ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ ଗୋଲାପ ତେଲ, ୫୦ ବର୍ଷ ବୟସରେ ବି ଦେଖାଯିବେ ଯବାନ

ପ୍ରାୟତଃ ମହିଳା ନିଜକୁ ବୟସ୍କ ଦେଖାଯିବ ପାଇଁ ଜମା ଚାହାନ୍ତି ନାହିଁ । ବୟସ ବଢ଼ିବା ସହ ମଣିଷର ଚେହେରାରେ ବୟସର ଚିହ୍ନ ମଧ୍ୟ ସ୍ପଷ୍ଟ ବାରି ହୋଇ ପଡେ । ଏଥିରୁ ବର୍ତ୍ତିବା ପାଇଁ ମହିଳା ମାନେ ବହୁ ଉପାୟ ଅବଲମ୍ବନ କରିଥାନ୍ତି । ଏଥିପାଇଁ ଅଧିକ ଧନ ସାରିବାକୁ ମଧ୍ୟ ପଛାନ୍ତି ନାହିଁ । ପାର୍ଲର ଯିବା ସହ ଦାମୀ ଦାମୀ କ୍ରିମ ବ୍ୟବହାର ମଧ୍ୟ କରନ୍ତି । କିନ୍ତୁ ଜାଣନ୍ତିକି ଏଗୁଡିକ ଆପଣଙ୍କ ଚେହେରାରେ ନକାରାତ୍ମକ ପ୍ରଭାବ ପକାଇଥାଏ । କିନ୍ତୁ ଏହା ବଦଳରେ ଯଦି କିଛି ଘରୋଇ ଉପଚାର ନିୟମିତ ବ୍ୟବହାର କରିବେ ତେବେ ଆପଣଙ୍କ ତ୍ୱଚାକୁ ସୁରକ୍ଷା ଦେବା ସହ ତ୍ୱଚାକୁ ଚମକାଇବ । ଆସନ୍ତୁ ଆଜି ସେହିପରି ଏକ ନିଜ ହାତ ତିଆରି ପ୍ରସ୍ତୁତ ଉପଚାର ବିଷୟରେ ଜାଣିବା । ଘରେ ଗୋଲାପ ତେଲ ପ୍ରସ୍ତୁତ କରି ବ୍ୟବହାର କରିବେ ତେବେ ଏହା ଆପଣଙ୍କୁ ନିଶ୍ଚିତ ଲାଭ ଦେବ ।

rose oil

ଆବଶ୍ୟକୀୟ ସାମଗ୍ରୀ:

୧. ୧୦ଟି ଗୋଲାପ ପାଖୁଡା
୨. କିଛି ଅଲିଭ ତେଲ
୩. ଗୋଟେ କପ ପାଣି

ଏହା ସହ ପଢନ୍ତୁ: ଏହି ପ୍ରକାରେ ଘରେ ହିଁ ତିଆରି କରନ୍ତୁ ଲୋଶନ, ରୁକ୍ଷ ତ୍ୱଚା ରହିବ ମୁଲାୟମ୍‌

ପ୍ରଥମେ ଏକ କାଚ ପାତ୍ର ନିଅନ୍ତୁ । ସେଥିରେ କିଛି ଅଲିଭ ତେଲ ଢାଳନ୍ତୁ । ଏଥିରେ ପୂର୍ବରୁ ରଖାଯାଇଥିବା ଗୋଲାପ ପାଖୁଡା ଦିଅନ୍ତୁ ।
ପୂର୍ବରୁ ରଖାଯାଇଥିବା ପାଣିକୁ ଗରମ କରନ୍ତୁ । ରଖାଯାଇଥିବା ତେଲ ବୋତଲକୁ ତା ଉପରେ ରଖନ୍ତୁ । ହଁ ଏହାକୁ ଗୋଟେ ରାତି ପର୍ଯ୍ୟନ୍ତ ରଖିବେ । ପରେ ତେଲରୁ ଗୋଲାପ ପାଖୁଡା ଗୁଡିକୁ ଅଲଗା କରିଦିଅନ୍ତୁ । ଏହି ତେଲର ୪ ରୁ ୫ ବୁନ୍ଦା ଏବେ ନିଜ ତ୍ୱଚାରେ ଲଗାଇ ଧୀରେ ଧୀରେ ମାଲିସ କରନ୍ତୁ । ଏମିତିରେ ଆମ ମଧ୍ୟରୁ ବହୁ ଜଣ ଗୋଲାପ ଜଳ ନିଶ୍ଚିତ ରୂପେ ବ୍ୟବହାର କରିଥାଉ । କିନ୍ତୁ ତା ଅପେକ୍ଷା ଗୋଲାପ ତେଲ ଅଧିକ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ମୁହଁରୁ ବୟସର ଦାଗକୁ ଦୂରୀଭୂତ କରିଥାଏ । ମୁହଁର ଆଖି ଚାରିପଟ ସ୍ଥାନ ଅଧିକ ସମ୍ବେଦନଶୀଳ ହୋଇଥାଏ । ବୟସର ଛାପ ପ୍ରଥମେ ସେହି ସ୍ଥାନରୁ ହିଁ ଆରମ୍ଭ ହୋଇଥାଏ । ଗୋଲାପ ତେଲ ଏଥିପାଇଁ ବିଶେଷ ସହାୟକ ହେବା ସହ ଏହାକୁ ନିୟମିତ ବ୍ୟବହାର କଲେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.