହ ଚମକଦାର ମଧ୍ୟ ବନେ।
  • ଯଦି ନଖକୁ ଫାଇଲ୍‌ କରୁଛନ୍ତି, ତେବେ ଗୋଟିଏ ଆଡ଼କୁ କରନ୍ତୁ। ଭିନ୍ନ ଦିଗରେ ଫାଇଲ୍‌ କଲେ ନଖ ଦୁର୍ବଳ ହୋଇଯାଏ ଓ ଭାଙ୍ଗିଯାଏ। ଏଣୁ ସବୁବେଳେ ଗୋଟିଏ ଦିଗରେ ଫାଇଲିଂ କରନ୍ତୁ।
  • ନଖରୁ ନେଲପଲିସ ଛଡ଼ାଇବାକୁ ବ୍ଲେଡ୍‌ ବ୍ୟବହାର କରନ୍ତୁନି କି ଘଷନ୍ତୁ ନାହିଁ। ଏମିତି କରିବା ଦ୍ୱାରା ନଖ ଦୁର୍ବଳ ହୋଇଯାଏ ।ଏଣୁ ସବୁବେଳେ ରିମୁଭର ବ୍ୟବହାର କରନ୍ତୁ।
  • ନଖକୁ ମଜଭୁତ କରିବା ପାଇଁ ଡାଏଟ୍‌ରେ କ୍ୟାଲସିୟମ୍‌ ସାମିଲ କରନ୍ତୁ। ଏଥିସହ ଡାଏଟ୍‌ରେ ସୋୟା, ସାଗୁ, ସବୁଜ ପନିପରିବା, ଫଳ, ଡାଲି, ଜରୁରୀ ପୋଷକ ତତ୍ତ୍ୱ ସାମିଲ କରନ୍ତୁ। ଏହା ଦ୍ୱାରା ନଖ ମଜଭୁତ ହୋଇଥାଏ।
  • ମଝିରେ ମଝିରେ ନଖକୁ ସଫା କରି କାଟନ୍ତୁ। ଏଭଳି କରିବା ଦ୍ୱାରା ନଖ ସୁସ୍ଥ ରହେ।
WCW 11

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

13 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

17 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

29 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago