କେକ ବିନା ନୂଆ ବର୍ଷ ପାଳନ ଯେମିତି ଫିକା ଫିକା ଲାଗିଥାଏ । ଏମିତିରେ ବି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କେକ ଖାଇବାକୁ ପସନ୍ଦ କରିଥାନ୍ତି । ସବୁବେଳେ କିଣା କେକ କିମ୍ବା ଏକା ପ୍ରକାର କେକ ଖାଇବାକୁ ତ ଭଲ ବି ଲାଗେନାହିଁ । ଚକୋଲେଟ, ଷ୍ଟ୍ରବେରି ଭଳି ଫ୍ଲେବର ବି ଅନେକ ପସନ୍ଦ କରି ନଥାନ୍ତି । ତେଣୁ ନୂଆ ବର୍ଷର ଆରମ୍ଭ ଗୋଟେ ସ୍ପେଶାଲ କେକ ସହିତ କରନ୍ତୁ । ନିଜେ ଘରେ ବନାଇ ଖାଆନ୍ତୁ ଓ ଘର ଲୋକଙ୍କୁ ବି ଖୁଆନ୍ତୁ । ତେବେ ଆସନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣି ରଖନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ:
ଗୋଟେ କପ ମଇଦା
ଗୋଟେ କମଳା ବା କିନୁ
ଦୁଇ ଛୋଟ ଚାମଚ ଅଳସି ଗୁଣ୍ଡ
ଚିନି ଗୁଣ୍ଡ ଅଧ କପ
ଗୋଟେ ଛୋଟ ଚାମଚ ବେକିଙ୍ଗ ସୋଡ଼ା
ଅଧା ଚାମଚ ବେକିଙ୍ଗ ପାଉଡର
ଅଧା କପ ରିଫାଇଣ୍ଡ ତେଲ
ଆପଣ ଯଦି ଚାହିଁବେ ତେବେ ଅଳସି ଗୁଣ୍ଡ ବଦଳରେ କଣ୍ଡେନସଡ଼ ମିଲକ ବ୍ୟବହାର କରିପାରିବେ । ରିଫାଇନ ତେଲ ବଦଳରେ ଲହୁଣୀ ମଧ୍ୟ ବ୍ୟବହାର କରିପାରିବେ ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ କମଳା ରସ ବାହାର କରିନିଅନ୍ତୁ । ଏବେ ଆଉ ଏକ ପାତ୍ରରେ ମଇଦା ନିଅନ୍ତୁ । ଏବେ ଏଥିରେ ବେକିଙ୍ଗ ସୋଡା଼, ବେକିଙ୍ଗ ପାଉଡର ଦେଇ ଦୁଇ ଥର ଛାଣି ନିଅନ୍ତୁ । ଏବେ ଅନ୍ୟ ଏକ ପାତ୍ରରେ ଅରେଞ୍ଜ ଜୁସ ଓ ଅଳସିକୁ ମିଶାଇ ନିଅନ୍ତୁ । ଏବେ ଏଥିରେ ତେଲ ମିଶାନ୍ତୁ । ଏବେ ଏଥିରେ ଚିନି ଗୋଳାନ୍ତୁ ଆଉ ଫୁଲିବା ପର୍ଯ୍ୟନ୍ତ ଫେଟନ୍ତୁ । ଫୁଲିବା ପରେ ଏଥିରେ ମଇଦା ପକାଇ ସବୁ ସାମଗ୍ରୀକୁ ଭଲ ଭାବରେ ମିଶାଇ ନିଅନ୍ତୁ । ଏବେ ଆପଣଙ୍କ କେକର ଘୋଳ ପ୍ରସ୍ତୁତ ହୋଇଗଲା । ଏବେ ଗୋଟେ କେକ ଟିନରେ ତେଲ ଲଗାଇ ଚିକ୍କଣ କରିଦିଅନ୍ତୁ । ଏବେ ସେଥିରେ କେକ ଘୋଳକୁ ପକାନ୍ତୁ ଆଉ କଣ୍ଟେନରକୁ ଧୀରେ ଧୀରେ ହଲାନ୍ତୁ । ଏବେ ଓଭାନକୁ ୧୮୦ ଡିଗ୍ରୀରେ ପ୍ରି ହିଟ କରନ୍ତୁ । ଏବେ କେକ ଟିନକୁ ଓଭାନରେ ରଖି ୨୫ ମିନିଟ ପର୍ଯ୍ୟନ୍ତ ହିଟ କରନ୍ତୁ । ଏବେ ଚେକ କରନ୍ତୁ ଆପଣଙ୍କ କେକ ପ୍ରସ୍ତୁତ ହେଲା କି ନାହିଁ । ଏବେ କିଛି ସମୟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏହାକୁ ଆପଣ ଫ୍ରେସ ଖାଇ ପାରିବେ କିମ୍ବା ଫ୍ରିଜରେ ରଖି ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।