ଲାଇଫ୍ ଷ୍ଟାଇଲ୍

ପିଲାଙ୍କ ପାଇଁ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚିଜ୍‌ ବଲ୍ସ

ସନ୍ଧ୍ୟା ସମୟରେ ଚା’ ଏବଂ ପକୁଡି ସହ ଏବେ କିଛି ନୂଆ ଟ୍ରାୟ କରନ୍ତୁ। ଏବେ ସନ୍ଧ୍ୟାରେ ପିଲାଙ୍କୁ ତିଆରି କରି ଖୁଆନ୍ତୁ ଟେଷ୍ଟି କ୍ରିସ୍ପୀ ଚିଜ୍‌ ବଲ୍ସ। ଥରେ ଏହାକୁ ଖାଇବା ପରେ ଆପଣ ଏବଂ ଆପଣଙ୍କ ପିଲା ପକୁଡି ଖାଇବା ନିଶ୍ଚିନ୍ତ ଭୁଲିଯିବେ। ତେବେ ଜାଣନ୍ତୁ କିପରି କରିବେ ପ୍ରସ୍ତୁତ।

ଆବଶ୍ୟକୀୟ ସାମଗ୍ରୀ:

ମୋଜରେଲା ଚିଜ୍‌-୧କପ

ସ୍ୱିଟ୍‌ କର୍ଣ୍ଣ-୧କପ

ସିଝା ଆଳୁ-୧/୨ଟି

ଅରାରୋଟ-୧ ଚାମଚ

ଗୋଲମରିଚ ପାଉଡର-୧ ଚାମଚ

ଚାଟ୍‌ ମସଲା-୧ ଚାମଚ

ଲୁଣ- ଖାଦ୍ୟନୁସାରେ

ମଇଦା ପେଷ୍ଟ-୩ଟି ବଡ ଚାମଚ

ବ୍ରେଡକ୍ରମ୍ବସ-୧କପ

ତେଲ- ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ଏକ ପାତ୍ରରେ ମୋଜରେଲା ଚିଜ୍‌, ସ୍ୱିଟ୍‌ କର୍ଣ୍ଣ, ଏକ ଚାମଚ ଅରାରୋଟ, ଆଳୁ, ଚାଟ ମସଲା, ଗୋଲମରିଚ ଏବଂ ଲୁଣ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ଏହି ମିଶ୍ରଣକୁ ନେଇ ଲେମ୍ବୁ ଆକାରର ଗୋଲ କରନ୍ତୁ ଏବଂ ପୁଣି ଥରେ ଏହାର ଅରାରୋଟ ସାହାଯ୍ୟରେ କୋଟିଂ କରନ୍ତୁ। ଏହାପରେ ଏହାକୁ ମଇଦା ପେଷ୍ଟରେ ବୁଡାଇ ବ୍ରେଡ କ୍ରମ୍ବସ ଦ୍ୱାରା କୋଟିଂ କରନ୍ତୁ। ଏବେ ଏପରିଭାବେ ଛୋଟ ଛୋଟ ବଲ୍ସ ତିଆରି କରି ଏହାକୁ ୩୦ ମିନିଟ୍‌ ପଯ୍ୟର୍ନ୍ତ ଫ୍ରିଜ୍‌ରେ ରଖନ୍ତୁ। ଏବେ କଡେଇରେ ତେଳ ଗରମ କରି ରଖିଦିଅନ୍ତୁ। ତେଲ ଗରମ ହେବା ପରେ ସେଥିରେ ଏହି ବଲ୍ସ ପକାନ୍ତୁ। ଏବେ ଆଞ୍ଚ ସ୍ଲୋ କରି ବଲ୍ସର ରଙ୍ଗ ପାଚିବା ପର୍ଯ୍ୟନ୍ତ ଫ୍ରାଇ କରନ୍ତୁ। ଏବେ ଏକ ପ୍ଲେଟରେ ଟିଦସୁ ପେପର୍‌ ଲଗାନ୍ତୁ, ଯେଉଁଥିରେ ଏହି ବଲ୍ସକୁ କଡେଇରୁ କାଢି ରଖନ୍ତୁ। ଏବେ ଆପଣ ପିଲାଙ୍କୁ ଗରମଗରମ କର୍ଣ୍ଣ ଚିଜ୍‌ ବଲ୍ସ ଖାଇବାକୁ ଦିଅନ୍ତୁ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

8 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

16 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

33 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago