ଶୀତୁଆ ସନ୍ଧ୍ୟାରେ ଚାହା ସହିତ ଗରମ ଗରମ “ଭେଜ କଟଲେଟ”ର ମଜା ନିଅନ୍ତୁ

ଶୀତୁଆ ସନ୍ଧ୍ୟାରେ ଚାହା ସହ କିଛି ଗରମ ଗରମ ସ୍ନାକ୍ସ ଖାଇବା ପ୍ରାୟ ଭାରତୀୟଙ୍କ ପସନ୍ଦ ।  ଆଉ ଯଦି ଏହି ସ୍ନାକ୍ସ ଘରେ ପ୍ରସ୍ତୁତ ହୋଇଥାଏ ଏହାର ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପ୍ରଦ ହୋଇପାରେ ।  ତେବେ ଆସନ୍ତୁ ଶୀତ ଋତୁରେ ମିଳୁଥିବା ପନିପରିବାରେ କ୍ରିସପି ଓ ଟେଷ୍ଟି ଭେଜ କଟଲେଟର ପ୍ରସ୍ତୁତି ବିଷୟରେ ଜାଣିରଖିବା ।

ଆବଶ୍ୟକ ହେଉଥିବା ସାମଗ୍ରୀ:

ଗୋଟେ ବଡ ଚାମଚ ଭେଜିଟେବଲ ତେଲ

ଅଧା କପ କଟା ଯାଇଥିବା ପିଆଜ

ଗୋଟେ ଚାମଚ ଅଦା

ଅଧା କପ ଗାଜର

ଅଧା କପ କୋବି

କିଛି କଟାଯାଇଥିବା ବିନ୍ସ

ଅଧା କପ କର୍ଣ୍ଣ

veg cutlet

କଟାଯାଇଥିବା କଞ୍ଚା ଲଙ୍କା

2 ଚାମଚ ଚାଟ ମସଲା

ଅଧା ଚାମଚ ଗରମ ମସଲା ଗୁଣ୍ଡ

ଅଧା ଚାମଚ ଗୋଲମରିଚ ଗୁଣ୍ଡ

ଅଧା କପ ପନିର

ଗୋଟେ କପ ସିଝା ଆଳୁ

ସ୍ୱାଦ ଅନୁସାରେ ଲୁଣ

କଟା ଯାଇଥିବା ଧନିଆ ପତ୍ର, ପୋଦିନା ପତ୍ର, ଗୋଟେ ଚାମଚ ଲେମ୍ବୁରସ

ଗୋଟେ କପ ବ୍ରେଡ କମ୍ବ ପାଉଡର

ପ୍ରସ୍ତୁତି ପ୍ରଣାଳୀ:

ଗୋଟେ ପ୍ୟାନରେ କିଛି ତେଲ ଗରମ କରନ୍ତୁ ।  ସେଥିରେ ପିଆଜ, ଅଦା ଦେଇ 2 ରୁ 3 ମିନିଟ ଯାଏଁ ଘାଟନ୍ତୁ ।  ଏବେ ସେଥିରେ ଗାଜର, କୋବି, ମକା, ମଟର, କଂଚା ଲଙ୍କା ଆଦି ଦେଇ 2 ରୁ 3 ମିନିଟ ପର୍ଯ୍ୟନ୍ତ ଚୁଲିରେ ବସାନ୍ତୁ ।  ଏବେ ନିଜ ପସନ୍ଦ ଅନୁସାରେ ଲୁଣ, ଚାଟ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ ଆଦି ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ ।

କିଛି ସମୟ ପରେ ପ୍ୟାନରୁ କାଢି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।  ଏବେ ସେଥିରେ ପନିର, ଆଳୁ, ଧନୀୟା, ଲେମ୍ବୁ , ପୋଦିନା, ବ୍ରେଡ କମ୍ବ ପାଉଡର ଆଦି ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ ।  ଏବେ ଆଉ ଏକ ପାତ୍ରରେ ଅଟା, ଲୁଣ, ଗୋଲମରିଚ ଗୁଣ୍ଡ ଆଦି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ ।  ଏବେ ପୂର୍ବ ପ୍ରସ୍ତୁତ ମିଶ୍ରଣକୁ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ଅଟା ଘୋଳରେ ବୁଡାଇ ମାଧ୍ୟମ ଆଁଚରେ ଛାଣି ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.