ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି ତେବେ ଦଲିଆ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଦଲିଆ କେବଳ ହେଲ୍ଦି ନୁହେଁ ଏହା ଖୁବ ସ୍ୱାଦିଷ୍ଟ ମଧ୍ୟ । ଯଦିଓ ଅଧିକାଂଶ ଲୋକ ଓଜନ ହ୍ରାସ କରିବା ପାଇଁ ଗହମ ଦଲିଆ ଖାଇଥା’ନ୍ତି, କିନ୍ତୁ ଆପଣ ଜାଣନ୍ତି କି ମୋଟାପଣ ହ୍ରାସ କରିବାରେ ଯଅ ଦଲିଆ ଅଧିକ ଲାଭଦାୟକ ।

ଯଅ ଦଲିଆରେ ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଭିଟାମିନ୍ ବି, ମ୍ୟାଗ୍ନେସିୟମ୍, ଡାଏଟାରୀ ଫାଇବର ପ୍ରଚୁର ପରିମାଣରେ ଥାଏ । ଦଲିଆ କେବଳ ଆପଣଙ୍କ ଓଜନ ହ୍ରାସ କରେ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭ ଦେଇଥାଏ । ଆସନ୍ତୁ ଜାଣିବା ଏହାକୁ ଖାଇବାର ଲାଭ କ’ଣ ଏବଂ ଘରେ ଏହାର ରେସିପି କିପରି ପ୍ରସ୍ତୁତ କରାଯାଏ?

ଓଜନ ହ୍ରାସ ପାଇଁ ଯଅ ଦଲିଆ ଖାଇବାର ଲାଭ-

ରୋଗ ପ୍ରତିରୋଧକ ଶକ୍ତି ବଢାଏ: ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଦଲିଆ, ଫ୍ରି ରେଡିକାଲ୍ ସହିତ ଲଢିବାରେ ସାହାଯ୍ୟ କରେ ଏବଂ ଦୁର୍ବଳ ଇମ୍ୟୁନିଟି ମଜବୁତ କରାଇଥାଏ ।

ଖରାପ କୋଲେଷ୍ଟ୍ରଲ ହ୍ରାସ କରେ: ଯଦି ଆପଣ ବ୍ଲଡ ସୁଗାର, ହାଇ ବିପି କିମ୍ବା ଖରାପ କୋଲେଷ୍ଟ୍ରୋଲର ଗୁରୁତର ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ ଦଲିଆ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ । ଦଲିଆ ଏହି ସମସ୍ୟାଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ମେଦବହୁଳତା ହ୍ରାସ କରେ: ଦଲିଆ ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଅଟେ ଯାହା ଦୁର୍ବଳ ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରିଥାଏ ଏବଂ ଓଜନ ହ୍ରାସର କଷ୍ଟକର ପ୍ରକ୍ରିୟାକୁ ସହଜ କରିଥାଏ । ଏଥିରେ ଥିବା ଫାଇବର ମଧ୍ୟ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଯାହା ପେଟର ଫ୍ୟାଟକୁ ଅତି ସହଜରେ ବର୍ନ କରିଥାଏ ।

ଦଲିଆ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ:
୧ ଚାମଚ ଦେଶୀ ଘିଅ, ୧ କ୍ୟାପସିକମ୍, ୧ ପିଆଜ, ୧ ଲଙ୍କା, ୧ ଗାଜର ଏବଂ ୪ ରୁ ୫ଟି ବିନ୍ସ, ଅଧା କପ୍ ଯଅ ଦଲିଆ

ଓଜନ ହ୍ରାସ ପାଇଁ ଦଲିଆ କିପରି ତିଆରି କରିବେ:
୧ ଚାମଚ ଦେଶୀ ଘିଅରେ ଅଧା କପ୍ ଦଲିଆକୁ ଭାଜନ୍ତୁ ଏବଂ ଏହାକୁ ଅଲଗା ରଖିଦିଅନ୍ତୁ । ବର୍ତ୍ତମାନ କ୍ୟାପସିକମ୍, ପିଆଜ, ଲଙ୍କା, ଗାଜର ଏବଂ ବିନ୍ ଛୋଟ ଛୋଟ କରି କାଟିଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ୧ ଚାମଚ ସୋରିଷ ତେଲ ମିଶାନ୍ତୁ ଏବଂ ତା’ପରେ କଟା ପନିପରିବା ମିଶାନ୍ତୁ । ଯେତେବେଳେ ପନିପରିବା ବାଦାମୀ ରଙ୍ଗର ହୋଇଯିବ, ଭଜା ଦଲିଆ ପକାଇ ଭାଜନ୍ତୁ । ବର୍ତ୍ତମାନ ସେଥିରେ ୧ ଗ୍ଲାସ୍ ପାଣି ମିଶାଇ ରାନ୍ଧନ୍ତୁ । ଏବେ ସେଥିରେ ଅଳ୍ପ ଲୁଣ ମିଶାଇ ଏହାକୁ ଖାଆନ୍ତୁ ।

You might also like