ତକିଆ କିଣିବା ବେଳେ ଏସବୁ ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ଆସିବ ସୁଖ ନିଦ୍ରା

କେବେ ବାହାରକୁ କୌଣସି ବନ୍ଧୁବାନ୍ଧବଙ୍କ ଘରକୁ ଗଲେ କିଛି ଲୋକଙ୍କୁ ଭଲ ନିଦ ହୋଇନଥାଏ। ଶୋଇବା ବେଳେ କମ୍ଫଟେବଲ ଲାଗୁନଥିବାରୁ ସାରା ରାତି ଉଜାଗରରେ କଟିଯାଏ। ଏହାର କାରଣ ହେଉଛି ଆମ ଘର ଆମେ ନିଜ ଅନୁସାରେ ସଜାଇଥାଉ। ଖାସ୍‌ କରି ଖଟରେ ଆମେ ନିଜ ପସନ୍ଦର ତକିଆରେ ଶୋଇଥାଉ। ଫଳରେ ଘରେ ସୁଖନିଦ୍ରା ଆସେ। କିଛି ଲୋକ ତକିଆକୁ ନେଇ ଏତେ ସଜାଗ ଥାନ୍ତି ଯେ ବାହାରକୁ ଯିବା ବେଳେ ନିଜ ତକିଆକୁ ସାଙ୍ଗରେ ନେଇଯାଇଥାନ୍ତି।

ତେବେ ଶୋଇବା ବେଳେ ବ୍ୟବହୃତ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜିନିଷ କିଣିବା ବେଳେ ଲୋକମାନେ ବିଶେଷ ଧ୍ୟାନ ଦେଉନଥିବାରୁ ପରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆସନ୍ତୁ ଜାଣିବା ତକିଆ କିଣିବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ…

ସବୁବେଳେ ମେମୋରୀ ଫୋମ୍‌ଯୁକ୍ତ ତକିଆ କିଣନ୍ତୁ। ଏହି ତକିଆ ବେକ ଓ ମୁଣ୍ଡକୁ ସପୋର୍ଟ ଦେଇଥାଏ। ଏହି ତକିଆ ଅପେକ୍ଷାକୃତ ନରମ ହୋଇଥିବାରୁ ଶୋଇବା ବେଳେ କଷ୍ଟ ହୁଏ ନାହିଁ।

ଗର୍ଭବତୀ ମହିଳାଙ୍କ ପାଇଁ ସବୁଠାରୁ ଭଲ ତକିଆ ହେଉଛି ପ୍ରେଗନାନ୍ସି ପିଲୋ। ଏହି ପିଲୋ ସାଧାରଣ ତକିଆ ଅପେକ୍ଷା ଅଧିକ ନରମ ହୋଇଥାଏ। ଏଣୁ ଗର୍ଭବତୀଙ୍କୁ ଶୋଇବା ବେଳେ ଅସୁବିଧାର ସାମ୍ନା କରିବାକୁ ପଡ଼େ ନାହିଁ। ଅନ୍‌ଲାଇନ୍‌ରେ ଏହି ତକିଆ ଶସ୍ତାରେ ଉପଲବ୍ଧ ହେଉଛି।

ତକିଆ କିଣିବା ବେଳେ ସବୁବେଳେ ନରମ ବା କୋମଳ ତକିଆ କିଣନ୍ତୁ। ବେକରେ ସମସ୍ୟା ଥିଲେ ପତଳା ତକିଆ କିଣନ୍ତୁ। ଏହାଦ୍ୱାରା ବେକକୁ ଆରାମ ଲାଗିବ।

ସବୁବେଳେ ଗଦି ହିସାବରେ ତକିଆ କିଣନ୍ତୁ। ବଡ଼ ଖଟ ପାଇଁ ବଡ଼ ତକିଆ ଓ ଛୋଟ ଖଟ ପାଇଁ ଛୋଟ ତକିଆ ଭଲ ଲାଗେ। ତକିଆ ଘରର ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।

ଯଦି ଆପଣ ପେଟ ମାଡ଼ି ଶୋଉଛନ୍ତି ତେବେ ନରମ ତକିଆ କିଣନ୍ତୁ। ଆଉ ଯଦି ଚିତ୍‌ ହୋଇ ଶୋଉଛନ୍ତି ତେବେ ଟିକେ ଟାଣ ତକିଆ କିଣନ୍ତୁ। ଏହା ଦ୍ୱାରା ଶୋଇବା ବେଳେ ଆରାମ ଲାଗିବ।

ପ୍ରତି ୨ ବର୍ଷରେ ଥରେ ତକି ବଦଳାନ୍ତୁ। ନଚେତ ଏହାର ତୁଳା ବିଣ୍ଡା ହୋଇଯିବ ଓ ଶୋଇବା ବେଳେ କଷ୍ଟ ହେବ।

WCW 11

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

15 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

22 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

38 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

58 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

2 hours ago