କଞ୍ଚାଲଙ୍କା କାଟିବା ପରେ ହାତ ଜଳାପୋଡା ହେଉଛି କି ? ଆପଣାନ୍ତୁ ୫ଟି ଘରୋଇ ଟିପ୍ସ

ଖାଇବାର ସ୍ୱାଦ ବଢାଏ କଞ୍ଚାଲଙ୍କା। ତେଣୁ ଖାଇବା ବେଳେ ପ୍ରାୟତଃ ଅଧିକାଂଶ କଞ୍ଚାଲଙ୍କା ଖାଇବାକୁ ପସନ୍ଦ କରିଥାନ୍ତି। ଖାଇବାର ସ୍ୱାଦ ବଢାଉଥିବା କଞ୍ଚାଲଙ୍କାକୁ କାଟିବା ବେଳେ ସବୁବେଳେ ହାତ ପୋଡିଥାଏ। ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୋଇଯାଏ, ଆଉ ବେଳେ ବେଳେ ଏହି ସମସ୍ୟା ଠିକ୍‌ ହୁଏ ନାହିଁ। ତେଣୁ ଅନେକ ସମୟରେ ଆପଣ କାମ କରିପାରନ୍ତି ନାହିଁ, ଆଉ ପୋଡାଜଳା ଯୋଗୁଁ ହଇରାଣ ହୁଅନ୍ତି। ଯଦି କଞ୍ଚାଲଙ୍କା କାଟିବା ସମୟରେ ଯେମିତି ଏହି ସମସ୍ୟାର ସାମ୍ନା ନ କରନ୍ତି ସେଥିପ୍ରତି ଘରୋଇ ଉପାୟ ଆପଣାଇପାରିବେ। ତେବେ ଜାଣନ୍ତୁ କ’ଣ :

ମହୁ:

ଘରେ କଞ୍ଚାଲଙ୍କା କାଟିବା ପରେ ଯଦି ହାତରେ ପୋଡାଜଳା ହୁଏ, ତେବେ ଭଲଭାବେ ହାତରେ ମହୁ ଲଗାଇ ଦିଅନ୍ତୁ। ମହୁରେ ବହୁତ ଔଷଧୀୟ ଗୁଣ ରହିଛି। ଯାହା କଞ୍ଚାଲଙ୍କାର ଜ୍ୱଳନ ଦୂର କରିଥାଏ।

କ୍ଷୀର କିମ୍ବା ଦହି:

କଞ୍ଚାଲଙ୍କା କାଟିବା ବେଳେ ହାତରେ ଅଧିକ ମାତ୍ରାରେ ପୋଡାଜଳା ହେଲେ କ୍ଷୀର କିମ୍ବା ଲହୁଣୀ, ଦହିର ବ୍ୟବହାର କରିପାରିବେ। ଏହାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ହାତରେ ଲଗାଇ ରଖନ୍ତୁ, ତା’ ପରେ ହାତକୁ ଧୋଇଦିଅନ୍ତୁ। ଏହାଦ୍ୱାରା ଜ୍ୱଳନ ସମସ୍ୟା ଦୂର ହୋଇଥାଏ।

lemon

ଲେମ୍ବୁ:

କଞ୍ଚାଲଙ୍କା କାଟିବା ପରେ ହାତରେ ଜଳାପୋଡା ହେଉଥିଲେ ଲେମ୍ବୁ ଲଗାଇ ପାରିବେ।

ବରଫ:

ହାତରେ ହେଉଥିବା ଜ୍ୱଳନ ଦୂର କରିବା ପାଇଁ ବରଫ ଲଗାଇ ପାରିବେ। ଏହାକୁ କିଛି ସମୟ ପାଇଁ ହାତରେ ରଗଡନ୍ତୁ। ଏହାଦ୍ୱାରା ଆରାମ ମିଳିବ।

ଆଲୋଭେରା ଜେଲ:

ଆଲୋଭେରା ଜେଲରେ ଥିବା ଔଷଧୀୟ ଗୁଣ ବହୁତ ଫାଇଦା ଦେଇଥାଏ। ଆଲୋଭେରା ଜେଲ ହାତରେ ୨ ମିନିଟ୍‌ ପର୍ଯ୍ୟନ୍ତ ଲଗାଇବା ପରେ ଛାଡିଦିଅନ୍ତୁ। ଏହା ଜ୍ୱଳନ ସମସ୍ୟା ଦୂର କରିଥାଏ।

Leave A Reply

Your email address will not be published.