ତ୍ୱଚା ଜନିତ ସମସ୍ୟାକୁ ଦୂର କରିବ ଗୁଡ଼ ଫେସପ୍ୟାକ , ଜାଣନ୍ତୁ

ସାଧାରଣତଃ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ। ଚିନି ଅପେକ୍ଷା ଗୁଡ଼ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏହା କାଶ ଥଣ୍ଡାକୁ ମଧ୍ୟ ଦୂର କରିଥାଏ। ଗୁଡ଼ରେ ଅନେକ ଔଷଧିୟ ଗୁଣ ରହିଥିବା କାରଣରୁ ଡାକ୍ତରମାନେ ଏହାକୁ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି।

ତେବେ ସ୍ୱାସ୍ଥ୍ୟ ପାଇଁ ଗୁଡ଼ ଯେତିକି ଲାଭ ଦାୟକ ହୋଇଥାଏ ତ୍ୱଚା ପାଇଁ ମଧ୍ୟ ସେତିକି ଉପଯୁକ୍ତ । ଏହାର ସେବନ ତ୍ୱଚା ଜନିତ ସମସ୍ତ ସମସ୍ୟାକୁ ଦୂର କରିଥାଏ। ତେବେ କେବଳ ଖାଦ୍ୟରେ ନୁହେଁ ବରଂ ଏହାକୁ ଫେସପ୍ୟାକ କରି ମଧ୍ୟ ଆପଣ ନିଜ ତ୍ୱଚାରେ ଲଗାଇପାରିବେ ।

ଫେସପ୍ୟାକ ପାଇଁ ଆପଣ ୧ ଚାମଚ ଗୁଡ଼ ପାଉଡ଼ରରେ ୧ ଚାମଚ ଟମାଟର ରସ, ଲେମ୍ବୁ ରସ ଏବଂ ହଳଦୀ ଅଳ୍ପ ମିଶାଇ ଏହାକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପ୍ୟାକକୁ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖିବା ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା ତ୍ୱଚାରେ ଥିବା ପିମ୍ପଲ୍ସ ଦାଗ ଲିଭିଯିବା ସହ ଫେସରେ ଗ୍ଲୋ ଆସିବ।

ସ୍କିନକୁ ଟାଇଟ ରଖିବା ପାଇଁ ଆପଣ ୧ଚାମଚ ଗୁଡ଼ରେ ୧ ଚାମଚ ବ୍ଲେମେକ ଟି ଏବଂ ୧ ଚାମଚ ଅଙ୍ଗୁର ରସ ସହ ଗୋଲାପଜଳ ମିଶାଇ ଏହି ପ୍ୟାକକୁ ମୁହଁରେ ଲଗାଇ ପାରିବେ। ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ।

ଗୁଡ଼ରେ ଭିଟାମିନ-ଏ , ଭିଟାମିନ-ବି, ସୁକ୍ରୋଜ,ଗ୍ଲୁକୋଜ, ଆଇରନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ଜସ୍ତା, ମାଗ୍ନେସିୟମ ତତ୍ୱ ଭରି ରହିଛି। ଏଥିରେ ଅନେକ ପ୍ରକାରର ମିନେରାଲ୍ସ ତଥା ଭିଟାମିନ ଭରି ରହିଛି ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ତ୍ୱଚାକୁ ଗ୍ଲୋ ରଖିଥାଏ। ସବୁଠୁ ବଡ଼ କଥା ହେଉଛି, ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିଥାଏ। ତେବେ ଚା ପିଉଥିବା ସମୟରେ ଚିନି ବଦଳରେ ଗୁଡ଼ ପକାନ୍ତୁ । ଏହାସହ ଆପଣ ଗରମ ପାଣିରେ ମଧ୍ୟ ଗୁଡ଼ ପକାଇ ପିଇ ପାରିବେ। ଏହାଦ୍ୱାରା ଶରୀର ସହ ତ୍ୱଚା ମଧ୍ୟ ସୁସ୍ଥ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.