ଖରା ଦିନରେ ଥଣ୍ଡା ପାନୀୟର ମଜା ନେବା ପାଇଁ ଘରେ ହିଁ ପ୍ରସ୍ତୁତ କରନ୍ତୁ ‘ବାଦାମ ଫାଲୁଦା’ 

ଓଡ଼ିଶାରେ କିଛି ଦିନ ହେବ ଗ୍ରୀଷ୍ମ ପ୍ରବାହ ଜାରି ହେଇ ଗଲାଣି । ଖରା ଦିନରେ ସାଧାରଣତଃ ଥଣ୍ଡା ଥଣ୍ଡା ଖାଦ୍ୟ ସହିତ ଥଣ୍ଡା ପାନୀୟ ପିଇବାକୁ ଇଛା ହୋଇଥାଏ । ଆମେ ମାନେ ତ ବଜାରରେ ମିଳୁଥିବା ବିଭିନ୍ନ ପାନୀୟ କିଣି ପିଇଥାଉ । କିନ୍ତୁ ଅନେକ ସମୟରେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।  କିନ୍ତୁ ଘରେ ପ୍ରସ୍ତୁତ ପାନୀୟ ସ୍ୱାଦିଷ୍ଟ ହେବା ସହ ଦେହ ପାଇଁ ବି ହିତକାରୀ ହୋଇଥାଏ । ବଜାରରୁ କିଣି ପିଉଥିବା ଟେଷ୍ଟି ଫାଲୁଦାକୁ ଥରେ ଘରେ ବନାଇ ପିଅନ୍ତୁ ଓ ତାର ମଜା ନିଅନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ:

୧. ଏକ ବଡ଼ ଚାମଚ ସାଗୁଦାନା

୨. ୪ କପ କ୍ଷୀର

୩. ୩ ଚାମଚ ଚିନି

୪. ଅଧା ଚାମଚ ଗୋଲାପ ରସ / ଗୋଲାପ ସିରାପି

୫. ଗୋଟେ କପ ଷ୍ଟ୍ରବେରି ଜେଲି

୬. ଗୋଟେ କପ ଆଇଁସ କ୍ରିମ

୭. ୨ ଚାମଚ ତୁଟି ଫ୍ରୁଟି

୮. ୨ ଚାମଚ ନଟ୍ସ

୯. ୨ ଚାମଚ ଚେରି

falooda

ପ୍ରସ୍ତୁତି ପ୍ରଣାଳୀ:

– ଏକ ଲମ୍ବା ଗ୍ଲାସରେ ୨ ବଡ଼ ଚାମଚ ରହ ଅଫଜ ଦିଅନ୍ତୁ

– ଏବେ ଏଥିରେ ଭିଜା ଯାଇଥିବା ସାଗୁଦାନା ଦିଅନ୍ତୁ

– ଏବେ ଏଥିରେ ୨ ଛୋଟ  ଚାମଚ ଫାଲୁଦା ସେଓ ଦିଅନ୍ତୁ

– ଏବେ ଏଥିରେ ପୂର୍ବରୁ ରଖାଯାଇଥିବା ଥଣ୍ଡା କ୍ଷୀର ଢ଼ାଲନ୍ତୁ

– ଚୋପା ନ ଛଡା ଯାଇଥିବା ଜେଲି ଦିଅନ୍ତୁ

– ଭଣିଲା ଆଇସକ୍ରିମ ଗୋଟେ ସ୍କୁପ ଦିଅନ୍ତୁ

– ଏବେ ଏଥିରେ ଅନ୍ୟାନ ପଦାର୍ଥ ଦେଇ ଧୀରେ ଧୀରେ  ଗୋଳାଇ ଦିଅନ୍ତୁ

– ଏବେ ଏହାକୁ ଭଲ ଭାବେ ସଜାଇ ଥଣ୍ଡା ଫାଲୁଦାର ମଜା ନିଅନ୍ତୁ

 

 

Leave A Reply

Your email address will not be published.