ପିଲାଙ୍କ ପାଇଁ ମାତ୍ର ୧୦ ମିନିଟରେ ପ୍ରସ୍ତୁତ କରନ୍ତୁ “ପାଇପ ଚାଟ”, କେମିତି ବନେଇବେ ଜାଣନ୍ତୁ

ଭାରତରେ ବିଭିନ୍ନ ପ୍ରକାର ଚଟପଟା ଖାଦ୍ୟର ଯେତିକି ଆଦୃତ ରହିଛି ହୁଏତ ବିଶ୍ୱର ଆଉ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ ।  ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସ୍ୱାଦର ଖାଦ୍ୟ ଅଧିବାସୀ ଖାଉଥିଲେ ମଧ୍ୟ ଷ୍ଟ୍ରିଟ ଫୁଡର ଏକ ଭିନ୍ନ ଚାହିଦା ରହିଛି ।  ଆଉ ଷ୍ଟ୍ରିଟ ଫୁଡ ଭାବରେ ସାଧାରଣତଃ ମସାଲାଦାର, ଚଟପଟା, ଖଟା ମିଠା ଖାଦ୍ୟ ମିଳିଥାଏ । କିନ୍ତୁ ଏସବୁ ଭିତରେ ଚାଟର ଲୋକପ୍ରିୟତା କିଛିଟା ନିଆରା ।  ଟିକେ ଖଟା, ଟିକେ ମିଠା, ଟିକେ ରାଗ ଚାଟ କଥା ମୁହଁକୁ ଆସିଲା ମାତ୍ରେ ପାଟିରେ ଲାଲ ଆସିଯାଏ ।  ବିଭିନ୍ନ ପ୍ରକାର ସୁସ୍ୱାଦୁ ପଦାର୍ଥର ମିଶ୍ରଣରେ ହିଁ ଚାଟ ପ୍ରସ୍ତୁତ କରାଯାଇଥାଏ ।  ସନ୍ଧ୍ୟା ସମୟରେ ଏହାକୁ ଲୋକମାନେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ।  ଲୋକେ ଏହାକୁ ବଜାରରରୁ କିଣି ଖାଉଥିବା ବେଳେ ଏହାକୁ ଖୁବ ସହଜରେ ଘରେ ମଧ୍ୟ ବନା ଯାଇପାରିବ । ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

ଆଳୁ

କଟା ଯାଇଥିବା ପିଆଜ

ଗ୍ରୀନ ଚଟଣି

କଟା ଯାଇଥିବା କଞ୍ଚା ଲଙ୍କା

ଧନିଆ ପତ୍ର

ମିଠା ଚଟଣି ବା ସସ

ଲୁଣ

pipe chat

ଗୋଲମରିଚ ଗୁଣ୍ଡ

ଲଙ୍କା ଗୁଣ୍ଡ

ଚାଟ ମସଲା

ଭଜା ଜିରା

ପାମ୍ପଡ

ସେଓ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଦୁଇଟି ଆଳୁକୁ ଭଲ ଭାବରେ ସିଝାଇ ଦିଅନ୍ତୁ । ଥଣ୍ଡା ହୋଇଆସିଲେ ଚୋପା ଛଡ଼ାଇ ଚକଟି ଦିଅନ୍ତୁ । ଏବେ ଦୁଇଟି ପିଆଜକୁ ଚୁନଚୁନ କରି କାଟିଦିଅନ୍ତୁ ।  ଲଙ୍କାକୁ ବି କାଟି ଦିଅନ୍ତୁ । ଏବେ ଧନିଆ ପତ୍ର, ଗ୍ରୀନ ଚଟଣି, ମିଠା ଚଟଣି ଆଦିକୁ ଆଳୁ ଉପରେ ଦିଅନ୍ତୁ ।

ଅନ୍ୟ ପଟରେ ସିଝା ଆଳୁ ସହିତ ଗୋଲ ମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ ମସଲା, ଭଜା ଜିରା ଗୁଣ୍ଡ ଆଦିକୁ ମିଶାଇ ଦିଅନ୍ତୁ ।  ଶେଷରେ ଲୁଣ ଦେଇ ଚକଟନ୍ତୁ ।

ଏବେ ଚୁଲାରେ ଏକ ପ୍ୟାନ ବସାଇ ତେଲ ଗରମ କରି ପାମ୍ପଡ ଛାଣି ଦିଅନ୍ତୁ ।  ଗୋଟେ ପାତ୍ରକୁ କାଢି ଦିଅନ୍ତୁ ।  ଭାଜି ହୋଇଆସିଲେ ପାମ୍ପଡକୁ ଅଧାରୁ କାଟି ଦିଅନ୍ତୁ ।

ଏବେ ଆଳୁ ମିକ୍ସକୁ ପାମ୍ପଡ଼ ଭିତରେ ଦେଇ ରୋଲ କରିଦିଅନ୍ତୁ ।  ପସନ୍ଦ ଅନୁସାରେ ଆପଣ ସେଥିରେ କିଛି ସେଓ ବି ଦେଇପାରିବେ ।  ଏବେ ଆପଣଙ୍କ ପିପ ପାମ୍ପଡ ଚାଟ ପ୍ରସ୍ତୁତ ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.