ପ୍ରାୟତଃ ବହୁତ ଲୋକ ସବୁଜ ପନିପରିବା ଖାଇବାପାଇଁ ବହୁତ ପସନ୍ଦ କରିଥାନ୍ତି । ବତ୍ତମାନ ଚାଲିଛି ଶୀତଋତୁ ଏହି ସମୟରେ ସବୁପ୍ରକାରର ପନିପରିବା ମିଳିଥାଏ । ଏହାସହ ପନିପରିବା ଦର ମଧ୍ୟ ବହୁତ କମ୍ ହୋଇଥାଏ । ଯାହାକୁ ଲୋକେମାନେ ବହୁତ ସହଜରେ କିଣି ପାରିବେ । ଏହାସହ ଏହି ସମୟରେ ସବୁ ପ୍ରକାରର ପନିବାରର ଟେଷ୍ଟ ବହୁତ ଭଲ ହୋଇଥାଏ । ଯାହାକୁ ଖାଇବା ପାଇଁ ବହୁତ ମଧ୍ୟ ଭଲ ଲାଗିଥାଏ ।
ଏଥିସହ ଏପରି କିଛି ଲୋକେ ଅଛନ୍ତି ଯେଉଁମାନଙ୍କୁ ପନିପରିବା ଖାଇବା ପାଇଁ ଆଦୌ ଭଲ ଲାଗେ ନାହିଁ । କାରଣ କଣ ଜାଣଛନ୍ତି କି? କାହିଁକି ନା ପରିବାରୁ ପୋକ ବାହାରିଥାଏ ବୋଲି ଅଧିକାଂଶ ଲୋକେ ଖାଇ ନଥାନ୍ତି । ଖାସ୍ କରି ଫୁଲ କୋବି ପତ୍ର ଭିତରେ ପୋକ ଲୁଚିକି ଥାଏ ଯାହାକୁ ଧୋଇଲେ ମଧ୍ୟ ଏତେ ସହଜରେ ବାହାରକୁ ଆସି ନଥାଏ । ଯାହାକୁ ଦେଖିଲେ ମାତ୍ରେ ଖାଇବାକୁ ଇଚ୍ଛା ହୋଇ ନଥାଏ । ଏପରି ସ୍ଥିତତରେ ଆପଣଙ୍କୁ କ’ଣ କରିବା ଉଚିତ୍ ତାହା ଜାଣନ୍ତୁ । ଅର୍ଥାତ ଫୁଲକୋବିରୁ କିପରି ପୋକ ବାହାର କରିବେ ତାହା ଜାଣନ୍ତୁ ।
ସର୍ବପ୍ରଥମେ ଆପଣ ଫୁଲକୋବିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ତାହାପରେ ଗୋଟିଏ ପାତ୍ରରେ ଗରମ ପାଣି କରି ସେଥିରେ ଅଳ୍ପ ହଳଦୀ ମିଶାଇ ସେହି କଟାଯାଇଥିବା ଫୁଲ କୋବିକୁ ପକାନ୍ତୁ । ୧୦-୧୫ ମିନିଟ୍ ଭିଜାଇବା ନିହାତି ଆବଶ୍ୟକ । ଏହାପରେ ସଫା ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । ଏହା କୋବି ଭିତରେ ଥିବା ପୋକକୁ ମାରିଦିଏ ଏବଂ ଏହା କରିବା ଦ୍ୱାରା ଫୁଲ କୋବି ପତ୍ର ଭିତରେ ପଶି ରହିଥିବା ପୋକ ବହୁତ ସହଜରେ ବାହାରକୁ ବାହାରି ଆସିଥାଏ । ଯାହାକୁ ଲୋକମାନେ ଖାଇଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ହେବନାହିଁ । ଯାହା ନଖାଇବା ଲୋକେ ମଧ୍ୟ ଏହା ଖାଇବାକୁ ବହୁତ ପସନ୍ଦ କରିବେ । ଶେଷରେ କୋବିକୁ ନେଇ ଆପଣଙ୍କ ରୋଷେଇରେ ସାମିଲ କରିପାରିବେ ଏଥିରେ କିଛି ଅସୁବିଧା ନାହିଁ ।