ସବୁ ଉପାୟକୁ ଆପଣେଇ ଥକିଗଲେଣି! ଏବେ ଏହି ଘରୋଇ ଉପାୟରେ ଛଡ଼ାନ୍ତୁ ସିଗାରେଟ୍‌ ଅଭ୍ୟାସ

ସିଗାରେଟ୍‌ ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ବିଭିନ୍ନ କମ୍ପାନୀ ଇ-ସିଗାରେଟ୍‌ ବ୍ୟବସାୟ ଆରମ୍ଭ କରିଥିଲା। ମାତ୍ର ଇ-ସିଗାରେଟ୍‌ର ଶରୀର ଉପରେ କ୍ଷତିକାରକ ପ୍ରଭାବକୁ ଦୃଷ୍ଟିରେ ରଖି ବୁଧବାର କେନ୍ଦ୍ର ସରକାର ଦେଶରେ ଏହାକୁ ବ୍ୟାନ୍‌ କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ସିଗାରେଟ୍‌ ଛାଡ଼ିବାକୁ ଚାହୁଁଥିବା ଲୋକଙ୍କ ଚିନ୍ତା ବଢ଼ିଯାଇଛି। ତେବେ ଆପଣ ଚାହିଁଲେ କେତେକ ଘରୋଇ ଉପାୟରେ ମଧ୍ୟ ସିଗାରେଟ୍‌ ଛାଡ଼ିପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…
-ସିଗାରେଟ୍‌ ଓ ତମାଖୁ ଖାଇବା ଦ୍ୱାରା ଫୁସ୍‌ଫୁସ୍‌, ଗଳା କର୍କଟ ସମେତ ଅନ୍ୟ ଭୟଙ୍କର ରୋଗ ହେବାର ସମ୍ଭାବନା ରହିଛି। ସିଗାରେଟ୍‌ ଛାଡ଼ିବାକୁ ଚାହୁଁଥିଲେ ଡାଲଚିନି ଓ ମହୁ ବ୍ୟବହାର କରିପାରିବେ। ଡାଲଚିନିକୁ ଗୁଣ୍ଡ କରି ସେଥିରେ ମହୁ ମିଶାଇ ରଖନ୍ତୁ। ସିଗାରେଟ୍‌ ଟାଣିବାକୁ ଇଚ୍ଛା ହେଲେ ଏହି ମିଶ୍ରଣକୁ ସେବନ କରନ୍ତୁ।

-ଅଦା ଓ ଅଁଳାକୁ ଛୋଟ ଛୋଟ ଖଣ୍ଡ କରି କାଟି ଶୁଖାଇ ରଖନ୍ତୁ। ଏଥିରେ ଲେମ୍ବୁ ଓ ଲୁଣ ମିଶାଇ ଏକ ଡବାରେ ଭରି ରଖନ୍ତୁ। ଯେତେବେଳେ ସିଗାରେଟ୍‌ ଟାଣିବାକୁ ଇଚ୍ଛା ହେବ ଏହି ମିଶ୍ରଣକୁ ଅଳ୍ପ ଅଳ୍ପ କରି ଖାଆନ୍ତୁ।

-ଜୁଆଣି ଓ ପାନମଧୁରୀକୁ ସମାନ ପରିମାଣରେ ନିଅନ୍ତୁ। ଏଥିରେ ଅଧା କଳା ଲୁଣ ମିଶାଇ ଗ୍ରାଣ୍ଡିଙ୍ଗ କରିନିଅନ୍ତୁ। ଏହି ମିଶ୍ରଣରେ କିଛି ଲେମ୍ବୁ ମିଶାଇ ରାତି ସାରା ରଖନ୍ତୁ। ସକାଳୁ ଏହାକୁ ଗରମ ତାଓ୍ଵାରେ ଟିକେ ଭାଜି ଦେଇ ଏୟାରଟାଇଟ୍‌ ଡବାରେ ରଖନ୍ତୁ। ସିଗାରେଟ୍‌ ଟାଣିବାକୁ ଇଚ୍ଛା ହେଲେ ଏହି ଚୂର୍ଣ୍ଣକୁ ଖାଆନ୍ତୁ। ଖୁବ୍‌ ଶୀଘ୍ର ସିଗାରେଟ୍‌ର ଅଭ୍ୟାସ ଛାଡ଼ିଯିବ।

-ମୌସମ୍ବୀ, କମଳା ଓ ଅଙ୍ଗୁର ଭଳି ଖଟା ଫଳର ଜୁସ୍‌ ପିଇବା ଦ୍ୱାରା ମଧ୍ୟ ସିଗାରେଟ୍‌ ଅଭ୍ୟାସ ଛାଡ଼ିଯାଇଥାଏ।

-ସିଗାରେଟ୍‌ ଏବଂ ଗୁଟ୍‌ଖା ଅଭ୍ୟାସ ଛାଡ଼ିବାକୁ ଚାହୁଁଥିଲେ ପ୍ରତିଦିନ ୪ ଚାମଚ ପିଆଜ ରସ ପିଅନ୍ତୁ।

ସକାଳୁ ୨ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇବା ଦ୍ୱାରା ଓଜନ କମିବା ସହ ସିଗାରେଟ୍‌ ଅଭ୍ୟାସ ମଧ୍ୟ ଛାଡ଼ିଯାଏ।

Leave A Reply

Your email address will not be published.